ଜଣେ ସନ୍ନ୍ୟାସୀ ତାଙ୍କର ଜଣେ ସତୀର୍ଥଙ୍କ ସହିତ କୌଣସି କାମରେ ଯାଉଥିଲେ। ହଠାତ୍ କାହୁଁ ଜଣେ ଦୁର୍ବୃତ୍ତ ଦୌଡ଼ି ଆସି ସେହି ଦୁଇ ଜଣଙ୍କୁ ଏକ େଠଙ୍ଗାରେ ପାହାରେ ପାହାରେ ପକାଇ ଦୌଡ଼ି ଚାଲିଗଲା। କିନ୍ତୁ ଗଲା ବେଳକୁ ହରବରରେ େଠଙ୍ଗାଟି ତା’ ହାତରୁ ଖସି ପଡ଼ିଲା।
ସାଧୁ ସେହି ଠେଙ୍ଗାଟିକୁ ଧରି ସେହି ଲୋକକୁ ପଛରୁ ଡାକି କହିଲେ- ଭାଇ ନେଇ ଯାଅ। ତୁମ ଠେଙ୍ଗାକୁ ନେଇ ଯାଅ। କିନ୍ତୁ ସେହି ଲୋକ ପଳାଇଗଲା।
ଏଥିରେ ବିସ୍ମିତ ସନ୍ନ୍ୟାସୀଙ୍କ ବନ୍ଧୁ କହିଲେ- କି ଆଶ୍ଚର୍ଯ୍ୟ! ସେ ବ୍ୟକ୍ତି ଆମକୁ ଆଘାତ ଦେଇ ଚାଲିଗଲା, ଅଥଚ ଆପଣ ତାକୁ ତା’ର ଅସ୍ତ୍ରଟି ନେଇ ଯିବାକୁ ଡାକୁଛନ୍ତି। ତା’ ପ୍ରତି ମୋ ମନରେ ଯେଉଁ କ୍ରୋଧ ଜାତ ହେଉଛି, ଯଦି ସୁଯୋଗ ମିଳେ ତେବେ ଏହି ଠେଙ୍ଗାରେ ତାକୁ ପ୍ରହାର କରନ୍ତି।
ସନ୍ନ୍ୟାସୀ କହିଲେ- ବନ୍ଧୁ, ଆମେ ଯାଉଥିବା ବେଳେ ଯଦି ଗଛରୁ ଶାଖାଟିଏ ଭାଙ୍ଗି ଆମ ଉପରେ ପଡ଼ନ୍ତା, ତେବେ ତୁମେ କ’ଣ କରନ୍ତ? ଭାଗ୍ୟକୁ ଆଦରି ଚୁପ୍ ରହନ୍ତ! ଏଠି ମଧ୍ୟ ସେହି ସମାନ ନିୟମ ଲାଗୁ। ସେ ବ୍ୟକ୍ତି ଯିଏ ଆମକୁ ଆଘାତ ଦେଲା ସେ ଏକ ବିଚାରଶକ୍ତିଶୂନ୍ୟ ମଣିଷ। ତା’ର ଆମ ସହିତ ଶତ୍ରୁତା ନାହିଁ। ଆମେ ପରସ୍ପରର ଅପରିଚିତ। ସେ କେବଳ ଆମ ଦୁହିଁଙ୍କୁ ଏକୁଟିଆ ଦେଖି ବା ଆମ ବେଶପୋଷାକ ଦେଖି କୌଣସି କାରଣରୁ ସେମିତି ଆଚରଣ ଦେଖାଇ ଚାଲିଗଲା। ସେ ହେଉଛି ବୋଧଶକ୍ତିଶୂନ୍ୟ ଏକ ଗଛ ଭଳି ଯାହାର ଶାଖା ଭାଙ୍ଗି ଆମ ଉପରେ ପଡ଼ିଲା ବୋଲି ଜାଣ। ତେଣୁ ଆଉ କିଛି ନ ଭାବି ଚାଲ।
ସନ୍ନ୍ୟାସୀଙ୍କ ଉତ୍ତର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)