ଆମେରିକାର ଜଣେ ଯାଦୁକର ଜିଓଫ୍ରେ ଜନସନ ଏକ ଚିତ୍ତାକର୍ଷକ ଖେଳ ଦେଖାଇବାକୁ ପ୍ରସ୍ତୁତ ହେଉଥାଆନ୍ତି। ଖେଳଟି ହେବାର ଥାଏ ଚିଲିର ମାଚୁପିଚୁ ପର୍ବତମାଳାର ଏକ ଅତି ବିପଦପୂର୍ଣ୍ଣ ଘାଟି ରାସ୍ତାରେ। ସେଇ ଖେଳରେ ଜନସନଙ୍କ ଆଖିରେ ଭିଡ଼ା ହେବ ଏକ କଳାପଟି। ସେ ପାଲଟିଯିବେ ସ˚ପୂର୍ଣ୍ଣ ଅନ୍ଧ। ସେଇ ଅବସ୍ଥାରେ ସେ ସେଇ ଘାଟି ରାସ୍ତାରେ ଏକ ବଡ଼ ବସ୍‌ ଚଳାଇଯିବେ। ସେ ଯେଉଁ ବସ୍‌ ଚଲାଇବେ ତହିଁରେ ସ୍ବଇଚ୍ଛାରେ ଯାତ୍ରୀ ମଧୢ ବସିପାରିବେ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜନସନ ସେଠାରେ ଥିବା ଲୋକମାନଙ୍କ ଆଖିରେ ପଟି ଭିଡ଼ି ଦେଖାଇଦେଲେ ଯେ ତାହା ପିନ୍ଧିଲେ କିଛି ବି ଦେଖାଯିବ ନାହିଁ। ଏଣୁ ସେ ଯେ ଠକୁ ନାହାନ୍ତି ଏହା ତା’ର ପ୍ରମାଣ। ଏବେ ସେ ବସ୍‌ରେ ଚଢ଼ିବା ଲାଗି ଲୋକମାନଙ୍କୁ ନିବେଦନ କଲେ। କିନ୍ତୁ ବିସ୍ମୟର କଥା ଜଣେ ଦୁଇ ଜଣଙ୍କୁ ଛାଡ଼ିଦେଲେ କେହି ହେଲେ ବସ୍‌ରେ ଚଢ଼ିଲେ ନାହିଁ। 
ଜନସନ ପଚାରିଲେ- ଆପଣମାନଙ୍କର କ’ଣ ମୋ ଉପରେ ଭରସା ନାହିଁ? 
ଜମିଥିବା ଲୋକମାନଙ୍କ ଭିତରେ ଅଧିକା˚ଶ ଥିଲେ ଜନସନଙ୍କ ଅକୁଣ୍ଠ ପ୍ରଶ˚ସକ। କିନ୍ତୁ ସେମାନେ ବି ଏ ବିପଦପୂର୍ଣ୍ଣ ଖେଳରେ ଭାଗ ନେବା ଲାଗି ସାହସ କୁଳାଇ ପାରିଲେ ନାହିଁ। 
ସେଇଠୁ ଜନସନ କହିଲେ- ଆପଣମାନେ ଖୁସି ହେବେ ଯେ ଏଇ ବସ୍‌ରେ ମୋ ପାଖରେ ବସିବ ମୋର ଏକମାତ୍ର ବାର ବର୍ଷ ବୟସ୍କ ପୁଅ। ଏତେ ସାନ ପିଲାଟି ଯିବାକୁ ସାହସ କରିପାରିଲା, ଆପଣମାନେ ପାରୁନାହାନ୍ତି? 
ଏଥର ଲୋକେ ବସ୍‌ରେ ଚଢ଼ିଲେ। ସିଟ୍‌ ସବୁ ଭରିଗଲା।
ଏଥର ଜଣେ ଯାତ୍ରୀ କହିଲେ- ଆପଣ ନିଜ ପୁଅକୁ ନେଇ ଏ ବିପଦପୂର୍ଣ୍ଣ ଗାଡ଼ି ଚାଳନା କରିବାର ଅର୍ଥ ହେଲା ନିଜ ସାମର୍ଥ୍ୟ ଉପରେ ଆପଣଙ୍କର ଶତ ପ୍ରତିଶତରୁ ବି ଅଧିକ ବିଶ୍ବାସ ରହିଛି। ଏଇ ପ୍ରଗାଢ଼ ବିଶ୍ବାସବୋଧରୁ ଆମ ଭୟ ବି କଟିଗଲା।