ୟୁଜିକେ ଥରେ କହୁଥିଲେ ଏହି ଗପଟି।
ଜଣେ ରାଜା ଥିଲେ। ସେ ଥରେ ବ୍ୟାଧିଗ୍ରସ୍ତ ହେଲେ। ବହୁ ବୈଦ୍ୟ ଓ ଚିକିତ୍ସକ ଆସିଲେ। କିନ୍ତୁ ରୋଗ ଭଲ ହେଲା ନାହିଁ। ଶେଷରେ ଜଣେ ବିଚକ୍ଷଣ ତରୁଣ ଚିକିତ୍ସକ ଆସିଲେ, ଯାହାଙ୍କ ଔଷଧି କାମ କଲା ଏବଂ ରାଜା କ୍ରମେ ଆରୋଗ୍ୟ ଲାଭ କରିବାକୁ ଲାଗିଲେ। ସୁସ୍ଥ ହେବା ପରେ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଜଳବାୟୁ ପରିବର୍ତ୍ତନ ସକାଶେ ରାଜା ବାହାର ରାଜ୍ୟକୁ ବୁଲିବାକୁ ଗଲେ।
ସେ ରାଜ୍ୟର ଜଳବାୟୁ ଅତ୍ୟନ୍ତ ମନୋରମ ଥିଲା। ରାଜାଙ୍କୁ ତାହା ବେଶ୍ ଭଲ ଲାଗିଲା। କିନ୍ତୁ କିଛି ଦିନ ପରେ ରାଜାଙ୍କ ମନ ଭଲ ରହିଲା ନାହିଁ। ପୁଣି ସେ ରୋଗଗ୍ରସ୍ତ ହେବା ଭଳି ଲାଗିଲା। ଏହା ଦେଖି ମନ୍ତ୍ରୀ ମହୋଦୟ ତୁରନ୍ତ ସେହି ଚିକିତ୍ସକଙ୍କ ପରାମର୍ଶ ଲୋଡ଼ିଲେ।
ଚିକିତ୍ସକ କହିଲେ- ରାଜାଙ୍କୁ ତୁରନ୍ତ ଆଉ ଏକ ସ୍ଥାନକୁ ଘେନିଯାଅ। କିନ୍ତୁ ତା’ ପୂର୍ବରୁ ଏମିତି ବ୍ୟବସ୍ଥା କର ଯେମିତି କି ସେ ସ୍ଥାନର ଲୋକେ ବାଟରେ ଘାଟରେ ରାଜାଙ୍କୁ ଦେଖିଲେ ପ୍ରଣାମ କରୁଥିବେ!
ସେମିତି ହେଲା। ମନ୍ତ୍ରୀ ମହୋଦୟ ପଇସାପତ୍ର ଦେଇ ଗୋଟିଏ ଗାଁର ଲୋକଙ୍କୁ ସେହି କାମ ଲାଗି ନିୟୋଜିତ କଲେ। ରାଜାଙ୍କୁ ସେହି ଗାଁକୁ ନିଆଗଲା। ବେଶ୍ ସୁନ୍ଦର ସ୍ଥାନ। ଏଣେ ରାଜାଙ୍କୁ ଦେଖିବା ମାତ୍ରକେ ସମସ୍ତେ ତାଙ୍କୁ ମଣିମା ବୋଲି କହି ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ। ଏବେ ରାଜାଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିଲା। ତାଙ୍କ ରୋଗ ବି ଭଲ ହୋଇଗଲା।
କଥାଟିଏ-ଯାଯାବର: ରାଜାଙ୍କ ଆରୋଗ୍ୟ
ୟୁଜିକେ ଥରେ କହୁଥିଲେ ଏହି ଗପଟି। ଜଣେ ରାଜା ଥିଲେ। ସେ ଥରେ ବ୍ୟାଧିଗ୍ରସ୍ତ ହେଲେ। ବହୁ ବୈଦ୍ୟ ଓ ଚିକିତ୍ସକ ଆସିଲେ। କିନ୍ତୁ ରୋଗ ଭଲ ହେଲା ନାହିଁ। ଶେଷରେ ଜଣେ ବିଚକ୍ଷଣ ତରୁଣ ଚିକିତ୍ସକ ଆସିଲେ, ଯାହାଙ୍କ ଔଷଧି କାମ କଲା ଏବଂ ରାଜା କ୍ରମେ ଆରୋଗ୍ୟ ଲାଭ କରିବାକୁ ଲାଗିଲେ।