ଜଣେ ଯୁବକ ଗୁରୁ ୟୁଜି କୃଷ୍ଣମୂର୍ତ୍ତିଙ୍କ ପାଖରେ ପହଞ୍ଚି କହିଲା- ମୋ ପତ୍ନୀ କ୍ଷଣକୋପୀ। କଥା କଥାକେ ରାଗିଯାଏ। ସେଇ କାରଣରୁ ମୁଁ ଶାନ୍ତିରେ ରହିପାରୁନାହିଁ। କେମିତି ଶାନ୍ତି ପାଇବି ବାଟ ବତାନ୍ତୁ।
ୟୁଜିକେ କହିଲେ- ତୁମେ ନିଜ ପତ୍ନୀଙ୍କୁ ଛାଡ଼ି ଅଲଗା ରହିବାକୁ ଚାହ କି?
ଯୁବକ କହିଲା- ନା, ସେ କଥା ନୁହେଁ। ତା’ ସହିତ କେମିତି ଶାନ୍ତିରେ ରହିବି ସେ ଉପାୟଟି ଜାଣିବା ଦରକାର।
ୟୁଜିକେ କହିଲେ- କେବଳ ତୁମର ନୁହେଁ, ଆମ ସମସ୍ତଙ୍କ ଲାଗି ଦୁଃଖର ମୂଳ କାରଣ ହେଲା ଆମେ ଈଶ୍ବରଙ୍କୁ ସମ୍ମାନ ଦେଉନାହେଁ। 
ଯୁବକ କହି ଉଠିଲା- ନା ମହାଶୟ ମୁଁ ଈଶ୍ବରଙ୍କୁ ମାନେ। ତାଙ୍କୁ ପୂଜା କରେ। 
ୟୁଜିକେ କହିଲେ- କଥାଟା ବୁଝିପାରିଲ ନାହିଁ। କଥା ହେଲା, ଈଶ୍ବର ପୃଥିବୀର ସବୁ କିଛି ତିଆରି କରିଛନ୍ତି ଏବ˚ ତାଙ୍କ ନିଜ ବାଟରେ ହିଁ କରିଛନ୍ତି। କିନ୍ତୁ ଆମେ ସେଥିରେ ସନ୍ତୁଷ୍ଟ ନୁହେଁ। ଆମେ ପ୍ରତି ଜିନିଷ ନିଜ ମନ ମୁତାବକ ହେଉ ବୋଲି ଚାହୁ। ପୃଥିବୀର ପ୍ରତି ମଣିଷର ଚେହେରା ପରସ୍ପର ଠାରୁ ଅଲଗା। ଈଶ୍ବର ତାଙ୍କ ବାଟରେ ସମସ୍ତଙ୍କୁ ତିଆରି କରିଛନ୍ତି। କିନ୍ତୁ ଆମେ ନିଜ ମନ ମୁତାବକ ସୁନ୍ଦର ବା ସୁନ୍ଦରୀ ସାଥୀ ଚାହୁ, ନ ପାଇଲେ ଦୁଃଖ କରୁ। ସେମିତି ପ୍ରତି ମଣିଷର ସ୍ବଭାବ ଅଲଗା। ତୁମେ ଯେମିତି ଚାହୁଛ ତୁମ ପତ୍ନୀ ସେମିତି ହେବେ ବୋଲି କଥା ନାହିଁ। ତୁମର ଯଦି ଈଶ୍ବରଙ୍କ ସୃଷ୍ଟି ପ୍ରତି ସମ୍ମାନ ଥାଆନ୍ତା, ତେବେ ତୁମେ ତାଙ୍କ ସୃଷ୍ଟିକୁ ସେ ଯେମିତି ଗଢ଼ିଛନ୍ତି ସେମିତି ଗ୍ରହଣ କରିପାରନ୍ତ ଏବ˚ ନିଜକୁ ସେଇ ଅନୁସାରେ ବଦଳାଇ ପାରନ୍ତ। ତୁମେ ସେମିତି କରିପାରୁନାହଁ ବୋଲି କଷ୍ଟ ପାଉଛ। ଯିଏ ଯେମିତି ତାକୁ ସେମିତି ଭାବେ ଗ୍ରହଣ କରିନେଲେ ଆମର ଅଧିକା˚ଶ ଦୁଃଖ ଦୂର ହୋଇଯିବ।