ଗେହ୍ଲା ପୁଅ ବାପାଙ୍କୁ ପଚାରିଲା- ତୁମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି କିଏ?
ବାପା କିନ୍ତୁ କିଛି କହିଲେ ନାହିଁ। ଏତିକିରେ ପୁଅର ମନ ଭାଙ୍ଗିଗଲା। ସେ ମନେ ମନେ ଭାବିଲା- ମୁଁ ବାପାଙ୍କ ସବୁଠାରୁ ପ୍ରିୟ। ତଥାପି ବାପା କାହିଁକି ତାହା କହିପାରିଲେ ନାହିଁ?
କିଛି ଦିନ ଗଲା। ବାପା ଓ ପୁଅ ଏକାଠି କୌଣସି ଏକ କାମରେ ବାହାରକୁ ଗଲେ। ବାଟରେ ପଡ଼ିଲା ନଈଟିଏ। ନଈ ପାର ହେବା ଲାଗି ସେମାନେ ଡଙ୍ଗା ଚଢ଼ିଲେ। ଅଧା ବାଟରେ ହୋଇଛନ୍ତି, ହଠାତ୍‌ ଭୀଷଣ ଝଡ଼ ଆସିବାର ସ˚କେତ ମିଳିଲା। 
ପୁଅ ଏହା ଦେଖି ଡରିଗଲା। ନାଉରିଆ ଜଣକ ପୁଅ ଡରିଥିବା ଜାଣିପାରି କହିଲା- ବାବୁ, ଭୟ କରନାହିଁ। ମୁଁ ଅଛି। କିଛି ଅଘଟଣ ହେଲେ ମୁଁ ତୁମ ଦୁହିଁଙ୍କୁ ପାର କରି କୂଳରେ ଳଗାଇବି। ଏଥର ପୁଅ ମନରେ ଆଶ୍ବସ୍ତି ଭାବ ଫୁଟିଲା। 
ସେଇ ମେଘ ପବନର ଘନଘଟା ଭିିତରେ କୂଳରେ ପହଞ୍ଚିବା ପରେ ବାପା ପୁଅକୁ କହିଲେ- ପୁଅ ତୁ ସେ ଦିନ ପଚାରିଥିଲୁ ନା ତୁମ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି କିଏ? ତା’ର ଉତ୍ତରଟି ଶୁଣ। ଏବେ ଏଇ ନଈ ମଝିରେ ଯେତେବେଳେ ଆକାଶରେ ଝଡ଼ବର୍ଷା ଉଠାଇଲା ମୋ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଥିଲେ ସେହି ନାଉରିଆ। କାରଣ ତାଙ୍କ ହାତରେ ଆମ ଜୀବନ ଲଟକି ଥିଲା। ତେଣୁ ସ୍ଥାନା କାଳ ଓ ପରିସ୍ଥିତି ଅନୁସାରେ ଆମମାନଙ୍କ ଲାଗି ଲୋକଙ୍କ ଗୁରୁତ୍ବ ବଦଳୁଥାଏ।
ପୁଅ ମନରେ ସେ ଦିନର ପ୍ରଶ୍ନ ଭାସି ଉଠିଲା। ଯାହା ହେଉ ବାପା ଠିକଣା ସମୟରେ ଓ ଠିକଣା ବାଟରେ ତା’ର ଉତ୍ତର ଦେଇ ଦେଲେ!