ୟୁ.ଜି.କ. ତାଙ୍କ ଅନୁଗାମୀମାନଙ୍କୁ ଏହି ଗପଟି କହିଥିଲେ।
ଜଣେ ପ୍ରସିଦ୍ଧ ଘୋଡ଼ା ବେପାରୀ ଥିଲେ। ତାଙ୍କ ପାଖରେ ଏକୁ ଆରେକ ବଳି ଶକ୍ତିଶାଳୀ ଏବ˚ କର୍ମଠ ଘୋଡ଼ା ଥିଲେ। ସେମାନଙ୍କ ମୂଲ୍ୟ ଥିଲା ବେଶ୍ ଅଧିକ। ଥରେ ଜଣେ ବ୍ୟକ୍ତି ଘୋଡ଼ା କିଣିବାକୁ ତାଙ୍କ ପାଖକୁ ଆସିଲେ।
ବେପାରୀ ତାଙ୍କୁ ଅସ୍ତାବଲ ନେଇ ସେଠାରେ ଥିବା ପ୍ରଥମ ଘୋଡ଼ାକୁ ଦେଖାଇ କହିଲେ- ୟେ, ଟିକିଏ ରାଗୀ; ଦ୍ବିତୀୟ ଘୋଡ଼ାକୁ ଦେଖାଇ କହିଲେ- ୟାର ମନ ଟିକିଏ ଚଗଲା; ତୃତୀୟ ଘୋଡ଼ାକୁ ଦେଖାଇ କହିଲେ- ୟାର ଆଗ ଗୋଡ଼ ଦୁଇଟି ଅପେକ୍ଷାକୃତ ଦୁର୍ବଳ। ଏହା ଶୁଣି ଘୋଡ଼ା ଗ୍ରାହକ ଜଣକ କହିଲେ- ଆପଣ ତ ନିଜ ଘୋଡ଼ାଗୁଡ଼ିକୁ ବାହୁନିବାରେ ବ୍ୟସ୍ତ। ଏମିତି କିଛି ଘୋଡ଼ା ନାହାନ୍ତି କି, ଯାହାକୁ ଆପଣ ବାହୁନି ପାରିବେ ନାହିଁ।
ବ୍ୟବସାୟୀ କହିଲେ- ନାହିଁ କାହିଁକି? ଅଛି। ତା’ ପରେ ସେ ଭଦ୍ର ବ୍ୟକ୍ତିଙ୍କୁ ଅସ୍ତାବଲ ବାହାରକୁ ନେଇଗଲେ ଏବ˚ ସେଠି ସକାଳେ ମରିଥିବା ବୁଢ଼ା ଘୋଡ଼ାଟିକୁ ଦେଖାଇ କହିଲେ- ୟେ ଆଜି ସକାଳେ ମରିଗଲା। ସେ ବଞ୍ଚିଥିବା ପର୍ଯ୍ୟନ୍ତ ବାହୁୁନିବା ଲାଗି କିଛି କିଛି ଥିଲା। ଏବେ ବାହୁନିବାର କିଛି ନାହିଁ।
କଥାଟି କହିସାରି ୟୁ.ଜି.କେ. କହିଲେ- ଏ କାହାଣୀର ମର୍ମ ବୁଝିଲ ତ? ବ୍ୟବସାୟୀଙ୍କ ଘୋଡ଼ା ସବୁ ପ୍ରକୃତରେ ବେଶ୍ ଭଲ ଘୋଡ଼ା ଥିଲେ। କିନ୍ତୁ ସେମାନଙ୍କ ପାରଙ୍ଗମତା ସହିତ ଯେଉଁ ଖୁଣ ବା ଦୋଷ ଦୁର୍ବଳତା ଥିଲା, ତାକୁ ସେ ଘୋଡ଼ା ଗ୍ରାହକଙ୍କୁ ଜଣାଇ ଦେଉଥିଲେ। ଏହାର ଏକ ଗୂଢ଼ ଅର୍ଥ ହେଲା ସମେସ୍ତ ଦୋଷଗୁଣରେ ଭରା। କେବଳ ମୁର୍ଦ୍ଦାରର କୌଣସି ଦୋଷଗୁଣ ନ ଥାଏ।
କଥାଟିଏ-ଯାଯାବର: ଘୋଡ଼ାର ଦୋଷଗୁଣ
ୟୁ.ଜି.କ. ତାଙ୍କ ଅନୁଗାମୀମାନଙ୍କୁ ଏହି ଗପଟି କହିଥିଲେ। ଜଣେ ପ୍ରସିଦ୍ଧ ଘୋଡ଼ା ବେପାରୀ ଥିଲେ। ତାଙ୍କ ପାଖରେ ଏକୁ ଆରେକ ବଳି ଶକ୍ତିଶାଳୀ ଏବ˚ କର୍ମଠ ଘୋଡ଼ା ଥିଲେ। ସେମାନଙ୍କ ମୂଲ୍ୟ ଥିଲା ବେଶ୍ ଅଧିକ। ଥରେ ଜଣେ ବ୍ୟକ୍ତି ଘୋଡ଼ା କିଣିବାକୁ ତାଙ୍କ ପାଖକୁ ଆସିଲେ।
/sambad/media/media_files/4gXaeJpVRwjMhCybVeWv.jpg)