ଜଣେ ବ୍ୟକ୍ତି ୟୁଜିକେଙ୍କୁ କହିଲେ- ମୁଁ କାହିଁକି କଥା କଥାକେ ଚିଡ଼ିଯାଉଛି, କାହା ଠାରୁ ନିନ୍ଦା ବା ସମାଲୋଚନା ଶୁଣିଲେ ଦୁଃଖୀ ହୋଇଯାଉଛି କହିବେ କି?
ୟୁଜିକେ କହିଲେ- ପ୍ରଶଂସା ଶୁଣିଲେ ବି ଗଦଗଦ ହୋଇଯାଉଥିବେ?
ଭଦ୍ରବ୍ୟକ୍ତିି କହିଲେ- ସ୍ବାଭାବିକ। ସେମିତି ତ ସମସ୍ତେ ହୁଅନ୍ତି!
ୟୁଜିକେ କହିଲେ- ଠିକ୍‌ କଥା! ଏବେ ଆପଣ ଏଇ ଲାଇଟ୍‌ଟାକୁ ଜଳାନ୍ତୁ, ତା’ ପରେ କଥା ହେବା। ହେଇ ଦେଖନ୍ତୁ ସେଇଠି ଅଛି ଏହାର ସୁଇଚ୍‌।
ଭଦ୍ର ବ୍ୟକ୍ତି ଉଠିଯାଇ ସୁଇଚ୍‌ଟି ଅନ୍ କରିଦେଲେ। ଲାଇଟ୍‌ଟି ଜଳି ଉଠିଲା। 
ୟୁଜିକେ କହିଲେ- ଏବେ ସୁଇଚ୍‌ ବନ୍ଦ କରି ଏଠାକୁ ଆସନ୍ତୁ। 
ଭଦ୍ରଲୋକ ଆଶ୍ଚର୍ଯ୍ୟ ହୋଇ ବତିଟିକୁ ଲିଭେଇ ଦେଲେ।
ୟୁଜିକେ କହିଲେ- ଆପଣ ନିଜେ କହନ୍ତୁ ଏହି ବତିର ଯଦି ନିଜସ୍ବ ମନଟିଏ ଥାଆନ୍ତା ତେବେ ସେ ଆପଣଙ୍କ ସୁଇଚ୍‌ରେ ଜଳନ୍ତା ଆଉ ଲିଭନ୍ତା କି? ଲିଭାଇଦେଲା ବେଳକୁ ପଚାରନ୍ତା, ବାବୁ ଜଳେଇ ଥିଲ, ପୁଣି ଲିଭାଇଦେଲ କାହିଁକି?
ଭଦ୍ର ଲୋକ କହି‌େଲ- ସତ କଥା। 
ୟୁଜି‌େକ କହିଲେ- ସତ କଥାଟା ତାହା ନୁହେଁ। ସତ କଥା ହେଲା ବତିର ମନଟିଏ ନାହିଁ ବୋଲି ସୁଇଚ୍‌ ଟିପିଲେ ଲିଭୁଛି ଓ ଜଳୁଛି। ଆପଣଙ୍କ ଠାରେ ତ ମନଟିଏ ଅଛି; ଅଥଚ ଅନ୍ୟ କିଏ ସୁଇଚ୍‌ ଟିପିଲେ ଆପଣ ଜଳୁଛନ୍ତି ଆଉ ଲିଭୁଛନ୍ତି କାହିଁକି? ଏଣେ ଗର୍ବର ସହିତ କହୁଛନ୍ତି ଏହା ମୋ ମନ ବା ମୋ ଇଚ୍ଛା। ହେଲେ ମନ ଆପଣଙ୍କ ଅଧୀନରେ ନାହିଁ। ସେ ଅନ୍ୟର ଦାସ ହୋଇଯାଇଛି! ମୋ କଥା ମାନନ୍ତୁ। ଆପଣଙ୍କ ମନର ସୁଇଚ୍‌ ଆଉ କାହା ହାତରେ ଦିଅନ୍ତୁ ନାହିଁ। 
ଭଦ୍ରଲୋକ ଏବେ କଥାର ମର୍ମ ବୁଝିଲେ।