ଜଣେ ଦରିଦ୍ର ଶଯ୍ୟାଶାୟୀ ରୋଗୀ ଡାକ୍ତରଙ୍କୁ ପଚାରିଲା- ଆଜ୍ଞା, ଆପଣ ଦିନ ରାତି ଭୁଲି ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ପଛରେ ପକାଇ କାହିଁକି ରୋଗୀ ସେବା କରୁଛନ୍ତି? ତାହା ପୁଣି ଦରିଦ୍ର ରୋଗୀଙ୍କର ସେବା, ଯେଉଁମାନଙ୍କ ଠାରୁ କିଛି ମିଳିବାର ନ ଥାଏ।
ଡାକ୍ତର ହସିଲେ ଓ କହିଲେ- କିଛି ମିଳେନାହିଁ ବୋଲି କହିଲା କିଏ? ମୋ କାମରୁ ଅନେକ କିଛି ମୁଁ ପାଏ। ଏଥିରୁ ମୁଁ ଯେଉଁ ଆନନ୍ଦ ପାଏ ତା’ର କୌଣସି ମୂଲ୍ୟାୟନ କରାଯାଇପାରିବ ନାହିଁ।
ରୋଗୀ ପଚାରିଲା- ଆପଣ ନିଶ୍ଚୟ ଈଶ୍ବର ବିଶ୍ବାସୀ ହୋଇଥିବେ। କାରଣ ଈଶ୍ବର ବିଶ୍ବାସୀ ଲୋକେ କେବଳ ଏମିତି ପୁଣ୍ୟାତ୍ମା ହୋଇପାରିବେ।
ଡାକ୍ତର କହିଲେ- ମୁଁ ଈଶ୍ବରଙ୍କୁ ବିଶ୍ବାସ କରେ କି ନାହିଁ ତାହା ଜାଣେନା। କିନ୍ତୁ ଯାହା କିଛି ଈଶ୍ବରୀୟ ତାକୁ ବିଶ୍ବାସ କରେ। ପୁଣ୍ୟ ଲାଭର ମୋର କୌଣସି ଇଚ୍ଛା ନାହିଁ। କେବଳ ଆନନ୍ଦ ଲାଭ କରିବା ଲାଗି ମୁଁ ଏହା କରେ।
ରୋଗୀ ପଚାରିଲା- ଆଜ୍ଞା, ଆପଣ ପ୍ରାର୍ଥନା କରନ୍ତି?
ଡାକ୍ତର କହିଲେ- ପ୍ରାର୍ଥନା କରିବା ଲାଗି ମୁଁ ସମୟ ପାଏନା ବନ୍ଧୁ। ଅନେକ ବର୍ଷ ହୋଇ ଗଲାଣି ମନ୍ଦିର ଯାଇନାହିଁ। ଅସାଧ୍ୟ ରୋଗରୁ ଜଣେ ମୁକ୍ତ ହୋଇଗଲେ ଯେଉଁ ଲୁହ ମୋ ଆଖିରେ ଜମିଯାଏ, ତାହା ମୋ ପାଇଁ ସବୁ କିଛି, ଯାହା ଯାହା ତୁମେ କହୁଛ!
ତା’ ପରେ ଡାକ୍ତର କହିଲେ- ସ୍ବର୍ଗ କିଏ ଦେଖିଛି? ମୃତ୍ୟୁ ପରେ କ’ଣ ହୁଏ ତାହା କିଏ ଜାଣିଛି? କାହାକୁ ପୁଣ୍ୟ କହିବା? ଏ ସବୁ ପ୍ରଶ୍ନର ଉତ୍ତର ନାହିଁ। ତେବେ ଏତିକି କହିବି ସ୍ବର୍ଗଟି ଯେମିତି ସ୍ଥାନ ବୋଲି ଆମେ ଭାବୁ ସେମିତି ସ୍ଥାନଟିଏ ଏ ପୃଥିବୀରେ ତିଆରି କରାଯାଇପାରିଲେ ଯଥେଷ୍ଟ।
କଥାଟିଏ-ଯାଯାବର: ଡାକ୍ତରଙ୍କ କଥା
ଜଣେ ଦରିଦ୍ର ଶଯ୍ୟାଶାୟୀ ରୋଗୀ ଡାକ୍ତରଙ୍କୁ ପଚାରିଲା- ଆଜ୍ଞା, ଆପଣ ଦିନ ରାତି ଭୁଲି ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ପଛରେ ପକାଇ କାହିଁକି ରୋଗୀ ସେବା କରୁଛନ୍ତି? ତାହା ପୁଣି ଦରିଦ୍ର ରୋଗୀଙ୍କର ସେବା, ଯେଉଁମାନଙ୍କ ଠାରୁ କିଛି ମିଳିବାର ନ ଥାଏ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)