ଜଣେ ଲୋକ ସ୍ବପ୍ନରେ ଦେଖିଲା ଯେ ତା’ ପଡ଼ୋଶୀ ଶୋଇ ସ୍ବପ୍ନ ଦେଖୁଛି ଯେ ଗାଁ ମୁଣ୍ଡ ଗଛ କୋରଡ଼ରେ ଶହେ ସୁବର୍ଣ୍ଣ ମୁଦ୍ରା ଅଛି। ସେ ଲୋକର ନିଦ ଭାଙ୍ଗିଗଲା ଓ ‌େସ ସେହି ଗଛ ପାଖକୁ ଦୌଡ଼ିଲା। ପଡ଼ୋଶୀ ମଧ୍ୟ ସେଠି ପହଞ୍ଚି ଯାଇଥିଲା। ଲୋକଟିର ମନେ ପଡ଼ିଗଲା ଯେ ସୁନା ମୋହର ଥିବା କଥା ନେଇ ପଡ଼ୋଶୀ ତା’ ସ୍ବପ୍ନରେ ଦେଖିଥିବା କଥା ସେ ନିଜ ସ୍ବପ୍ନରେ ଦେଖିଥିଲା। 
ସତକୁ ସତ ଗଛ କୋରଡ଼ରେ ସୁନା ମୋହର ଥିଲା। ଏବେ ବାଣ୍ଟ ଲାଗି ଦୁହିଁଙ୍କ ଭି‌ତରେ କଳି ହେଲା। କାରଣ ଦୁହେଁ ସ୍ବପ୍ନ ଦେଖି ସେଠାରେ ପହଞ୍ଚିଥିଲେ। ବିବାଦ ରାଜାଙ୍କ ପାଖକୁ ଗଲା। 
ରାଜା ସବୁ ଶୁଣି ବିଚାର କରି କହିଲେ- ମୂଳ ସ୍ବପ୍ନ ଯାହାର ସେ ହକଦାର। ଏହି ଲୋକର ସ୍ବପ୍ନରେ ପଡ଼ୋଶୀ ସ୍ବପ୍ନ ଦେଖିଲା ବୋଲି ସେ ସୁନା ମୋହର କଥା ଜ‌ାଣିଲା।
ତେଣୁ ସେ ଲୋକ ସବୁ ସୁନା ମୋହର ନେଇ ଚାଲିଗଲା ଏବଂ ପଡ଼ୋଶୀ ଅତି ଦୁଃଖରେ ଖାଲି ହାତରେ ଫେରିଲା। ‌େସ ପତ୍ନୀକୁ ସବୁ କଥା କହିଲା। ଏହା ଶୁଣି ପତ୍ନୀ ରାଗ ଓ ଈର୍ଷାରେ ଜଳି ଉଠିଲା। ତା’ ଆଖିରୁ ଲୁହ ଝରି ଆସିଲା। 
ଏହି ସମୟରେ ତାକୁ କିଏ ହଲାଇ ଦେଇ କହିଲା- ଉଠ, କି ସ୍ବପ୍ନ ଦେଖି କାନ୍ଦୁଛ? 
ପଡ଼ୋଶୀର ଡାକରେ ପତ୍ନୀର ନିଦ ଭାଙ୍ଗିଗଲା। ତା’ ମାନେ ସବୁ ସ୍ବପ୍ନ ସେ ହିଁ ଦେଖୁଥିଲା! ଯ‌ାହା ହେଉ ଭଲ ହେଲା। ସେ ଲୋକ ସୁନା ମୋହର ପାଇଲା ନାହିଁ। ପଡ଼ୋଶୀର ପତ୍ନୀ ହସି ପକାଇଲା। ଆଖିରୁ ଲୁହ ଓ ମୁହଁରେ ହସର ରହସ୍ୟ ପଡ଼ୋଶୀ ବୁଝିପାରିଲା ନାହିଁ।