ଗୌତମ ବୁଦ୍ଧ ଶିଷ୍ୟମାନଙ୍କୁ କିଛି କହୁଥିବା ବେଳେ ଦେଖିଲେ ଯେ ଜଣେ ଶିଷ୍ୟ ତାଙ୍କୁ ନିବିଷ୍ଟ ଚିତ୍ତରେ ଶୁଣି ଚାଲିଥିବା ବେଳେ ତା’ର ପାଦ ଦୁଇଟି ହଲିବାରେ ଲାଗିଛି। ବୁଦ୍ଧ କଥା ବନ୍ଦ କରି ସେ ଦିଗକୁ ଚାହିଁ ରହିବାରୁ ଶିଷ୍ୟ ଅଗତ୍ୟା ପ୍ରକୃତିସ୍ଥ ହୋଇ ଗୋଡ଼ ହଲାଇବା ବନ୍ଦ କରିଦେଲା। ବୁଦ୍ଧ ପୁଣି କହିବାକୁ ଲାଗିଲେ। କିଛି ସମୟ ପରେ ଶିଷ୍ୟର ଗୋଡ଼ ପୁଣି ହଲିବାକୁ ଲାଗିଲା। ବୁଦ୍ଧ ପୁଣି କହିବା ବନ୍ଦ କରି ଦେଲେ। ଶିଷ୍ୟ ପୁଣି ସଂବିତ ପାଇଲା।
ଶିଷ୍ୟ କହିଲା- ତଥାଗତ, ମୁଁ ଆପଣଙ୍କ ବାଣୀର ପ୍ରତ୍ୟେକ ଶବ୍ଦ ମନଯୋଗ ସହିତ ଶୁଣୁଛି। କିନ୍ତୁ ମୋ ଧ୍ୟାନ ଶୁଣିବାରେ ଥିଲା ବେଳେ େଗାଡ଼ ଆପଣା ଛାଏଁ ହଲୁଛି।
ବୁଦ୍ଧ କହିଲେ- ଗୋଡ଼ ଦୁଇଟି ତୁମର, ଅଥଚ ତାହା ହଲୁଛି ବୋଲି ତୁମେ ଜାଣି ପାରୁନାହଁ? ଏହାକୁ କହନ୍ତି ବେହୋସ ହୋଇ ବଞ୍ଚିବା।
ଶିଷ୍ୟ କହିଲା- କିନ୍ତୁ ମୁଁ ଆପଣଙ୍କୁ ମନ ଧ୍ୟାନ ଦେଇ ଶୁଣୁଛି।
ବୁଦ୍ଧ କହିଲେ- ଏଭଳି ଏକପାଖିଆ ଧ୍ୟାନ ନିରର୍ଥକ। ଯଦି ତୁମ ଗୋଡ଼ ହଲୁଛି ବୋଲି ତୁମେ ଜାଣି ପାରୁନାହଁ, ସେମିତି ଯଦି କେବେ ତୁମ ହାତ ଯାଇ କାହାକୁ ବଧ କରି ଦିଏ, ତୁମେ ଜାଣି ପାରିବ ତ? ଆମର ଲକ୍ଷ୍ୟ ହେଉଛି ସମ୍ୟକ ଧ୍ୟାନ। ତା’ର ଅର୍ଥ ଏମିତି ଏକ ଜାଗ୍ରତ ଅବସ୍ଥା, ଯହିଁରେ ତୁମର ସବୁ କୃତ୍ୟ ଉପରେ ତୁମର ଅଧିକାର ରହିବ। ତୁମ ଅଜାଣତରେ ବା ତୁମ ବେହୋସ ଅବସ୍ଥାରେ ତୁମେ କୌଣସି କାର୍ଯ୍ୟ କରିବ ନାହିଁ।
ତାହା ନ ହେଲେ ଜାଗରଣ ଅସମ୍ଭବ।
କଥାଟିଏ-ଯାଯାବର: ଜାଗରଣ ସମ୍ଭବ କେମିତି!
ଗୌତମ ବୁଦ୍ଧ ଶିଷ୍ୟମାନଙ୍କୁ କିଛି କହୁଥିବା ବେଳେ ଦେଖିଲେ ଯେ ଜଣେ ଶିଷ୍ୟ ତାଙ୍କୁ ନିବିଷ୍ଟ ଚିତ୍ତରେ ଶୁଣି ଚାଲିଥିବା ବେଳେ ତା’ର ପାଦ ଦୁଇଟି ହଲିବାରେ ଲାଗିଛି। ବୁଦ୍ଧ କଥା ବନ୍ଦ କରି ସେ ଦିଗକୁ ଚାହିଁ ରହିବାରୁ ଶିଷ୍ୟ ଅଗତ୍ୟା ପ୍ରକୃତିସ୍ଥ ହୋଇ ଗୋଡ଼ ହଲାଇବା ବନ୍ଦ କରିଦେଲା।
/sambad/media/media_files/4gXaeJpVRwjMhCybVeWv.jpg)