ଥରେ ଜଣେ ମଣିଷ ଜଙ୍ଗଲରେ ବୁଲୁଥିବା ବେଳେ ଗୋଟିଏ ସି˚ହକୁ ଭେଟିଲା। ସି˚ହଟି ହଠାତ୍ ମଣିଷ ବୁଝିଲା ଭଳି ଭାଷାରେ ଗପସପ କରିବା ଆରମ୍ଭ କଲା।
ହଠାତ୍ କଥା ପଡ଼ିଲା- କିଏ ଅଧିକ ବଳଶାଳୀ? ମଣିଷ ନା ସି˚ହ? ଏହା ଯୁକ୍ତିର ରୂପ ନେଲା।
ମଣିଷ ଥିଲା ବାକ୍ ପଟୁ। ସେ କହିଲା- ତୁମେ ମଣିଷର ଶକ୍ତି ବିଷୟରେ ଜାଣିନା। ତୁମେ ଯଦି ଏହାର ପ୍ରମାଣ ପାଇବାକୁ ଚାହଁ, ମୋ ସହିତ ଆସ।
ଏହା କହି ଲୋକଟି ସି˚ହକୁ ନେଇଗଲା ନିକଟସ୍ଥ ସହରର ଏକ ପାର୍କକୁ। ସେତିକି ବେଳକୁ ନିଶାର୍ଧ। ପାର୍କଟି ଜନଶୂନ୍ୟ। ମଣିଷ ତାକୁ ନେଇଗଲା ଏକ ବିଶାଳ ମୂର୍ତ୍ତି ନିକଟକୁ। ଜହ୍ନ ଆଲୁଅରେ ସେ ମାର୍ବଲ ମୂର୍ତ୍ତି ଦାଉଦାଉ ଦିଶୁଥାଏ।
ମଣିଷ ସି˚ହକୁ କହିଲା- ଦେଖ।
ସି˚ହ ଦେଖିଲା ଯେ ସେଇ ମୂର୍ତ୍ତି ହେଉଛି ଜଣେ ବଳଶାଳୀ ମଣିଷର ଯେ ଏକ ସି˚ହର ମୁହଁକୁ ଦୁଇ ହାତରେ ଧରି ତାକୁ ଫାଡ଼ି ଦେବାକୁ ଉଦ୍ୟତ। ସେ ପଚାରିଲା- ୟେ କିଏ?
ମଣିଷ କହିଲା- ୟେ ହେଉଛନ୍ତି ମହାବଳଶାଳୀ ହର୍କ୍ୟୁଲେସ୍। ସେ ସି˚ହମାନଙ୍କୁ ଏମିତି ମାରୁଥିଲେ।
ଏହା ଶୁଣି ସି˚ହ କହିଲା- ଏ ମୂର୍ତ୍ତି କିଏ ତିଆରି କରିଛି? ମଣିଷ ନା ସି˚ହ?
ମଣିଷ କହିଲା- କି ବାେଜ ପ୍ରଶ୍ନ! ଅବଶ୍ୟ ଜଣେ ମଣିଷ ଏହାକୁ ଗଢ଼ିଛି।
ସି˚ହ କହିଲା- ସେଇଥି ପାଇଁ ସେ ମଣିଷକୁ ବଳୁଆ କରି ଦେଖାଇଛି। ଆମର କୃତିରେ ତୁମେ ଏମିତି ଦେଖିବ ନାହିଁ।
ମଣିଷ ଏହା ଶୁଣି ହସିହସି ଗଡ଼ିଗଲା। ସେ କହିଲା- ତୁମର ପୁଣି କୃତି?
ସି˚ହ କହିଲା- ହସ ନାହିଁ। ଆମର ବି କୃତି ଅଛି। ଆସ ଦେଖିବ।
ଏହା କହି ସି˚ହ ମଣିଷକୁ ବାଟ କଢ଼େଇ ଏକ ଗୁ˚ଫା ପାଖକୁ ନେଇଗଲା। ମଣିଷ ଗୁ˚ଫା ଭିତରକୁ ଚାହିଁ ଦେଖିଲା ଯେ ତହିଁରେ ପାହାଡ଼ ଭଳି ଗଦା ହୋଇଛି ମଣିଷର ହାଡ଼ ଓ ଖପୁରି।
ସି˚ହ କହିଲା- ଏ ହେଉଛି ଆମ କୃତି। ଏବେ ତୁମେ ଏଠୁ ପ୍ରାଣ ଧରି ପଳାଅ, କାରଣ ମୋ ସାଥୀମାନେ ଆସୁଥିବାର ଶବ୍ଦ ମୁଁ ପାଇଲିଣି। କେବେ ବି ନିଜ ହାତରେ ନିଜକୁ ବଡ଼ କରି ସବୁଠାରୁ ଅଧିକ ବଡ଼ ବୋଲି ଭାବିବ ନାହିଁ।
କିଏ ବଡ଼?
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)