ୟୁ.ଜି. କୃଷ୍ଣମୂର୍ତ୍ତି ସେ ଦିନ ତାଙ୍କ ଅନୁଗାମୀମାନଙ୍କୁ ଏହି କଥାଟି କହିଥିଲେ।
ଜଣେ ସନ୍ଥ ଗୋଟିଏ ଗାଁରେ ଅତିଥି ଭାବେ କିଛି ମାସ ରହିବାକୁ ସ୍ଥିର କଲେ। ଦୁର୍ଯୋଗକୁ ତାଙ୍କ ପଡ଼ୋଶୀ ଭାବେ ଥିଲା ଜଣେ ଅତ୍ୟନ୍ତ ଉପଦ୍ରବୀ ଲୋକ। ସେ ବିନା କାରଣରେ ସନ୍ଥଙ୍କୁ ଏମିତି ହଇରାଣ କଲା ଯେ ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା।
ଦିନେ ପ୍ରାତଃକାଳରେ ଭଗବାନଙ୍କୁ ପ୍ରାର୍ଥନା କରି ସେ କହିଲେ- ହେ ଈଶ୍ବର ସେ ଦୁଷ୍ଟକୁ ସମାପ୍ତ କରିଦିଅ।
ସନ୍ଥ ଏହା ପୂର୍ବରୁ କେବେହେଲେ ତାଙ୍କ ପ୍ରାର୍ଥନାର ଉତ୍ତର ପାଇ ନ ଥିଲେ; କିନ୍ତୁ ସେଦିନ ପାଇଲେ। ସ୍ବର୍ଗରୁ ଗମ୍ଭୀର ବାଣୀ ଶୁଣାଗଲା ଯେ ପଚାଶ ବର୍ଷ ହେଲାଣି ମୁଁ ତା’ ସହିତ ଅହର୍ନିଶ ରହିଆସୁଛି, ଅଥଚ ଚାରି ଦିନରେ ତୁ ଅତିଷ୍ଠ ହୋଇଗଲୁ?
ସନ୍ଥ ସେହି ବାଣୀରୁ ଏକ ଗୂଢ଼ ଶିକ୍ଷା ପାଇେଲ ଏବଂ ଏହା ପରଠାରୁ କାହା ବିଷୟରେ କୌଣସି ଅଭିଯୋଗ କଲେ ନାହିଁ।
ଗପଟି କହି ସାରି ୟୁଜିକେ କହିଲେ- କହିପାରିବ କି ସେହି ଶିକ୍ଷାଟି କ’ଣ?
ଜଣେ ବିଚକ୍ଷଣ ଅନୁଗାମୀ ଉତ୍ତର ଦେଲେ- ଶିକ୍ଷାଟି ହେଲା ଏୟା ଯେ ଈଶ୍ବର ଯାହା କିଛି ସୃଷ୍ଟି କରିଛନ୍ତି, ସେଥିରେ ତାଙ୍କର ଅଙ୍ଗୀକାର ଏବଂ ସ୍ବୀକୃତି ରହିଛି। ସେତିକି ବେଳେ କୌଣସି ସୃଷ୍ଟିକୁ ନେଇ ପ୍ରଶ୍ନ କରିବାର ଅଧିକାର ତୁମର ନାହିଁ। ତୁମ ଦୃଷ୍ଟିରେ ସେ ଯେତେ ଖରାପ ହେଲେ ମଧ୍ୟ ତା’ର ସୃଷ୍ଟି ପଛରେ ଈଶ୍ବରଙ୍କ କି ରହସ୍ୟ ଲୁକ୍କାୟିତ ହୋଇ ରହିଛି, ତାହା କେବଳ ତାଙ୍କୁ ଜଣା! ତେଣୁ କୌଣସି ବିଷୟ ନେଇ ଅଭିଯୋଗ କରିବାର ବା ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ।
କଥାଟିଏ-ଯାଯାବର: ସୃଷ୍ଟି ଓ ଈଶ୍ବର
ୟୁ.ଜି. କୃଷ୍ଣମୂର୍ତ୍ତି ସେ ଦିନ ତାଙ୍କ ଅନୁଗାମୀମାନଙ୍କୁ ଏହି କଥାଟି କହିଥିଲେ। ଜଣେ ସନ୍ଥ ଗୋଟିଏ ଗାଁରେ ଅତିଥି ଭାବେ କିଛି ମାସ ରହିବାକୁ ସ୍ଥିର କଲେ। ଦୁର୍ଯୋଗକୁ ତାଙ୍କ ପଡ଼ୋଶୀ ଭାବେ ଥିଲା ଜଣେ ଅତ୍ୟନ୍ତ ଉପଦ୍ରବୀ ଲୋକ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)