ସହରର ଗୋଟିଏ ଛକରେ କୌଣସି ଦୋକାନ ଚାଲୁ ନ ଥିଲା। ଖୋଲିବାର କିଛି ମାସ ଭିତରେ ସବୁ ବନ୍ଦ ହୋଇଯାଉଥିଲା। କୌଣସି ଏକ ରହସ୍ୟମୟ କାରଣରୁ ଗରାଖ ହେଉ ନ ଥିଲେ। ବର˚ ସହରର ଲୋକେ ଟିକିଏ ଦୂର ହେଲେ ବି ଛୋଟ ବଜାରକୁ ଯାଉଥିଲେ। 
ଥରେ ଜଣେ ଲୋକ ସେଇ ଛକରେ ଜଳଖିଆ ଦୋକାନଟିଏ ଖୋଲିଲେ। ବଜାରର ପୁରୁଣା ଜଳଖିଆ ଦୋକାନ ଥାଉ ଥାଉ ଏ ଦୋକାନ ଚାଲିବ ନାହିଁ ବୋଲି ସମସ୍ତେ ନିଶ୍ଚିତ ଥିଲେ। କିନ୍ତୁ ଦେଖାଗଲା ଯେ ପ୍ରଥମ କିଛି ଦିନର ମାନ୍ଦା ବେପାର ପରେ ସେଠାରେ ଭିଡ଼ ଜମିଲା। ଦେଖାଗଲା ଯେ ବଜାର ଜଳଖିଆ ଦୋକାନର ପୁରୁଣା ଗରାଖମାନେ ବି ଏଠି ପହଞ୍ଚିଲେ। ଏଥିରେ ବଜାର ଜଳଖିଆ ଦୋକାନର ମାଲିକ ବିସ୍ମିତ ହୋଇ ସେଠାରେ ଏମିତି କି କାରବାର ଚାଲିଛି ବୋଲି ଭାବି ନିଜେ ଦେଖିବାକୁ ଗଲେ। ସେତେବେଳକୁ ଦୋକାନରେ ପ୍ରବଳ ଭିଡ଼। କିନ୍ତୁ ଦୋକାନର ମାଲିକ ଟଙ୍କା ବାକ୍ସ ପାଖରେ ନାହାନ୍ତି। ସେ କେତେବେଳେ ରୋଷେଇ ଜାଗାରେ ତ କେତେବେଳେ ଗରାଖମାନଙ୍କ ସହିତ ହସଖୁସି ଓ ଗପସପରେ ମାତିଛନ୍ତି। ଲୋକେ ଖାଇ ସାରିବା ପରେ ମୂଲ୍ୟ ବାବଦକୁ ଟଙ୍କା ବାକ୍ସରେ ନିଜେ ରଖୁଛନ୍ତି। ଖୁଚୁରା ଦରକାର ହେଲେ ଦୋକାନୀଙ୍କୁ ଡାକୁଛନ୍ତି, ଯିଏ ସହାସ୍ୟ ବଦନରେ ଆସି ତାହା ଦେଉଛନ୍ତି। ଯେମିତି ବେପାର ନୁହେଁ, ଭାବର କାରବାର ଚାଲିଛି। 
ସ˚ଧୢାରେ ଦୁହିଁଙ୍କ ଭିତରେ ଏ ବାବଦରେ କଥାବାର୍ତ୍ତା ବେଳେ ବଜାରର ଜଳଖିଆ ଦୋକାନୀ କହିଲେ- ଆମେ କେବଳ କଥାରେ କହୁ ଗରାଖ ଈଶ୍ବର ଏବ˚ ଆମେ ସେମାନଙ୍କୁ ପୂର୍ଣ୍ଣ ବିଶ୍ବାସ କରୁ। କିନ୍ତୁ ପ୍ରକୃତରେ ସେମାନଙ୍କୁ ସନ୍ଦେହ କରୁ ଓ ଜଗି ରହୁ। ତେଣୁ ହୁଏତ ସେମାନେ ବି ଆମକୁ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଦେଖୁଛି ଆପଣ ଓ ସେମାନଙ୍କ ଭିତରେ ବିଶ୍ବାସର ଏମିତି ସଂପର୍କ ଗଢ଼ି ଉଠିଛି, ଯାହା ମୁଁ ଏତେ ବର୍ଷ ଦୋକାନ କଲା ପରେ ବି ସମ୍ଭବ ହୋଇନାହିଁ। ଏବେ ମୁଁ ବୁଝୁଛି ଯେ ସବୁରି ମୂଳରେ ଅଛି ବିଶ୍ବାସ। ସେଥିରୁ ଜାତ ହୁଏ ଶ୍ରଦ୍ଧା ଓ ତହିଁରୁ ନିବିଡ଼ ହୁଏ ସଂପର୍କ।