ଜଣେ ନାସ୍ତିକ ବିଦ୍ବାନ ଥିଲେ। ଈଶ୍ବର ନାହାନ୍ତି ବୋଲି ତାଙ୍କ ତର୍କ ଦ୍ବାରା ସେ ସମସ୍ତଙ୍କୁ ପରାସ୍ତ କରିପାରୁଥିଲେ।
ଦିନେ ସେ ଗୋଟିଏ ପୁଡ଼ା ବିହନ ପାଇଲେ। କଳା ରଙ୍ଗର େଛାଟ ଛୋଟ ମଞ୍ଜି। ବିଦ୍ବାନ ଜଣକ ସେସବୁକୁ ଫୋପାଡ଼ି ଦେବାକୁ ବସିଥିଲେ। କିନ୍ତୁ ତାଙ୍କ ପତ୍ନୀ କହିଲେ- ଫିଙ୍ଗ ନାହିଁ। ଦିଅ ବଗିଚାରେ ବୁଣିଦେବି। ଦେଖିବା କି’ ଗଛ ହେଉଛି!
କିଛି ଦିନ ପରେ ଗଛ ବାହାରିଲା। ସମସ୍ତଙ୍କୁ ଚକିତ କରି ସେଥିରେ ଫୁଟିଲା ସୁବାସିତ ଏବଂ ଅତ୍ୟନ୍ତ ଆକର୍ଷଣୀୟ ରଙ୍ଗର ଅନେକ ଫୁଲ। ବିଦ୍ବାନଙ୍କୁ ବଗିଚାକୁ ଡାକି ତାଙ୍କ ପତ୍ନୀ ଫୁଲ ଦେଖାଇଲେ। ତାହା ଦେଖିବା ପରେ ହଠାତ୍ ନାସ୍ତିକ ବିଦ୍ବାନଙ୍କ ମନରେ ଜାତ ହେଲା ଅପୂର୍ବ ଭାବାନ୍ତର। ବର୍ଷ ବର୍ଷ ଧରି ସେ ପୋଷଣ କରି ଆସିଥିବା ଧାରଣା ଯେମିତି ଭୁଶୁଡ଼ି ପଡ଼ିଲା।
ସେ ନିଜ ପତ୍ନୀଙ୍କୁ କହିଲେ- ଆଜି ବୁଝିପାରୁଛି ଯେ ନାସ୍ତିକ ଭାବେ ମୁଁ ଯେତେବେଳେ ଯୁକ୍ତି କରିଥାଏଁ, ସେତିକି ବେଳେ ମୁଁ କେବଳ ବୀଜକୁ ଦେଖି ତାରି ଆଧାରରେ ଯୁକ୍ତି କରିଥାଏ। ଗୋଟିଏ ବୀଜକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଲେ ବି ତା’ ଭିତରେ କୌଣସି ଠାରେ ଏଭଳି ଆକଷର୍ଣୀୟ ଫୁଲର ସମ୍ଭାବନା ଦିଶି ନ ଥାଏ। କିନ୍ତୁ, ଦେଖ ସେହି ବୀଜ ଭିତରେ ତାହା ଲୁକ୍କାୟିତ ଥାଏ ବୋଲି ପ୍ରସ୍ଫୁଟିତ ହୋଇପାରେ। ଆଜି ବୁଝିଲି ମୋ ଜ୍ଞାନ କେବଳ ବୀଜକୁ ନେଇ ଗବେଷଣା କରିବାର ଜ୍ଞାନରେ ସୀମିତ ଥିଲା। ଆଜି ବୁଝିଲି ଈଶ୍ବରଙ୍କ ସତ୍ତା ବୋଇଲେ କ’ଣ? ତାହା ହେଉଛି ବୀଜ ଭିତରେ ଲୁଚି ରହିଥିବା ଏଭଳି ଫୁଲର ସମ୍ଭାବନା ଯାହା ଅଜ୍ଞାତ ଥାଏ କିନ୍ତୁ ଅନୁପସ୍ଥିତ ନ ଥାଏ।
କଥାଟିଏ-ଯାଯାବର: ନାସ୍ତିକଙ୍କ ପରିବର୍ତ୍ତନ
ଜଣେ ନାସ୍ତିକ ବିଦ୍ବାନ ଥିଲେ। ଈଶ୍ବର ନାହାନ୍ତି ବୋଲି ତାଙ୍କ ତର୍କ ଦ୍ବାରା ସେ ସମସ୍ତଙ୍କୁ ପରାସ୍ତ କରିପାରୁଥିଲେ। ଦିନେ ସେ ଗୋଟିଏ ପୁଡ଼ା ବିହନ ପାଇଲେ। କଳା ରଙ୍ଗର େଛାଟ ଛୋଟ ମଞ୍ଜି।
/sambad/media/media_files/4gXaeJpVRwjMhCybVeWv.jpg)