ପୃଥିବୀର ସବୁଠାରୁ ଭଲ ଫୁଟ୍ବଲ୍ ଖେଳାଳିଙ୍କ ଭିତରୁ ଜଣେ ହେଲେ ଖ୍ରୀଷ୍ଟିଆନୋ ରୋନାଲ୍ଡୋ। ଏହି କଥାଟି ତାଙ୍କ ବିଷୟରେ।
ପର୍ତ୍ତୁଗାଲର ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ ଜନ୍ମ ହୋଇ ରୋନାଲ୍ଡୋ ନିଜର କ୍ରୀଡ଼ା ପ୍ରତିଭା ବଳରେ କେବଳ ଶୀର୍ଷ ସ୍ତରୀୟ ସଫଳତା ପାଇ ନାହାନ୍ତି, ଜଣେ ଅର୍ବପତି ମଧ୍ୟ ହୋଇଛନ୍ତି। ଥରେ ରୋନାଲ୍ଡୋ ସ୍ଥିର କଲେ ଯେ ଷାଠିଏ ନିୟୁତ ୟୁରୋ ବ୍ୟୟରେ ନୂଆ ବିମାନଟିଏ କିଣିବେ, ଯଦ୍ଦ୍ବାରା ସେ ଓ ତାଙ୍କ ପରିବାର ଆରାମପ୍ରଦ ଯାତ୍ରାମାନ କରି ପାରିବେ। ଏହି କଥା ଭାବୁଥିବା ବେଳେ ତାଙ୍କ ମା’ ପିଲା ଦିନେ ତାଙ୍କୁ କହିଥିବା କଥାଟିଏ ମନେ ପଡ଼ିଗଲା। ତାଙ୍କ ମା’ କହୁଥିଲେ କିଭଳି ପ୍ରାଥମିକ ଶିକ୍ଷା ଟିକକ ପାଇବା ଲାଗି ସେ ନିଜ କୁନି କୁନି ପାଦରେ ଖରା ଓ ବର୍ଷା ନ ମାନି ବିପଦସଂକୁଳ ରାସ୍ତାରେ ଦଶ କିଲୋମିଟର ବାଟ ଚାଲି ଚାଲି ଯାଉଥିଲେ। ଏହି କଥାଟି ମନେ ପଡ଼ିଗଲା ପରେ ରୋନଲ୍ଡୋଙ୍କ ଭାବାନ୍ତର ଘଟିଲା। ସେ ବିମାନ କିଣିବାର ଇଚ୍ଛା ପରିତ୍ୟାଗ କରି ସେହି ଅର୍ଥରେ ଏକ ଶହ ସ୍କୁଲ ବସ କିଣି ପର୍ତ୍ତୁଗାଲର ଗାଁ ଗହଳିର ସ୍କୁଳଗୁଡ଼ିକୁ ଦାନ କଲେ। ଏବେ ସେଥିରେ ବସି ପିଲାମାନେ ଆନନ୍ଦରେ ସ୍କୁଲକୁ ପଢ଼ିବା ଲାଗି ଗଲେ। ରୋନାଲ୍ଡୋ କହନ୍ତି ଏଥିରେ ତାଙ୍କ ହୃଦୟ ଭରିଗଲା। ଏ କଥା ସେ ତାଙ୍କ ମା’ଙ୍କୁ କହନ୍ତେ ମା’ ଆବେଗାଭିଭୂତ ହୋଇ କାନ୍ଦି ପକାଇଲେ ଓ କହିଲେ- ପୁଅ, ତୁ ଠିକ୍ ସେୟା କରିଛୁ, ଯାହା କରାଯିବା ଦରକାର।
ରୋନାଲ୍ଡୋ ଏହା ବର୍ଣ୍ଣନା କରି କହଛନ୍ତି ଯେ ଉଡ଼ାଣର ଅର୍ଥ ନୁହେଁ ଯେ ବିମାନରେ ବସି ଉଡ଼ିବା। ଏହାର ପ୍ରକୃତ ଅର୍ଥ ହେଲା ଅନ୍ୟର ସ୍ବପ୍ନ ଚରିତାର୍ଥ କରିବା ଲାଗି ତା’ ଠାରେ ପକ୍ଷ ଖଂଜି ଦେବା।
କଥାଟିଏ-ଯାଯାବର: ଉଡ଼ାଣର ଅର୍ଥ
ପୃଥିବୀର ସବୁଠାରୁ ଭଲ ଫୁଟ୍ବଲ୍ ଖେଳାଳିଙ୍କ ଭିତରୁ ଜଣେ ହେଲେ ଖ୍ରୀଷ୍ଟିଆନୋ ରୋନାଲ୍ଡୋ। ଏହି କଥାଟି ତାଙ୍କ ବିଷୟରେ। ପର୍ତ୍ତୁଗାଲର ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ ଜନ୍ମ ହୋଇ ରୋନାଲ୍ଡୋ ନିଜର କ୍ରୀଡ଼ା ପ୍ରତିଭା ବଳରେ....
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)