ଗୋଟିଏ ଗାଁରେ ଜଣେ ରାନ୍ଧୁଣିଆ ଥିଲେ। ତାଙ୍କର ହାତର ଯାଦୁ ଥିଲା ଅପୂର୍ବ। ସେ ଯାହା ରୋଷେଇ କରୁଥିଲେ, ତାହା ଅମୃତ ଭଳି ଲାଗୁଥିଲା। ସୁତରାଂ, ଜମିଦାର ତାଙ୍କ ଝିଅ ବାହାଘର ଭୋଜିରେ ରାନ୍ଧିବା ଲାଗି ତାଙ୍କୁ ଡାକିଲେ। ଭୋଜିରେ ଏକ ବିରଳ ତରକାରିର ବ୍ୟବସ୍ଥା ଥିଲା। ତେବେ, ସେ ଦିନଟି ରାନ୍ଧୁଣିଆଙ୍କ ଲାଗି ଖରାପ ଥିଲା। ତରକାରିଟି ପୋଡ଼ିଗଲା। ସ୍ବାଦ ବିଗିଡ଼ିଗଲା। ଜମିଦାର ଅପଦସ୍ଥ ହେଲେ। ରାନ୍ଧୁଣିଆଙ୍କୁ ଏତେ ଖରାପ ଲାଗିଲା ଯେ ସେ ଗ୍ଳାନି ଜର୍ଜର ହୋଇ ଗାଁ ଛାଡ଼ି ଚାଲିଗଲେ।
ଅନେକ ଦୂରରେ ଅନ୍ୟ ଏକ ଗାଁରେ ସେ ରହିଲେ। ସେଠାରେ ବି ତାଙ୍କର ନାମ ଡାକ ହୋଇଗଲା। ସେଠାରେ ମଧୢ ଲୋକେ ତାଙ୍କୁ ଖୋଜିଲେ। ତାଙ୍କର ସୁଖ୍ୟାତି ହୋଇଗଲା। ଏମିତି ବିତିଗଲା ଅନେକ ବର୍ଷ। ଦିନେ ତାଙ୍କ ମନ ହେଲା ଯେ ନିଜ ଗାଁକୁ ଫେରିଯିବେ।
ଦିନେ ରାନ୍ଧୁଣିଆ ଗାଁକୁ ବାହାରିଲେ। ବାଟରେ ସେ ଭାବିଲେ ପରଖି ଦେଖିବେ ଯେ ତାଙ୍କ ଆଖପାଖ ଗାଁର ଲୋକେ ତାଙ୍କ ହାତଯଶକୁ ମନେ ରଖିଛନ୍ତି ନା ଭୁଲି ଗଲେଣି?
ତେଣୁ ବାଟରେ ଗୋଟିଏ ଗାଁରେ ଜଣେ ଯୁବକକୁ ଅଟକାଇ ପଚାରିଲେ- ତୁମେ ବାବୁ ଅମକ ଲୋକଙ୍କୁ ଜାଣିଛ କି?
ଯୁବକଟି କହିଲା- ତାଙ୍କୁ ନ ଜାଣେ କିଏ? କେବେ ଦେଖି ନାହିଁ ସିନା, କିନ୍ତୁ ତାଙ୍କ ବିଷୟରେ ଶୁଣିଛି!
ଉତ୍ସୁକ ରାନ୍ଧୁଣିଆ ପଚାରିଲେ- କ’ଣ ଶୁଣିଛ?
ଯୁବକ କହିଲା- ଶୁଣିଛି ଯେ ଜମିଦାରଙ୍କ ଝିଅ ବାହାଘରରେ ତରକାରି ପୋଡ଼ି ଦେଇ କୁଆଡ଼େ ଚାଲିଗଲେ।
ରାନ୍ଧୁଣିଆ ଏବେ ଉଠିଲେ ଏବଂ ଗାଁକୁ ନ ଯାଇ ଫେରିଲେ। ଫେରିଲାବେଳେ ମନେ ମନେ ଭାବୁଥିଲେ ଯେ ଯେଉଁଠି ଅଛି ଭଲରେ ଅଛି। ଅନ୍ତତଃ ସେଠି ତରକାରି ତ ପୋଡ଼ିନାହିଁ!
କଥାଟିଏ-ଯାଯାବର: ପୋଡ଼ା ତରକାରି କଥା
ଗୋଟିଏ ଗାଁରେ ଜଣେ ରାନ୍ଧୁଣିଆ ଥିଲେ। ତାଙ୍କର ହାତର ଯାଦୁ ଥିଲା ଅପୂର୍ବ। ସେ ଯାହା ରୋଷେଇ କରୁଥିଲେ, ତାହା ଅମୃତ ଭଳି ଲାଗୁଥିଲା। ସୁତରାଂ, ଜମିଦାର ତାଙ୍କ ଝିଅ ବାହାଘର ଭୋଜିରେ ରାନ୍ଧିବା ଲାଗି ତାଙ୍କୁ ଡାକିଲେ। ଭୋଜିରେ ଏକ ବିରଳ ତରକାରିର ବ୍ୟବସ୍ଥା ଥିଲା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)