ଥରେ ସନ୍ଥ ଫିରୋଜ ଜଣେ ଶିଷ୍ୟ ସହିତ କୌଣସି ଏକ ସ୍ଥାନକୁ ଯାଉଥିଲେ। ଯେଉଁ ସହର ଦେଇ ସେମାନେ ଗଲେ, ସେଠାରେ ଜଣେ ବଣିକ ଥିଲେ ଫିରୋଜଙ୍କ ଅନୁଗାମୀ। ସେ ଦୁହିଁଙ୍କୁ ଆତିଥ୍ୟ ପ୍ରଦାନ କଲେ ଏବଂ ବିଦାୟ ଦେଲା ବେଳକୁ ଗୋଟିଏ ମୁଣିେର କିଛି ସୁନା ଅସରପି ଦେଇ କହିଲେ- ରଖି ଥାଆନ୍ତୁ, ବିପଦଆପଦ ବେଳେ କାମରେ ଆସିବ। ଫିରୋଜ କହିଲେ- ବିପଦଟିଏ ଦେଲ। କିନ୍ତୁ ଏଭଳି ସୁଯୋଗକୁ ହାତଛଡ଼ା ନ କରି ଫିରୋଜଙ୍କ ଶିଷ୍ୟ ତାହାକୁ ଝାଂପି ନେଇ ନିଜ ମୁଣିରେ ପୂରାଇ କହିଲା- ଧନ୍ୟବାଦ ଆଜ୍ଞା। ବଳ ଆସିଗଲା। ଏଣିକି ରାତିରେ ଖାଇବା ଓ ଶୋଇବା ଲାଗି ବାରଦ୍ବାର ତେର ପିଣ୍ଡା ହେବାକୁ ପଡ଼ିବ ନାହିଁ।
ରାତି ହେବାରୁ ଶିଷ୍ୟ ଏକ ଧର୍ମଶାଳାରେ ଅଟକି କହିଲା ଏଇଠି ରହିବା। ଫିରୋଜ ଓ ତାଙ୍କ ଶିଷ୍ୟ ସେଠି ରହିଲେ ଏବଂ ଖାଇ ପିଇ ଶୋଇଲେ। ନିଶାର୍ଧରେ ବାହାରୁ ଉଚ୍ଚବାଚ ଶୁଭିଲା। କିଛି ତସ୍କର ଧର୍ମଶାଳାରେ ପଶି ଯାତ୍ରୀମାନଙ୍କୁ ଲୁଟିବା ଆରମ୍ଭ କରିଥିଲେ। ଶିଷ୍ୟ ଏହା ଜାଣି ଫିରୋଜଙ୍କୁ କହିଲା- ଆଜ୍ଞା, ଆସନ୍ତୁ ଏଇ ଝରକା ଦେଇ ପଳାୟନ କରିବା। ନ େହଲେ ଚୋରଙ୍କ କବଳରୁ ନିସ୍ତାର ନାହିଁ।
ଫିରୋଜ କହିଲେ- କାହିଁକି? ଆମେ ତ କେବେ ଏମିତି ଡରି ପଳାଇ ଯାଇ ନାହେଁ? ଆଜି କାହିଁକି?
ଶିଷ୍ୟ ଧୀର ସ୍ବରରେ କହିଲା- ଆଗରୁ କଥା ଅଲଗା ଥିଲା। ଏବେ ଆମ ପାଖରେ ସୁନା େମାହର ଅଛି।
ଫିରୋଜ କହିଲେ- ନିର୍ବୋଧ, ତୁ ପରା ଏହି ସୁନା ମୋହରକୁ ତୋର ବଳ ବୋଲି କହିଥିଲୁ? ଏବେ ବଳ କୁଆଡ଼େ ଗଲା?
ଏହା କହି ଫିରୋଜ ସେହି ମୁଣାକୁ ଟାଣି ଆଣି ଝରକା ବାଟେ ଅନ୍ଧାର ଭିତରକୁ ଦୂରକୁ ଫିଙ୍ଗିଦେଲେ ଓ କହିଲେ- ଫକିରମାନେ ଯେମିତି ଆରାମରେ ଶୁଅନ୍ତି, ଏବେ ସେମିତି ଶୋଇ ପଡ଼।
ଶିଷ୍ୟଟି ମ୍ରିୟମାଣ ହୋଇପଡ଼ିଥିବା ବେଳେ ଫିରୋଜ କହିଲେ- ସୁନା ଫିଙ୍ଗି ଦେବା ପରେ ବଳ କେମିତି ବଢ଼ିଯାଏ, ତାହା ତୁ ଅନୁଭବ କରି ପାରୁନାହୁଁ ବୋଧହୁଏ?
କଥାଟିଏ-ଯାଯାବର: ବଳ ବଢ଼ିଗଲା
ଥରେ ସନ୍ଥ ଫିରୋଜ ଜଣେ ଶିଷ୍ୟ ସହିତ କୌଣସି ଏକ ସ୍ଥାନକୁ ଯାଉଥିଲେ। ଯେଉଁ ସହର ଦେଇ ସେମାନେ ଗଲେ, ସେଠାରେ ଜଣେ ବଣିକ ଥିଲେ ଫିରୋଜଙ୍କ ଅନୁଗାମୀ। ସେ ଦୁହିଁଙ୍କୁ ଆତିଥ୍ୟ ପ୍ରଦାନ କଲେ ଏବଂ ବିଦାୟ ଦେଲା ବେଳକୁ ଗୋଟିଏ ମୁଣିେର କିଛି ସୁନା ଅସରପି ଦେଇ କହିଲେ- ରଖି ଥାଆନ୍ତୁ, ବିପଦଆପଦ ବେଳେ କାମରେ ଆସିବ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)