ଗୋଟିଏ ରାଜ୍ୟରେ ଥିଲେ ଜଣେ ଭଲ ରାଜା। ରାଜ୍ୟବାସୀ ରାଜା, ରାଣୀ ଓ ମନ୍ତ୍ରୀଙ୍କୁ ବହୁତ ଆଦର କରୁଥିଲେ। ସବୁଠାରୁ ବଡ଼ କଥା ଥିଲା ରାଜାଙ୍କ ନ୍ୟାୟ ପ୍ରଦାନ। ଲୋକେ କହୁଥିଲେ ରାଜା ଭଗବାନଙ୍କ ଆଉ ଏକ ପ୍ରତିରୂପ। 
ରାଜଧାନୀରେ ଥିଲା ଗୋଟିଏ ଗଭୀର କୂଅ। ଲୋକେ ତାହାର ପାଣି ବ୍ୟବହାର କରୁଥିଲେ। କେବଳ ରାଜା, ରାଣୀ ଓ ମନ୍ତ୍ରୀ ପ୍ରାସାଦ ଭିତରେ ଥିବା କୂଅର ପାଣି ବ୍ୟବହାର କରୁଥିଲେ। ଦିନେ ଜଣେ ଦୁଷ୍ଟ ଯାଦୁକର, ଲୋକେ ବ୍ୟବହାର କରୁଥିବା କୂଅରେ କିଛି ମିଶାଇ ଚାଲିଗଲା। କେହି ଜାଣିପାରିଲେ ନାହିଁ। ପର ଦିନ ସକାଳେ ଲୋକେ ସେହି ପାଣି ବ୍ୟବହାର କରି ପାଗଳ ହୋଇଗଲେ। 
ହଠାତ୍‌ ସମସ୍ତେ ପ୍ରାସାଦକୁ ଘେରାଉକଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ ଯେ ସେମାନେ ଏକ ପାଗଳକୁ ରାଜା ଭାବେ ଚାହାନ୍ତି ନାହିଁ। 
ରାଜା କିଛି ବୁଝିପାରିଲେ ନାହିଁ। ମହାମନ୍ତ୍ରୀ ଥିଲେ ବୁଦ୍ଧିମାନ। ସେ ରାଜାଙ୍କୁ କହିଲେ- ମଣିମା, ଆପଣ ଆଉ କାଳ ବିଳମ୍ବ ନ କରି ଲୋକେ ବ୍ୟବହାର କରୁଥିବା କୂଅରୁ ପାଣି ପିଅନ୍ତୁ। ନ ହେଲେ ରକ୍ଷା ନାହିଁ। 
ମନ୍ତ୍ରୀ ସ˚କ୍ଷେପରେ ବୁଝେଇଦେଲେ- ସମସ୍ତେ ଗୋଟିଏ କୂଅର ପାଣି ବ୍ୟବହାର କରୁଥିବାରୁ ପାଗଳ ହୋଇଯାଇଛନ୍ତି। ତେଣୁ, ଆପଣ ପାଗଳମାନଙ୍କର ରାଜା। ଏ ଭଳି ରାଜ୍ୟରେ ଭଲ ହୋଇ ରହିବା ଅର୍ଥ ପାଗଳ ପ୍ରଜାଙ୍କ ଭିତରେ ପାଗଳ ଭାବେ ପରିଗଣିତ ହେବା। ବର˚, ସେଇ କୂଅର ପାଣି ପିଇ, ସେମାନଙ୍କ ଭିତରୁ ଜଣେ ହୋଇଯାଆନ୍ତୁ। ତାହା ହେଲେ ଯାଇ ଆପଣ ସେମାନଙ୍କ ରାଜା ଭାବେ ଗଣାଯାଇପାରିବେ। 
କେବଳ ରାଜା ନୁହନ୍ତି। ମନ୍ତ୍ରୀ ଓ ରାଣୀ ବି ତାହା କଲେ। ସେମାନେ ସେଇ ପାଣି ପିଇ ପାଗଳ ହୋଇଗଲେ। ଏବେ ରାଜ୍ୟବାସୀଙ୍କ ଆଉ କୌଣସି ଅଭିଯୋଗ ନ ଥିଲା। ପୂର୍ବ ଭଳି ପୁଣି ରାଜ୍ୟର କାରବାର ଚାଲିଲା।