ଜଣେ ସାଧୁ ଓ ତାଙ୍କ ଚେଲା ଗୋଟିଏ ଗାଁ ଦେଇ ଯାଉଥିବା ବେଳେ ଦେଖିଲେ ଯେ ଗୋଟିଏ ବଡ଼ ଜମି ଚକଡ଼ାଏ ସେମିତି ପଡ଼ି ରହିଛି, ସେଥିରେ ଚାଷବାସ ହେଉନାହିଁ। ଜମି ପାଖକୁ ଲାଗି କୁଡ଼ିଆଟିଏ ଓ ସେଥିରେ ଅତି ଦରିଦ୍ର ଭାବେ ପରିବାରଟିଏ ଚଳୁଛନ୍ତି। ସାଧୁ ସେଇ ପରିବାରର ମୁଖ୍ୟଙ୍କୁ ପଚାରିଲେ- ଭାଇ ତୁମର ଏତେ ଭଲ ଜମି ଥାଉ ଥାଉ ଏମିତି ଦୟନୀୟ ଭାବେ ଚଳୁଛ କାହିଁକି?
ପରିବାରର ମୁଖ୍ୟ କହିଲେ- ମୋର ଗୋଟିଏ ଗାଈ ଅଛି। ତା’ରି କ୍ଷୀର ବେପାର କରି ମୁଁ ଓ ମୋ ପରିବାର ଚଳୁଛୁ। ଜମି କଥା ବୁଝିବ କିଏ?
ସେଦିନ ରାତି ଅଧରେ ସାଧୁ ଚେଲାକୁ କହିଲେ- ବାବୁ ଚାଲ, ଏ ଗାଁରୁ ଚାଲିଯିବା। ସାଙ୍ଗରେ ଏ ଦୁଧିଆଳୀ ଗାଈକୁ ବାନ୍ଧି ନେଇଯିବା। ଚେଲା ଗୁରୁଙ୍କ ମତିଭ୍ରମ ଦେଖି ବିଚଳିତ ହେଲା ସିନା କିଛି କହିପାରିଲା ନାହିଁ। ସେମାନେ ଗାଈକୁ ନେଇ ସନ୍ତର୍ପଣରେ ସେଠାରୁ ଚାଲିଗଲେ। କିନ୍ତୁ ଗାଈଟି ଚୋରି କରିଥିବାରୁ ଚେଲା ମନ ସର୍ବଦା ଘାଣ୍ଟି ହେବାରେ ଲାଗିଲା। ଗରିବ ଲୋକଟିର ସମ୍ବଳଟିକୁ ଚୋରି କଲା ପରେ ତା’ର କି ଅବସ୍ଥା ହୋଇଥିବ ବୋଲି ଭାବି ଚେଲା ଅନୁତାପ କରୁଥାଏ।
କିଛି ବର୍ଷ ପରେ ଥରେ ଚେଲା ଏକୁଟିଆ ସେଇ ଗାଁ ବାଟେ ଯାଉଥିଲା। ସେ ଭାବିଲା ସେଇ ଲୋକକୁ ସବୁ ସତ କଥା କହି କ୍ଷମା ମାଗିନେବ। ଏମିତି ଭାବୁଥିବା ବେଳେ ସେ ଦେଖିଲା ଜଣେ ଧନୀ ଲୋକ ଘୋଡ଼ା ପିଠିରେ ନିକଟସ୍ଥ ମନ୍ଦିରକୁ ଯାଉଛି। ଚେଲା ଚିହ୍ନି ପାରିଲା ଯେ ସେ ହେଉଛି ସେଇ ଗରିବ ଲୋକ, ଯାହାର ଗାଈ ସେମାନେ ନେଇଯାଇଥିଲେ। ସେ ତା’ର ଅନୁସରଣ କଲା। ମନ୍ଦିରରେ ସେଇ ଲୋକ ଭଗବାନଙ୍କୁ ଡାକି କହିଲା- ପ୍ରଭୁ, ସେଇ ଗାଈ ଚୋର ଦୁହିଁଙ୍କ ମଙ୍ଗଳ କର। ସେମାନେ ଗାଈ ଚୋରି କରିନେଲେ ବୋଲି ସିନା ମୁଁ ମୋ ଜମି ଚଷିଲି, ସୁନା ଫଳେଇଲି ଏବ˚ ଆଜି ଗାଁର ସବୁଠାରୁ ବଡ଼ ଚାଷୀ!
ଚେଲା ଏବେ ମନ ଶାନ୍ତିରେ ଫେରିଲା।
କଥାଟିଏ-ଯାଯାବର: ଗାଈ ଚୋରଙ୍କୁ ଧନ୍ୟବାଦ
ଜଣେ ସାଧୁ ଓ ତାଙ୍କ ଚେଲା ଗୋଟିଏ ଗାଁ ଦେଇ ଯାଉଥିବା ବେଳେ ଦେଖିଲେ ଯେ ଗୋଟିଏ ବଡ଼ ଜମି ଚକଡ଼ାଏ ସେମିତି ପଡ଼ି ରହିଛି, ସେଥିରେ ଚାଷବାସ ହେଉନାହିଁ। ଜମି ପାଖକୁ ଲାଗି କୁଡ଼ିଆଟିଏ ଓ ସେଥିରେ ଅତି ଦରିଦ୍ର ଭାବେ ପରିବାରଟିଏ ଚଳୁଛନ୍ତି।
/sambad/media/media_files/4gXaeJpVRwjMhCybVeWv.jpg)