କଥାଟିଏ ଯାଯାବର, ତ୍ୟାଗର ପରିମାଣ

ଜଣେ ଗୁରୁ ଏହି କଥାଟି କହୁଥିଲେ। ଥରେ ନଦୀରେ ଭାସି ଆସିଲା ଗୋଟିଏ ଶବ। ତାହା ନଦୀ ବାଲିରେ ପଡ଼ି ରହିଲା। କିଛି ସମୟ ପରେ ଜଣେ ବ୍ୟକ୍ତି ସେଇ ବାଟେ ଗଲା। ସେ ଉତ୍ସୁକତାବଶତଃ ସେଇ ସ୍ଥାନରେ ଟିକିଏ ଅଟକି ଦେଖିଲା ଏବ˚ ତା ବାଟରେ ଚାଲିଗଲା। କିଛି ସମୟ ପରେ ସେଇ ବାଟେ ଗଲେ ଜଣେ ସାଧୁ। ସାଧୁ ଶବକୁ ଦେଖି ଅଟକିଲେ ଏବ˚ ତାର ଆତ୍ମାର ସଦ୍‌ଗତି ଲାଗି ପ୍ରାର୍ଥନା କଲେ ଏବ˚ ଚାଲିଗଲେ। ତାର କିଛି ସମୟ ପରେ ଆସିଲା ଆଉ ଜଣେ ବ୍ୟକ୍ତି। ସେ ସେଠାରେ ଅଟକିଲା। ତା ପରେ ସେ ପୁଣି ନିଜ ଗାଁକୁ ଫେରିଲା। ତାର ଗାଁଟି ଥିଲା କିଛି ଦୂରରେ। ସେ ନିଜର କୌଣସି ଜରୁରୀ କାମ ଲାଗି ସକାଳୁ ବାହାରିଥିଲା। କିନ୍ତୁ ସେ ନିଜ କାମକୁ ଭୁଲି ଗାଁକୁ ଫେରିଲା। ତା ପରେ କାଠ କାଟି ପୁଣି ସେଇ ସ୍ଥାନକୁ ଆସି ସାଧୢ ମୁତାବକ ଶବର ଦାହ ସତ୍କାର କଲା। ତାର ଜରୁରୀ କାମ ପର ଦିନକୁ ରହିଗଲା।

ଏଭଳି ଗପଟି କହି ସାରିଲା ପରେ ଗୁରୁ କହିଲେ- ଏକ ପ୍ରକାର ସ୍ଥିତିରେ ସମସ୍ତେ ନିଜ ନିଜ ସ୍ବଭାବସୁଲଭ ଆଚରଣ ପ୍ରଦର୍ଶନ କଲେ। କିନ୍ତୁ ଶେଷ ବ୍ୟକ୍ତି ଜଣକର କାର୍ଯ୍ୟ ଏଥିଲାଗି ସବୁଠାରୁ ମହନୀୟ ଥିଲା, କାରଣ ସେ ଏଥି ଲାଗି ବିନା ସ୍ବାର୍ଥରେ କିଛି ତ୍ୟାଗ କରିବାକୁ ପଛଘୁଞ୍ଚା ଦେଲା ନାହିଁ। ଏଣୁ ମନେ ରଖ, ଆମ କାର୍ଯ୍ୟରେ ବିନା ସ୍ବାର୍ଥରେ ତ୍ୟାଗର ପରିମାଣ କେତେ ତାହା ଆମ ଚରିତ୍ରକୁ ନିର୍ଦ୍ଧାରଣ କରିଥାଏ।

ସମ୍ବନ୍ଧିତ ଖବର