ଗାଁ ମୁଣ୍ଡରେ ଜଣେ ଫକିର ତାଙ୍କ ଶିଷ୍ୟ ସହିତ ରହୁଥିଲେ। ଦିନେ ଭୋର ସମୟରେ ଗୋଟିଏ ଶଗଡ଼ରେ ପରିବାରଟିଏ ପହଞ୍ଚିଲେ। ପରିବାରର ମୁଖିଆ କହିଲେ- ଆମେ ଏ ଗାଁରେ ରହିବାକୁ ଚାହୁଁଛୁ। ଯେଉଁ ଗାଁରେ ଥିଲୁ, ସେଠାକାର ଲୋକେ ଏତେ ଖଳ ପ୍ରକୃତିର ଯେ ସେଠାରେ ରହିବା ସମ୍ଭବ ହେଲା ନାହିଁ। ଏ ଗାଁର ଲୋେକ କେମିତି?
ଫକିର କହିଲେ- ଏ ଗାଁର ଲୋକ ଖୁବ୍ ଦୁର୍ଦାନ୍ତ ଏବଂ ଦୁଷ୍ଟ ପ୍ରକୃତିର। ତେଣୁ ଏଠାରେ ମଧ୍ୟ ହଇରାଣ ହେବେ। ତେଣୁ ଆଉ କୌଣସି ସ୍ଥାନ ସନ୍ଧାନରେ ଯାଆନ୍ତୁ।
ସୁତରାଂ, ଶଗଡ଼ ଗାଡ଼ି ପୁଣି ଆଗକୁ ବଢ଼ିଲା।
କିଛି ଦିନ ପରେ ଆଉ ଗୋଟିଏ ଶଗଡ଼ ଗାଡ଼ି ଅଟକିଲା ଏବଂ ସେଥିରେ ମଧ୍ୟ ଥିଲା ପରିବାରଟିଏ। ପରିବାରର ମୁଖିଆ କହିଲେ- ଏ ଗାଁରେ ରହିବାକୁ ଚାହୁଁଛୁ।
ଫକିର ପଚାରିଲେ- ଆପଣ କେଉଁଠାରୁ ଆସିଛନ୍ତି?
ମୁଖିଆ କହିଲେ- ମୁଁ ଏମିତି ଏକ ଗାଁରୁ ଆସିଲି, ଯାହାର ଲୋକେ ଦେବୋପମ। ଆମ ପରିବାର ସହିତ ପୂରା ଗାଁ ସ୍ନେହରେ ବାନ୍ଧି ହୋଇ ରହିଥିଲା। ସେଠାରେ ମୋ ସ୍ବାସ୍ଥ୍ୟ ଭଲ ନ ରହିବାରୁ ବୈଦ୍ୟଙ୍କ ପରାମର୍ଶରେ ପାହାଡ଼ ସେ ପାରି କୌଣସି ସ୍ଥାନ ଖୋଜିବାକୁ ପଡ଼ିଲା। େତଣୁ ଏଠାରେ ପହଞ୍ଚିଛି।
ଫକିର କହିଲେ- ଆପଣ ଠିକ୍ ଗାଁକୁ ଆସିଛନ୍ତି। ଏ ଗାଁର ଲୋକେ ଅତି ଭଲ। ଆପଣ ଏଠାରେ ରହନ୍ତୁ। ଆପଣଙ୍କୁ ଆମେ ସ୍ବାଗତ କରୁଛୁ।
ଏମିତି ଦୁଇ ପ୍ରକାର କଥା ଶୁଣି ଶିଷ୍ୟ ବିସ୍ମିତ ହେଲା। ସେ ଫକିରଙ୍କୁ ପଚାରିଲା- ଆପଣ ଦୁଇ ଜଣଙ୍କୁ ଏମିତି ଦୁଇ ପ୍ରକାରର ଓ ପୂରା ଓଲଟା କଥା କହିଲେ କେମିତି?
ଗୁରୁ କହିଲେ- ଏଥିରେ ଓଲଟା କିଛି ନାହିଁ। ସବୁ ଗାଁ ଲୋକେ ସମାନ ପ୍ରକାରର। ପ୍ରଥମ ଲୋକ ତାଙ୍କ ଗାଁରେ ଯେମିତି ଲୋକ ପାଇଥିଲେ ଏଠାରେ ବି ସେମିତି ଲୋକଙ୍କୁ ପାଇବେ। ତେଣୁ େସ କିଛି ଦିନ ପରେ ଆଉ ଗୋଟିଏ ଗାଁ ଖୋଜି ବାହାରିବେ ଏବଂ ଆମ ଗାଁକୁ ଖରାପ ବୋଲି କହିବେ। ଦ୍ବିତୀୟ ଲୋକ, ଯିଏ ଜୀବନ ଯାକ ଭଲ ଲୋକଙ୍କୁ ପାଇଛନ୍ତି, ଏଠାରେ ମଧ୍ୟ ଭଲ ଲୋକଙ୍କୁ ପାଇବେ ଓ ତାଙ୍କ ସ୍ବାସ୍ଥ୍ୟ ଭଲ ରହିଲେ ଏଠାରେ ଖୁବ୍ ଖୁସିରେ ରହିବେ।
କଥାଟିଏ-ଯାଯାବର: ଗାଁ ଲୋକଙ୍କ ପ୍ରକୃତି
ଗାଁ ମୁଣ୍ଡରେ ଜଣେ ଫକିର ତାଙ୍କ ଶିଷ୍ୟ ସହିତ ରହୁଥିଲେ। ଦିନେ ଭୋର ସମୟରେ ଗୋଟିଏ ଶଗଡ଼ରେ ପରିବାରଟିଏ ପହଞ୍ଚିଲେ। ପରିବାରର ମୁଖିଆ କହିଲେ- ଆମେ ଏ ଗାଁରେ ରହିବାକୁ ଚାହୁଁଛୁ। ଯେଉଁ ଗାଁରେ ଥିଲୁ, ସେଠାକାର ଲୋକେ ଏତେ...
/sambad/media/media_files/4gXaeJpVRwjMhCybVeWv.jpg)