ଯୁବକ ଜଣେ ଗୁରୁଙ୍କୁ ପଚାରିଲା- ମହାଶୟ, ଗୁରୁ କାହିଁକି ଦରକାର?
ଗୁରୁ କୌଣସି ଉତ୍ତର ନ ଦେଇ ନଇଁ ପଡ଼ି ଟେଳାଏ ମାଟି ଉଠାଇ ଯୁବକକୁ ଧରାଇ ଦେଲେ ଓ କହିଲେ- ବାବୁ, ଏଇ ମାଟି ଟେଳାଟି ନେଇ ଯାଅ। ପନ୍ଦର ଦିନ ପରେ ୟାକୁ ଧରି ପୁଣି ଆସିବ। 
ଯୁବକ ମାଟି ଟେଳାକୁ ଏପଟ ସେପଟ କରି ଦେଖିଲା ଏବ˚ ତାକୁ ଧରି ଫେରିଲା। ଫେରିଲା ବେଳକୁ ଭାବିଲା ମାଟି ଟେଳାକୁ ଫୋପାଡ଼ିଦେବ। କିନ୍ତୁ କଅଣ ଭାବି ଟିକିଏ ରହିଗଲା ଏବ˚ ମାଟି ଟେଳାର କି ଉପଯୋଗ କରି ହେବ ବୋଲି ଚିନ୍ତା କରିବାକୁ ଲାଗିଲା। ବାଟରେ ସେ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଲା। ସେଠି ଜଣେ ମୂର୍ତ୍ତିକାର ଛୋଟ ଛୋଟ ମୂର୍ତ୍ତି ଗଢୁଥିଲେ ଏବ˚ ବିକ୍ରି ଲାଗି ରଖୁଥିଲେ। ହଠାତ୍‌ ଯୁବକଟି ବାଟ ପାଇଗଲା। ସେ ମାଟି ଟେଳାକୁ ନେଇ ମୂର୍ତ୍ତିକାରଙ୍କୁ କହିଲା- ଆପଣ ମୋତେ ମୂର୍ତ୍ତିଟିଏ ଗଢ଼ି ଦିଅନ୍ତୁ ଏବ˚ ମୂର୍ତ୍ତି ଗଢ଼ିବାର କଳା ଶିଖାଇ ଦିଅନ୍ତୁ। 
ମୂର୍ତ୍ତିକାରଙ୍କ ସହିତ ସପ୍ତାହେ କାଳ କାଟି ଯୁବକ ମୂର୍ତ୍ତି ଗଢ଼ା ଶିଖିଗଲା। ସେଇ ମାଟି ଟେଳାରୁ ସୁନ୍ଦର ମୂର୍ତ୍ତିଟିଏ ଗଢ଼ିଲା। ପନ୍ଦର ଦିନ ପରେ ସେ ଗୁରୁଙ୍କ ଆଶ୍ରମକୁ ଫେରିଲା। 
ଗୁରୁ ତାକୁ ପଚାରିଲେ- ମାଟି ଟେଳାଟି କାହିଁ?
ଯୁବକ ମୁଣିରୁ ଛୋଟ ଏବଂ ସୁନ୍ଦର ମୂର୍ତ୍ତିଟିଏ ବାହାର କରି କହିଲା- ୟେ ‌େସହି ମାଟି ଟେଳା।
ଗୁରୁ କହିଲେ- ଧନ୍ୟବାଦ। ତୁମ ପ୍ରଶ୍ନର ଉତ୍ତର ତୁମେ ପାଇ ସାରିଛ। ତୁମେ ଯଦି ମୋ ପାଖକୁ ସେହି ମାଟି ଟେଳାଟି ଧରି ଫେରି ଥାଆନ୍ତ ତେବେ କହିଥାଆନ୍ତି ଯେ ବାବୁ ଏଥିରୁ ମୂର୍ତ୍ତିଟିଏ ଗଢ଼ାଯାଇ ପାରିଥାଆନ୍ତା। ମାଟିରୁ ଯେ ମୂର୍ତ୍ତି ଗଢ଼ାଯାଇପାରେ ସେହି ବାଟ ଦେଖାଇବାକୁ ଗୁରୁ ଲୋଡ଼ା। କିନ୍ତୁ ତୁମେ ବୁଦ୍ଧିମାନ, ‌େତଣୁ ତୁମେ ନିଜେ ନିଜ ପ୍ରଶ୍ନର ଉତ୍ତର ପାଇଗଲ!