ଜଣେ ପ୍ରସିଦ୍ଧ ଯୋଦ୍ଧା ଥିଲେ। କୌଣସି କାରଣରୁ ସେ ଜଣଙ୍କ ଉପରେ ରାଗି ଯାଇ ତାଙ୍କ ଉପରକୁ ଖଣ୍ଡାଟିଏ ଫୋପାଡ଼ି ଦେଇ ସେ ଗର୍ଜନ କଲେ- ମୋ ସହିତ ଯୁଦ୍ଧ କର।
ସେ ବ୍ୟକ୍ତି ତାଙ୍କ ଜୀବନରେ କେବେ ହେଲେ ଖଣ୍ତାଟିଏ ଧରି ନ ଥିଲେ। ସେ ଯୋଦ୍ଧାଙ୍କୁ କହିଲେ- ମୁଁ ମୋ ଜୀବନରେ ଖଣ୍ତାଟିଏ ଧରି ନାହିଁ। ଏଣୁ ଆପଣଙ୍କୁ ଅନୁରୋଧ ଯେ ମୋତେ କିଛି ସମୟ ଦିଅନ୍ତୁ। ମୁଁ ଜଣେ ଭଲ ଅସ୍ତ୍ରଗୁରୁଙ୍କ ଠାରୁ ତରବାରି ଚାଳନା ଶିଖି ଆସିବି। ତା’ ପରେ ଯୁଦ୍ଧ କରିବି।
ଯୋଦ୍ଧା କହିଲେ- ଠିକ୍ ଅଛି।
ସେଇ ଲୋକ ଏଥର ଜଣେ ଗୁରୁଙ୍କ ପାଖକୁ ଦୌଡ଼ିଲେ। ଗୁରୁ କହିଲେ- ତୁମେ ଯାହା କହୁଛ ତାହା ଅସମ୍ଭବ। ତୁମେ ଯଦି ସାରା ଜୀବନ ମୋ ଠାରୁ ଶସ୍ତ୍ର ଚାଳନା ଶିଖିବ, ତଥାପି ତାଙ୍କ ସମକକ୍ଷ ହୋଇପାରିବ ନାହିଁ। କିନ୍ତୁ, ମୋର ଆଉ ଏକ କଥା ଶୁଣ। ବର୍ତ୍ତମାନ ହିଁ ହେଉଛି ତାଙ୍କ ସହିତ ଯୁଦ୍ଧ କରିବାର ସବୁଠାରୁ ପ୍ରକୃଷ୍ଟ ସମୟ।
ସେ ବ୍ୟକ୍ତି ଆଚମ୍ବିତ ହୋଇ କହିଲେ- ଆଜ୍ଞା, କିଛି ନ ଶିଖି ତାଙ୍କ ସାମନା କରିବା ଅର୍ଥ ମରିବା। ଏଇଟା କେମିତି ସବୁଠାରୁ ଭଲ ସମୟ?
ଗୁରୁ କହିଲେ- ଏବେ ଯଦି ତୁମେ ଯୋଦ୍ଧାଙ୍କ ସହିତ ଲଢ଼ିବ, ତେବେ ପରାସ୍ତ ହେବ ସିନା, କିନ୍ତୁ ତୁମ ଜୀବନ ରହିଯିବ। କାରଣ ଯୁଦ୍ଧ ନୀତି ହେଲା, ଯୁଦ୍ଧ ଜାଣି ନ ଥିବା ଲୋକଙ୍କୁ ଛାଡ଼ିଦେବା। କିନ୍ତୁ ତାଙ୍କ ସମକକ୍ଷ ହୋଇ ଗଲେ ପ୍ରାଣ ହରାଇବା ନିଶ୍ଚିତ।
ଏଥର ସେ ବ୍ୟକ୍ତି ଯୋଦ୍ଧାଙ୍କ ପାଖରେ ପହଞ୍ଚି ଯୁଦ୍ଧର ଆହ୍ବାନ ଦେଲେ। କହିବା ବାହୁଲ୍ୟ, ଅବିଳମ୍ବେ ସେ ଖଡ୍ଗଚ୍ୟୁତ ହେଲେ। କିନ୍ତୁ ତାଙ୍କ ପ୍ରାଣ ରହିଗଲା। ଗୁରୁ ଜ୍ଞାନ କ’ଣ ତାହା ସେ ଏବେ ଜାଣିଲେ।
ଗୁରୁ ଜ୍ଞାନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)