କଥାଟିଏ ଯାଯାବର, ଦୋଷ ତୁମର

ଜଣେ ବ୍ୟକ୍ତି ବିଚାରକଙ୍କ ପାଖରେ ଗୁହାରି କଲେ ଯେ ଜଣେ ଲୋକ ତାଙ୍କ ଠାରୁ ଅନେକ ସ˚ପତ୍ତି ଠକି ନେଇଛି।
ବିଚାରକ କହିଲେ- ତୁମ କଥାରୁ ମୁଁ ଜାଣୁଛି ଯେ ସେ ଅନେକ ଦିନ ଧରି ତୁମକୁ ଠକି ଆସୁଥିଲା। ତୁମେ କେମିତି ତାହା ଜାଣିପାରିଲ ନାହିଁ?
ଅଭିଯୋଗକାରୀ କହିଲେ- ଆଜ୍ଞା, ସେ ଲୋକ ପ୍ରଥମେ ମୋ ସହିତ ବନ୍ଧୁତା କଲା। ତା ପରେ ସେ ଏମିତି କଥାବାର୍ତ୍ତା କଲା ଯେ ମୁଁ ତା ଉପରେ ସ˚ପୂର୍ଣ୍ଣ ବିଶ୍ବାସ କରିଗଲି। ତାର ସୁଯୋଗ ନେଇ ସେ ମୋ ଠାରୁ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରାଇ ନେଲା। ଏବେ ଦେଖିଲା ବେଳକୁ ମୋର ଅର୍ଧାଧିକ ସ˚ପତ୍ତି ଏବେ ତାରି କବ୍‌ଜାରେ।
ବିଚାରକ କହିଲେ- ସେ ଏମିତି କ’ଣ ସବୁ କହିଲା ଯେ ତୁମେ ତାକୁ ପୂରା ବିଶ୍ବାସ କରିଗଲ?
ଅଭିଯୋଗକାରୀ କହିଲେ- ସେ ସଦାବେଳେ ମୋର ପ୍ରଶ˚ସା କଲା। ମୋର ଭଲ ଗୁଣ ସବୁକୁ ସଦାବେଳେ ମୋ ଆଗରେ ଗାଇଲା। ସେ କହୁଥିଲା ଯେ ମୋ ଭଳି ଭଦ୍ର, ଅମାୟିକ, ସଚ୍ଚରିତ୍ର ଲୋକ ଖୋଜିଲେ ବି ମିଳିବେ ନାହିଁ।
ବିଚାରପତି କହିଲେ- ତୁମେ ଯେତେବେଳେ ତା କଥା ଶୁଣି ଖୁସି ହେଉଥିଲ, ତୁମ ମନରେ ଥରେ ହେଲେ ବି ଆସୁ ନ ଥିଲା ଯେ ସେ ଯାହା କହୁଛି ତୁମେ ସେମିତି ନୁହେଁ!
ଅଭିଯୋଗକାରୀ କହିଲେ- ଆଜ୍ଞା, ସେତିକି ହୋଇଥିଲେ ତ ମୁଁ ବାଗେଇ ଯାଇଥାଆନ୍ତି।
ବିଚାରପତି କହିଲେ- ତୁମ ଅଭିଯୋଗ ଅନୁସାରେ ବିଚାର ହେବ। ଦୋଷ ସାବ୍ୟସ୍ତ ହେଲେ ସେ ଦଣ୍ତ ବି ପାଇବ। କିନ୍ତୁ, ମୁଁ ସିଧାସଳଖ ଏହା ମଧୢ କହିବି ଯେ ପ୍ରକୃତରେ ଦୋଷ ହେଉଛି ତୁମର। କାରଣ ତୁମେ ନିଜକୁ ମଧୢ ଚିହ୍ନି ପାରିନାହଁ। କିନ୍ତୁୁ, ବିଡ଼ମ୍ବନା ହେଲା ନିଜକୁ ଠିକଣା ଭାବେ ଚିହ୍ନିଥିବା ଲୋକଙ୍କ ସ˚ଖ୍ୟା ମଧୢ ବହୁତ କମ୍‌।

ସମ୍ବନ୍ଧିତ ଖବର