ତିବ୍ବତ ବୌଦ୍ଧ ଧର୍ମରେ ଗୋଟିଏ ଶିକ୍ଷା ଦିଆଯାଏ, ଯହିଁରେ ଶିଷ୍ୟ ଯେଉଁଠି ଥାଉ ନା କାହିଁକି ଗୁରୁ ରହୁଥିବା ସ୍ଥାନ ଆଡ଼କୁ ମୁହଁ କରି ବାରମ୍ବାର ମୁଣ୍ଡ ନୁଆଉ ଥାଏ। ଏହା ଫଳରେ ଜଣେ ଶିଷ୍ୟ ଦିନକୁ ହଜାରେ ଥର ମୁଣ୍ଡ ନୁଆଁଇ ପାରେ। କିନ୍ତୁ ଏହି ପ୍ରଥାରେ ନିହିତ ଥିବା ଗୂଢ଼ ଅର୍ଥ ଗୁରୁ ବୁଝାଇ ଦିଅନ୍ତି ନାହିଁ। ଶିଷ୍ୟମାନେ ନିଜ ଅନୁଭୂତିରୁ ଯାହା ବୁଝନ୍ତି।
ଦିନକର କଥା ଏଭଳି ଜଣେ ଶିଷ୍ୟ ସହିତ ଜଣେ ରାଜାଙ୍କ ଦେଖା ହୋଇଗଲା। ଶିଷ୍ୟ ଜଣକ ବାଟରେ ଚାଲୁଥିବା ବେଳେ ବାରମ୍ବାର ପ୍ରଣାମ କଲା ଭଳି ମୁଣ୍ଡ ନୁଆଁଉ ଥିଲେ। ରାଜାଙ୍କ ସାମନାସାମନି ହେବା ବେଳକୁ ଜଣେ ପରିଚାରକ ଶିଷ୍ୟକୁ କହିଲେ- ହେ ଯୁବକ, ଏ ହେଉଛନ୍ତି ଆମ ରାଜା। ଏହାଙ୍କ ଆଗରେ ମୁଣ୍ଡ ନୁଆଁଇ ପ୍ରଣାମ କର।
ଶିଷ୍ୟ ଅପ୍ରସ୍ତୁତ ହୋଇ କହିଲା- ମୁଁ ମୋ ଗୁରୁଙ୍କ ଉଦ୍ଦେଶ୍ୟରେ ମଥା ନତ କରୁଥିଲି। ରାଜାଙ୍କ ଆଗରେ ମୁଣ୍ଡ ନୁଆଁଇବି କାହିଁକି? ଆମେମାନେ ସାଧୁ। ଆମର ରାଜ ଭୟ ନାହିଁ।
ରାଜା ଏବେ ଘୋଡ଼ା ଉପରୁ ଓହ୍ଲାଇ ପଡ଼ିଲେ। ସେ ଶିଷ୍ୟଙ୍କୁ କହିଲେ- ହେ ସାଧୁ, ଏହାର ଅର୍ଥ ତୁମେ ଏଭଳି ମୁଣ୍ଡ ନୁଆଁଇବାର ଗୂଢ଼ ଅର୍ଥ ବିଷୟରେ ବୁଝି ନାହଁ। ଏହାର ଅର୍ଥ ଗୁରୁ ଭକ୍ତି ନୁହେଁ। କାରଣ ଏ ପ୍ରକାର ଶିକ୍ଷା ଅନୁଯାୟୀ ଗୁରୁ ଏଠାରେ ଗୌଣ। ଗୁରୁ କେବଳ ଏକ ବାହାନା ମାତ୍ର। ଅସଲ ମହତ୍ତ୍ବ ଅଛି ମୁଣ୍ଡ ନୁଆଁଇବାକୁ ବା ବିନମ୍ର ହେବାକୁ ଶିଖିବାରେ। ପ୍ରକାରାନ୍ତରେ ଏହାର ଅର୍ଥ ଅହଂକାରଶୂନ୍ୟ ହେବ। ତୁମେ ଏ ପ୍ରଥାକୁ କେବଳ ଅନୁକରଣ କରୁଛ, କିନ୍ତୁ ଅର୍ଥ ବୁଝିନାହଁ। ଏହାର ଅସଲ ଅର୍ଥରେ ଗୁରୁ ବା ରାଜା ବା ବୃକ୍ଷ ବା ମହୁମାଛି ବା ସେଭଳି ଅନ୍ୟ ସବୁ ଭିତେର କୌଣସି ପ୍ରଭେଦ ନାହିଁ। ମୁଣ୍ଡ ସମସ୍ତଙ୍କ ଆଗରେ ନଇଁ ଯାଇ ପାରୁଥିବା ଦରକାର, ମନ ଅହଂକାରଶୂନ୍ୟ ହୋଇଯିବା ଦରକାର।
ଏବେ ଶିଷ୍ୟ ରାଜାଙ୍କ ଆଗରେ ନତ ମସ୍ତକ ହେଲା ଓ କହିଲା, ଗୂଢ଼ ଅର୍ଥ ବୁଝାଇ ଥିବାରୁ ଆପଣ ଜଣେ ଗୁରୁ।
କଥାଟିଏ-ଯାଯାବର: ଆପଣ ଜଣେ ଗୁରୁ
ତିବ୍ବତ ବୌଦ୍ଧ ଧର୍ମରେ ଗୋଟିଏ ଶିକ୍ଷା ଦିଆଯାଏ, ଯହିଁରେ ଶିଷ୍ୟ ଯେଉଁଠି ଥାଉ ନା କାହିଁକି ଗୁରୁ ରହୁଥିବା ସ୍ଥାନ ଆଡ଼କୁ ମୁହଁ କରି ବାରମ୍ବାର ମୁଣ୍ଡ ନୁଆଉ ଥାଏ। ଏହା ଫଳରେ ଜଣେ ଶିଷ୍ୟ ଦିନକୁ ହଜାରେ ଥର ମୁଣ୍ଡ ନୁଆଁଇ ପାରେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)