ଜଣେ ବ˚ଶୀବାଦକ ଥିଲେ। ସେ ଥିଲେ ଅତି ଦରିଦ୍ର। ତାଙ୍କ ପୁଅ ବି ପିଲାଟି ଦିନରୁ ଖୁବ୍‌ ସୁନ୍ଦର ବ˚ଶୀ ବଜାଉଥିଲା। ଦାରିଦ୍ର୍ୟ ଓ ରୋଗରେ ବ˚ଶୀବାଦକଙ୍କ ଅକାଳ ମୃତ୍ୟୁ ହେଲା। ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁଅକୁ କହିଲେ- ଆମକୁ ବ˚ଶୀ ବଜାଇବାର ଯେଉଁ କଳା ମିଳିଛି ତାହା ହେଉଛି ଈଶ୍ବରଙ୍କ ଆଶୀର୍ବାଦ। ଏହାକୁ କେବେ ବି ହତାଦର କରିବୁ ନାହିଁ। ଏହାକୁ ହତାଦର କରିବା ଈଶ୍ବର ଦ୍ରୋହ ବୋଲି ଜାଣିବୁ। ବାପାଙ୍କ ମୃତ୍ୟୁ ପରେ ପୁଅ ଏକମନସ୍କ ହୋଇ ବ˚ଶୀ ବଜାରେ ଲାଗିଲା। ଖାଇବାକୁ ପିଇବାକୁ ପାଇଲା ନାହିଁ କିନ୍ତୁ ବ˚ଶୀ ବଜାଇଲା। ଲୋକେ ତାକୁ ପାଗଳ ବୋଲି ଡାକିଲେ। ସବୁ ଦୁର୍ବିପାକ ସତ୍ତ୍ବେ ସେ ବଞ୍ଚି ରହିଲା ଏବ˚ ବ˚ଶୀ ବଜାଇଲା। ତା’ର ବ˚ଶୀର ସ୍ବର ସିନା ଗାଁ ବାହାରକୁ ଗଲା ନାହିଁ, କିନ୍ତୁ ଯିଏ ଶୁଣିଲା ସେ ତଟସ୍ଥ ହୋଇଗଲା। 

Advertisment

ଦିନେ ରାଜ୍ୟର ମହାମନ୍ତ୍ରୀ ଦଳବଳ ସହିତ ସେଇ ବ˚ଶୀବାଦକର ଗାଁ ବାଟ ଦେଇ ଯାଉଥିଲେ। ଏଇ ସମୟରେ ଅପୂର୍ବ ବ˚ଶୀର ସ୍ବର ତାଙ୍କୁ ଆତ୍ମହରା କରିଦେଲା। ସେ ନିଜକୁ ଭୁଲି ଯିବାକୁ ବସିଥିଲା ବେଳେ ତାଙ୍କ ଘୋଡ଼ାଟି ଝୁଣ୍ଟି ପଡ଼ିଲା ଏବ˚ ସେ ତଳେ ପଡ଼ି ଆହତ ହେଲେ। ତାଙ୍କ ପାଖ ଲୋକେ ତାଙ୍କ ସେବା ଶୁଶ୍ରୂଷା କଲେ। ମହାମନ୍ତ୍ରୀ କହିଲେ- ଆଗେ ସେଇ ବ˚ଶୀବାଦକକୁ ଧରି ମୋ ସାମନାକୁ ଆଣ। ସାଙ୍ଗେସାଙ୍ଗେ ସୈନିକମାନେ ଯାଇ ବ˚ଶୀବାଦକକୁ ଧରି ଆଣିଲେ। ଅତି ଦୟନୀୟ ଅବସ୍ଥାରେ ତରୁଣଟି ବ˚ଶୀକୁ ହାତରେ ଧରି ଉପସ୍ଥିତ ହେଲା। ଗାଁ ଲୋକେ ଭାବିଲେ ଏଥର ତା’ର ପ୍ରାଣ ଗଲା ଜାଣ। ତା’ରି ବ˚ଶୀବଜା କାରଣରୁ ଘୋଡ଼ା ଝୁଣ୍ଟିଛି। 

ମନ୍ତ୍ରୀ ଯୁବକକୁ ନିଜ ପାଖକୁ ଟାଣି ଆଣି କହିଲେ- ସ˚ଗୀତ ଶୁଣି ଆତ୍ମହରା ହେବାର କାନ ମଣିଷର ସିନା ଅଛି, ହେଲେ ଘୋଡ଼ାର ନାହିଁ। କିନ୍ତୁ ତୁମ ବ˚ଶୀ ସ୍ବର ସେ ଅସମ୍ଭବକୁ ସମ୍ଭବ କରିଛି। ଏଥିରୁ ତୁମେ ବୁଝ ତୁମେ କି ଚମତ୍କାର ବ˚ଶୀ ବଜାଉଛ। ତୁମ ସ୍ଥାନ ଏ ଗାଁରେ ନୁହେଁ, ରାଜ ଦରବାରରେ।ଯୁବକ ବାପାଙ୍କ କଥାକୁ ମନେ ପକାଇଲା। ଈଶ୍ବର ପ୍ରଦତ୍ତ କଳାକୁ ସମ୍ମାନ ଦେଲେ ଈଶ୍ବର ସଫଳତାର ବାଟ ଫିଟାଇବେ।