ଗୋଟିଏ ସହରରେ ଜଣେ ଚୋର ଥିଲା। ସେ ଏଭଳି ବିଚକ୍ଷଣ ଥିଲା ଯେ କେହି ତାକୁ ଧରି ପାରୁ ନ ଥିଲେ। ଏମିତି କି କେହି ଜାଣି ନ ଥିଲେ ଯେ ସେ େଚାର ପ୍ରକୃତରେ କିଏ? ଏମିତି ଅବିଶ୍ବସନୀୟ ଢଙ୍ଗରେ ଚୋରି କରୁଥିଲା ବୋଲି ଲୋକଙ୍କୁ ଲାଗୁଥିଲା ସତେ ଯେମିତି ସେ ଏକ ଅଲୌକିକ ଶକ୍ତର ଅଧିକାରୀ। ତେଣୁ ତାକୁ କେନ୍ଦ୍ର କରି କାହାଣୀମାନ ମଧ୍ୟ ଗଢ଼ି ଉଠିଥିଲା।
ସହରର ମେୟର ଶେଷରେ ଦିନେ ଘୋଷଣା କଲେ ଯେ ଚୋରଟି ଆତ୍ମସମର୍ପଣ କରିଦେଲେ ତାକୁ ଦଣ୍ଡ ମିଳିବ ନାହିଁ; ବରଂ ସସମ୍ମାନ ସହରରେ ରଖାଯିବ। ଚୋର ବୃଦ୍ଧ ହୋଇ ଆସୁଥିଲା। ତେଣୁ ସେ ମଧ୍ୟ ନିଷ୍ପତ୍ତି ନେଲା ଯେ ଆତ୍ମସମର୍ପଣ କରିଦେବ। ସେ ଦିନ ସହରର ଲୋକେ ପ୍ରଥମ ଥର ଲାଗି ଚୋର କିଏ ବୋଲି ଜାଣିଲେ।
ସେ ଯାହା ହେଉ, ବୃଦ୍ଧ ହୋଇ ଚୋରଟି କ୍ରମେ ଶଯ୍ୟାଶାୟୀ ହେଲା। ତା’ର ହୃଦୟରେ ପରିବର୍ତ୍ତନ ମଧ୍ୟ ଆସିଯାଇଥିଲା। ଲୋକେ କହିଲେ ଯେ ସେ ଭଗବତ୍ ବିଶ୍ବାସୀ ହୋଇଯାଇଛି। ତା’ର ଶେଷ କ୍ଷଣ ଉପନୀତ ହେଲା ବୋଲି ଜାଣି ଦିନେ ଚୋର ତା’ ପୁଅକୁ ପାଖକୁ ଡାକିଲା ଏବଂ କାନ ପାଖରେ କିଛି କହିବ ବୋଲି ଇଙ୍ଗିତ କଲା। କାନ ପାଖରେ ତାହା କହିବା ପରେ ତା’ର ପ୍ରାଣବାୟୁ ଉଡ଼ିଗଲା।
ଲୋକେ ଏବେ ପୁଅକୁ ପଚାରିଲେ- ବାପା ତୁମକୁ କ’ଣ କହୁଥିଲେ କି?
ପୁଅ କହିଲା- ବାପା କହିଲେ, ପୁଅରେ ମୁଁ ଧର୍ମପରାୟଣ ହୋଇ ବଦଳି ଯାଇଛି ବୋଲି ଅମକ ଲୋକ ମୋ ପ୍ରତି ପହଞ୍ଚାଇଥିବା କ୍ଷତିକୁ କ୍ଷମା କରି ଦେଇଛି। ତୁ କିନ୍ତୁ ଛାଡ଼ିବୁ ନାହିଁ, ତାକୁ ଦେଖି ନେବୁ।
କଥାଟିଏ-ଯାଯାବର: ହୃଦୟରେ ପରିବର୍ତ୍ତନ!
ଗୋଟିଏ ସହରରେ ଜଣେ ଚୋର ଥିଲା। ସେ ଏଭଳି ବିଚକ୍ଷଣ ଥିଲା ଯେ କେହି ତାକୁ ଧରି ପାରୁ ନ ଥିଲେ। ଏମିତି କି କେହି ଜାଣି ନ ଥିଲେ ଯେ ସେ େଚାର ପ୍ରକୃତରେ କିଏ? ଏମିତି ଅବିଶ୍ବସନୀୟ ଢଙ୍ଗରେ ଚୋରି କରୁଥିଲା ବୋଲି ଲୋକଙ୍କୁ ଲାଗୁଥିଲା ସତେ ଯେମିତି ସେ ଏକ ଅଲୌକିକ ଶକ୍ତର ଅଧିକାରୀ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)