ଗୁରୁଙ୍କୁ ଜଣେ ଅନୁଗାମୀ ପଚାରିଲା- ଯଦି ସବୁ କିଛି ଈଶ୍ବର ଦେଉଛନ୍ତି, ତେବେ କିଛି ପାଇବା ଲାଗି ପରିଶ୍ରମ କରିବାର ଆବଶ୍ୟକତା କ’ଣ? ଭାଗ୍ୟରେ ଯାହା ଅଛି ତାହା ତ ମିଳିବ!
ଗୁରୁ ଏ କଥା ଶୁଣି ସେଇ ବ୍ୟକ୍ତିକୁ ଗୋଟିଏ ଆମ୍ବ ଗଛ ମୂଳକୁ ଡାକିନେଲେ। ଏକ ବିଶାଳ ଆମ୍ବଗଛରେ ରସାଳ ଆମ୍ବ ଫଳିଥିଲା। ଗୁରୁ କହିଲେ- ଦେଖ, ଭଗବାନ ଆମକୁ ସୁସ୍ବାଦୁ ଆମ୍ବ ଦେଇଛନ୍ତି। ତୁମେ ଆମ୍ବ ପାଇବାକୁ ହେଲେ ଦୁଇଟି ମାର୍ଗ ଅଛି। ଗୋଟିଏ ହେଲା, ଆମ୍ବ ଗଛ ଚଢ଼ି ସୁସ୍ବାଦୁ ଆମ୍ବଟିଏ ତୋଳିବ; ନଚେତ୍, ଆମ୍ବ ଗଛ ମୂଳରେ ବସି ଆମ୍ବଟିଏ ପଡ଼ିବା ଯାଏଁ ଅପେକ୍ଷା କରିବା। ଏମିତି ବସି ରହିଲେ ଜଣେ ଅବଶ୍ୟ ଆମ୍ବଟିଏ ପାଇଯାଇପାରେ। କିନ୍ତୁ ଭଲ ଆମ୍ବଟିଏ ପାଇବା ଲାଗି ହେଲେ ତୁମକୁ ତଳୁ ଆମ୍ବଟିଏ ବାଛି ଲକ୍ଷ୍ୟ ସ୍ଥିର କରି ଚଢ଼ିବାକୁ ହେବ ଏବ˚ ଏତିକି ପରିଶ୍ରମ କଲେ ଯାଇ ସେଇ ଆମ୍ବଟି ପାଇବ। କିନ୍ତୁ ତଳେ ବସି ରହିଲେ ଯେଉଁ ଆମ୍ବ ପଡ଼ିବ, ତାହା ଭଲ କି ଖରାପ ହେବ, କହିହେବ ନାହିଁ। କିନ୍ତୁ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଈଶ୍ବର ସେମିତି ହିଁ ଚାହାନ୍ତି। ଭଲ ଫଳ ପାଇବାକୁ ହେଲେ ପରିଶ୍ରମ କରିବାକୁ ହେବ। ପରିଶ୍ରମ ନ କରି ବସି ରହିଲେ ଈଶ୍ବର ତାଙ୍କ ମର୍ଜିରେ ଯାହା ପକାଇବେ ତାହା ନେବାକୁ ବାଧୢ ହେବ।
ଲୋକଟି କହିଲା- ପରିଶ୍ରମ କଲେ ଯଦି ସବୁ ମିଳିବ, ତେବେ ଈଶ୍ବରଙ୍କୁ ଜଣେ ଡାକିବ କାହିଁକି?
ଗୁରୁ କହିଲେ- ଅନେଶତ ପ୍ରତିଶତ ଥର ପରିଶ୍ରମ କଲେ ଈପ୍ସିତ ଫଳ ମିଳିବ। ଏକ ପ୍ରତିଶତ ଘଟଣାରେ ଆମ୍ବ ପାଖରେ ହାତ ପହଞ୍ଚୁ ପହଞ୍ଚୁ ଗୋଡ଼ ଖସି ଜଣେ ଗଛରୁ ତଳକୁ ଖସିପଡ଼ିପାରେ। କିନ୍ତୁ ଈଶ୍ବର ନ୍ୟାୟବନ୍ତ। ସେ ଚାହାନ୍ତି ଯେ ପରିଶ୍ରମର ଫଳ ମିଳୁ। କିନ୍ତୁ ତାହା ଏକ ଧାରାରେ ପଡ଼ିଗଲେ ଜଣେ ଈଶ୍ବରଙ୍କୁ ଲୋଡ଼ିବ କାହିଁକି? ସେଥି ପାଇଁ ଶହେରୁ ଜଣେ ପରିଶ୍ରମ କରି ବି ବିଫଳ ହୋଇପାରେ। ଏହି କାରଣରୁ ପରିଶ୍ରମ କରୁଥିବା ଲୋକ ସଫଳତା ଲାଗି ଈଶ୍ବରଙ୍କୁ ବି ସ୍ମରଣ କରିବ।
କଥାଟିଏ-ଯାଯାବର: ପାଇବାର ମୂଳ କଥା
ଗୁରୁଙ୍କୁ ଜଣେ ଅନୁଗାମୀ ପଚାରିଲା- ଯଦି ସବୁ କିଛି ଈଶ୍ବର ଦେଉଛନ୍ତି, ତେବେ କିଛି ପାଇବା ଲାଗି ପରିଶ୍ରମ କରିବାର ଆବଶ୍ୟକତା କ’ଣ? ଭାଗ୍ୟରେ ଯାହା ଅଛି ତାହା ତ ମିଳିବ! ଗୁରୁ ଏ କଥା ଶୁଣି ସେଇ ବ୍ୟକ୍ତିକୁ ଗୋଟିଏ ଆମ୍ବ ଗଛ ମୂଳକୁ ଡାକିନେଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)