ଥରେ ଚେଲା ଗୁରୁଙ୍କୁ ପଚାରିଲା- ମାୟାଟା ପ୍ରକୃତରେ କଅଣ?
ଗୁରୁ କହିଲେ- ପଚାରିଲୁଣି ଯଦି ଏଇ ଗପଟା ଶୁଣ।
ଗୋଟିଏ ପାହାଡ଼‌େର ଗୁମ୍ଫାଟିଏ ଥିଲା। ତାହା ସବୁବେଳେ ଗୋଟିଏ ବଡ଼ ପଥର ଦ୍ବାରା ନିବୁଜ ରହୁଥିଲା। କଦବା କେମିତି ଅଳ୍ପ ସମୟ ଲାଗି ଖୋଲି ଯାଉଥିଲା। ଲୋକେ ଜାଣିଥିଲେ ଯେ ସେହି ସମୟରେ ଗୁମ୍ଫା ଭିତରକୁ ପଶିଗଲେ ଅନେକ ଧନରତ୍ନ ମିଳିଥାଏ। ଗାଁ ଲୋକେ ତେଣୁ ଜଗି ବସିଥାଆନ୍ତି, କେବେ ଗୁମ୍ଫା ଖୋଲିବ, କିନ୍ତୁ ତାହା ଖୋଲେନା। ଭଗବାନଙ୍କ ବରାଦ ଏମିତି ଯେ ଯେତେବେଳେ ଆଖପାଖରେ କେହି ନ ଥାଆନ୍ତି, ଗୁମ୍ଫାଟି ଖୋଲି କିଛି ସମୟ ପରେ ପୁଣି ବନ୍ଦ ହୋଇଯାଏ। 
ସେହି ଗାଁରେ ଥାଏ ଜଣେ ସଉକିଆ ଲୋକ। ସେ ତା’ ଜନ୍ମଦିନରେ ବରାଦ ଦେଇ ତା’ ଲାଗି ଜରିଲଗା ଜୋତା ହଳେ ତିଆରି କରାଇଥାଏ। ତାହା ତା’ର ଅତି ପ୍ରିୟ। ତାକୁ ପିନ୍ଧି ସବୁଦିନ କିଛି ସମୟ ବୁଲି ଆସେ। 
ଦିନେ ସେ ସେହି ପାହାଡ଼ ପାଖ ଦେଇ ଯାଉଛି, ଗୁମ୍ଫା ଖୋଲିଗଲା। ସେ ତାହା ଦେଖିଦେଲା। ସେ ସାଙ୍ଗେ ସାଙ୍ଗେ ଗୁମ୍ଫା ଭିତରକୁ ପଶିଗଲା ଓ ଭିତରେ ଗଦା ହୋଇଥିବା ଧନରତ୍ନକୁ ଦେଖି ତାଜୁବ ହୋଇଗଲା। ଏବେ ସେ ନିଜ ପୋଷାକପତ୍ର ଆଦି ଯାହା ପାଇଲା ସବୁଥିରେ ପୁଳା ପୁଳା‌ ମଣିମାଣିକ୍ୟ ପୂରାଇବାରେ ଲାଗିଲା। ଏଣେ ଗୁମ୍ଫା ମୁହଁ ବନ୍ଦ ହୋଇଯିବାର ଭୟ। ଏଣୁ ଧନରତ୍ନ ଠୁଳାଇ ସାରି ସେ ତରତର ହୋଇ ବାହାରକୁ ଚାଲିଆସିଲା। ତା’ ମନର ଖୁସି କହିଲେ ନ ସରେ। 
ଏବେ ଯେତେବେଳେ ଛାତି ଫୁଲାଇ ସେ ଚାଲିବାକୁ ବାହାରେ, ପାଦରେ ପଥର ବାଜିବାରୁ ବୁଝି ପାରିଲା ଯେ ତା’ର ପ୍ରିୟ ଚପଲ ହଳକ ଭିତରେ ରହିଯାଇଛି। ଗୁମ୍ଫା ଦ୍ବାର ଖୋଲା ଥିଲା। ଏଣୁ ଚପଲ ହଳକ ଆଣିବା ଲାଗି ସେ ଗୁମ୍ଫା ଭିତରକୁ ଦୌଡ଼ିଲା। କିନ୍ତୁ, ହାୟ, ଏତିକି ବେଳେ ଗୁମ୍ଫା ଦ୍ବାର ବନ୍ଦ ହୋଇଗଲା ଓ ଲୋକଟି ଭିତରେ ରହିଗଲା।
ଗପଟି କହି ସାରି ଗୁରୁ କହିଲେ- ବୁଝିଲୁ ତ ପୁଅ ମାୟା କଅଣ? ଧନରତ୍ନ ଠୁଳ କଲା ପରେ ବି ଚପଲର ମାୟାରେ ଛନ୍ଦି ସେ ‌େଲାକର ଅବସ୍ଥା କ’ଣ ହେଲା!

Advertisment