ଦିନେ ଏକ ସଂଧ୍ୟାରେ ଜଣେ ସାଧୁ ଏକ ସହରରେ ପହଞ୍ଚି ଗୋଟିଏ ମଧ୍ୟବିତ୍ତ ପରିବାରର ଅତିଥି ହେଲେ। ପରିବାରଟି ମଧ୍ୟ ଥିଲା ଅତିଥି ବତ୍ସଳ। ତେଣୁ ସାଧୁଙ୍କ ଚର୍ଚ୍ଚା କରିବା ଲାଗି ଗୃହସ୍ବାମୀ ବ୍ୟସ୍ତ ହୋଇ ଉଠିଲେ। ସାଧୁ କହିଲେ ଯେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ; କାରଣ ସେ ଜଣେ ବୈରାଗୀ। ତାଙ୍କର ବିଶେଷ କିଛି ଲୋଡ଼ା ପଡ଼ି ନ ଥାଏ। ସେ ଜଙ୍ଗଲରେ ରହନ୍ତି। ତେଣୁ ତାଙ୍କ ଆହାର ହେଉଛି କେବଳ ପାଞ୍ଚ ପ୍ରକାର କୋଳି, ଦିନକୁ ଥରେ ମାତ୍ର। ତାହା ପୁଣି ରାତିରେ ଓ ସାଂଧ୍ୟ ପ୍ରାର୍ଥନା ପରେ।
ଗୃହସ୍ବାମୀଙ୍କ ମୁଣ୍ଡରେ ହଲକ ଶୁଖିଗଲା। କାରଣ ସହରରେ ଏଭଳି ଫଳ ମିଳିବା, ପୁଣି ରାତିରେ, ଥିଲା ଏକ ଦୁରୂହ ବ୍ୟାପାର। କିନ୍ତୁ ସାଧୁ ଉପବାସରେ ରହିବେ ସିନା, ଚା ଛଡ଼ା ଆଉ କିଛି ଭୋଜନ କରିବେ ନାହିଁ। ସୁତରାଂ, ଗୃହସ୍ବାମୀ ବଜାରକୁ ଦୌଡ଼ିଲେ। ଅନେକ ଖୋଜାଲୋଡ଼ା କରି ପାଞ୍ଚ ପ୍ରକାର କୋଳି ପାଇଲା ବେଳକୁ ତାଙ୍କ ଅବସ୍ଥା ଦୟନୀୟ ହୋଇ ଯାଇଥାଏ। ତେବେ ସବୁ ଫଳ ମିଳି ଯାଇଛି ବୋଲି ସନ୍ତୋଷ ଭାବ ମଧ୍ୟ ଥାଏ।
ସାଧୁଙ୍କୁ ତାହା ପରଷା ଗଲା। ଏବେ ଶୋଇବା ଲାଗି ବ୍ୟବସ୍ଥା। ସାଧୁ କହିଲେ ସେ କେବଳ ଦୁବ ତିଆରି ଶଯ୍ୟାରେ ଶୁଅନ୍ତି, ନ ହେଲେ ବସି ରାତି କାଟିବେ। ହତଭମ୍ବ ଗୃହସ୍ବାମୀ ପୁଣି ଦୌଡ଼ିଲେ। ବହୁ ଖୋଜାଲୋଡ଼ା କରିବା ପରେ କୌଣସି ଏକ ମନ୍ଦିରର ପୂଜକଙ୍କ ଠାରେ ସେଭଳି ଚିଜଟିଏ ଥିବା ଜାଣି ବହୁ ଅନୁରୋଧ କରି ଘେନି ଆସିଲେ। ସାଧୁ ଶୟନ କଲେ।
ପର ଦିନ ସକାଳେ ସାଧୁ ବିଦାୟ ନେଲେ। ଗଲା ବେଳେ ଆଶୀର୍ବାଦ ଦେଇ କହିଲେ- ବାବୁରେ ମୁଁ ତୁମ ଉପରେ ଭାରି ତୃପ୍ତ। ଆମେମାନେ ହେଲୁ ବୈରାଗୀ। କିନ୍ତୁ ଆମ ବିରାଗ ତୁମ ଭଳି ସଂସାରୀମାନଙ୍କ ଲାଗି ଭାରି ଓଜନିଆ। ତଥାପି ତୁମେ ତା’ର ଭାର ସହି ମୋର ଯତ୍ନ ନେଇ ପାରିଲ, ସେଇଟା ବଡ଼ କଥା।
କଥାଟିଏ-ଯାଯାବର: ଓଜନିଆ ବୈରାଗ୍ୟ
ଦିନେ ଏକ ସଂଧ୍ୟାରେ ଜଣେ ସାଧୁ ଏକ ସହରରେ ପହଞ୍ଚି ଗୋଟିଏ ମଧ୍ୟବିତ୍ତ ପରିବାରର ଅତିଥି ହେଲେ। ପରିବାରଟି ମଧ୍ୟ ଥିଲା ଅତିଥି ବତ୍ସଳ। ତେଣୁ ସାଧୁଙ୍କ ଚର୍ଚ୍ଚା କରିବା ଲାଗି ଗୃହସ୍ବାମୀ ବ୍ୟସ୍ତ ହୋଇ ଉଠିଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)