ଜଣେ ଅନୁଗାମୀ ଓଶୋ ରଜନୀଶଙ୍କୁ ପଚାରିଲେ- ଈଶ୍ବରଙ୍କ କରୁଣା କାହିଁକି ସମସ୍ତଙ୍କ ଉପରେ ପଡ଼ି ନ ଥାଏ?
ଓଶୋ କହିଲେ- କିଏ କହିଲା? ଈଶ୍ବରଙ୍କ କରୁଣା ବାରି ସମସ୍ତଙ୍କ ଉପରେ ସମାନ ଭାବେ ପଡ଼ିଥାଏ। କିନ୍ତୁ ତାହାର ଲାଭ ଉଠାଇବାରେ ଅନେକ ବିଫଳ ହୁଅନ୍ତି। ଏବେ ଗପଟିଏ କହୁଛି ଶୁଣ।
ଥରେ ପାହାଡ଼ ଯାଇ ଈଶ୍ବରଙ୍କ ନିକଟରେ ଅଭିଯୋଗ କରି କହିଲା- ହେ ପ୍ରଭୁ, ତୁମେ ଯେଉଁ ବର୍ଷା କରୁଛ, ତା’ର ବିନ୍ଦୁଏ ଜଳ ବି ମୁଁ ଧରି ରଖି ପାରୁନାହିଁ। ସବୁ ତଳକୁ ଗଡ଼ି ଯାଇ ଏକ ପୋଖରୀରେ ଜମା ହେଉଛି। ଏମିତି କାହିଁକି?
ଈଶ୍ବର କହିଲେ- ତୁ ଏତିକି ବୁଝି ପାରୁନାହୁଁ? ତୁ ଏମିତି ଭାବେ ତୋର ଔଦ୍ଧତ୍ୟ ଓ ଅହଂକାରରେ ଭରି ହୋଇ ରହିଛୁ ଯେ ତୋ ଭିତରେ ଖାଲି ଜାଗା ହିଁ ନାହିଁ, ଯେଉଁଥିରେ ପାଣି ଭରି ହୋଇ ପାରିବ। କିନ୍ତୁ ତୋ ପାଦ ଦେଶରେ ଥିବା ପୋଖରୀ ହେଉଛି ଖାଲି; ସେଇଠି ପାଣି ଭର୍ତ୍ତି ହେବାର ସୁଯୋଗ ରହିଛି।
ସେମିତି ଆମ ଭିତରୁ ଅନେକ ବ୍ୟକ୍ତି ଅହଂକାରରେ ଭରପୂର, ଠିକ ପର୍ବତ ଭଳି। ତେଣୁ କରୁଣା ବାରିରୁ ବୁନ୍ଦାଟାଏ ବି ଆମେ ଧରି ରଖିପାରୁନାହୁଁ। ସବୁ କିଛି ଈଶ୍ବରଙ୍କ କୃପାରୁ ହେଉଛି ସତ, ଅଥଚ ଆମ ଭଳି ଅହଂକାରୀ ନିଜର ସାମର୍ଥ୍ୟକୁ ଗୁରୁତ୍ବ ପ୍ରଦାନ କରନ୍ତି। ସେମାନେ କହନ୍ତି ଯେ ନିଜ ଚେଷ୍ଟାରୁ ମୁଁ ସଫଳ ହେଲି। ତେଣୁ ସେମାନେ ଈଶ୍ବରଙ୍କ କରୁଣାକୁ ଉପଲବ୍ଧି କରିେବ କେମିତି? କିନ୍ତୁ ଯାହା ଠାରେ ଅହଂକାର ନାହିଁ, ସେ ସବୁ ସଫଳତାର ଶ୍ରେୟ ଈଶ୍ବରଙ୍କୁ ଦେଇଥାଏ ଏବଂ ନିଜର କ୍ଷୁଦ୍ରତା କଥା ଜାଣିଥାଏ। ତେଣୁ ସେ ପ୍ରତି କ୍ଷଣ ଈଶ୍ବରଙ୍କ କରୁଣାକୁ ଉପଲବ୍ଧି କରିପାରିଥାଏ।
ଈଶ୍ବରଙ୍କ କରୁଣା ବିନ୍ଦୁ
କଥାଟିଏ-ଯାଯାବର