ଥରେ ରାମବାବୁ ଚାହିଁଲେ ମହାତ୍ମା ଗାନ୍ଧୀଙ୍କ ଭଳି ହେବେ ବୋଲି। ସେ ପୂରା ନିରାଡ଼ମ୍ବର ହୋଇଗଲେ। ମହାତ୍ମା ଗାନ୍ଧୀ ଯେମିତି ଲୁଗା ପିନ୍ଧନ୍ତି ସେମିତି ପିନ୍ଧିଲେ। ସେମିତି ବାଡ଼ିଟିଏ ଧରିଲେ। ମହାତ୍ମାଙ୍କ ବିଚାର ବିଷୟରେ ଜାଣିବା ଲାଗି ଦିନ ରାତି ଏକାକାର କରି ତାଙ୍କ ଦ୍ବାରା ଲିଖିତ ବହିସବୁ ପଢ଼ିବାକୁ ଲାଗିଲେ। ଏମିତି ସେ ବହୁତ ପରିଶ୍ରମ କଲେ। କିନ୍ତୁ ସେ ଦେଖିଲେ ଯେ ସେ ମହାତ୍ମା ଗାନ୍ଧୀଙ୍କ ଭଳି ହୋଇ ପାରୁ ନାହାନ୍ତି।
ଦିନେ ଏ ବିଷୟରେ ଭାବୁ ଭାବୁ ବିରସ ଭାବେ ଶୋଇପଡ଼ିଲେ। ଏଇ ସମୟରେ ଭଗବାନ ତାଙ୍କ ସ୍ବପ୍ନରେ ଆସିଲେ।
ଭଗବାନ ତାଙ୍କୁ ପଚାରିଲେ- ରାମ, କାହିଁକି ମନ କଷ୍ଟ କରିଛୁ କି?
ରାମ ବାବୁ କହିଲେ- ପ୍ରଭୁ ମୋ ଜୀବନର କେବଳ ଗୋଟିଏ ଲକ୍ଷ୍ୟ ହେଲା କେମିତି ମହାତ୍ମା ଗାନ୍ଧୀଙ୍କ ଭଳି ହେବି! ମୁଁ କିନ୍ତୁ ସେଥିରେ ସଫଳ ହୋଇ ପାରୁନାହିଁ।
ଭଗବାନ କହିଲେ- ରାମ, ତୁ ବାୟାଟା କିରେ? ମୁଁ ଯଦି ଆଉ ଜଣେ ମହାତ୍ମା ଗାନ୍ଧୀ ଚାହିଥାଆନ୍ତି, ତେବେ ଆଉ ଗୋଟିଏ ତିଆରି କରି ନ ଥାଆନ୍ତି? ତୁ ଥରେ ବିଚାର କରି ଦେଖ। ତୋର ଆୟୁଷ ସରିଲା ପରେ ଯେତେବେଳେ ତୋ କର୍ମର ବିଚାର ହେବ ସେତିକି ବେଳେ ମୁଁ ପଚାରିବି କି ହଇରେ ରାମ ତୁ ମହାତ୍ମା ଗାନ୍ଧୀଟିଏ ହୋଇ ପାରିଲୁ ନାହିଁ କାହିଁକି? ବର˚ ମୁଁ ତୋତେ ପଚାରିବି ତୁ ରାମ ହେବାରେ ଅସୁବିଧା କେଉଁଠି ଥିଲା?
ରାମ ବାବୁଙ୍କ ନିଦ ଭାଙ୍ଗିଗଲା। ସେ ଭାବିଲେ ସତେ ତ, ଭଗବାନ ମୋ ଭଳି ଦ୍ବିତୀୟ ରାମଟିଏ ତ ତିଆରି କରି ନାହାନ୍ତି! ତେଣୁ ଭଗବାନ ଚାହିଁଥିବା ଭଳି ରାମଟିଏ ହେଲେ କ୍ଷତି କ’ଣ?
କଥାଟିଏ-ଯାଯାବର: ଆଉ କାହା ଭଳି କାହିଁକି?
ଥରେ ରାମବାବୁ ଚାହିଁଲେ ମହାତ୍ମା ଗାନ୍ଧୀଙ୍କ ଭଳି ହେବେ ବୋଲି। ସେ ପୂରା ନିରାଡ଼ମ୍ବର ହୋଇଗଲେ। ମହାତ୍ମା ଗାନ୍ଧୀ ଯେମିତି ଲୁଗା ପିନ୍ଧନ୍ତି ସେମିତି ପିନ୍ଧିଲେ। ସେମିତି ବାଡ଼ିଟିଏ ଧରିଲେ।
/sambad/media/media_files/4gXaeJpVRwjMhCybVeWv.jpg)