ଜଣେ ଯୁବକ ଅଖଣ୍ତ ଯୌବନର ଅଧିକାରୀ ହେବାକୁ ଚାହିଲା। ସେଥିପାଇଁ ସେ ଜଣେ ଗୁରୁଙ୍କ ପାଖକୁ ଗଲା। ଗୁରୁ ସବୁ ଶୁଣି କହିଲେ- ତପସ୍ୟା କଲେ ତୁମେ ତାହା ପାଇବ। ଯୁବକ ତପସ୍ୟା କରିବାକୁ ବସିଗଲେ। ଅନେକ ବର୍ଷ ବିତିଗଲା ପରେ ବି ଈଶ୍ବରଙ୍କ ସାକ୍ଷାତ ମିଳିଲା ନାହିଁ। ତେଣୁ ସେ ଧୈର୍ଯ୍ୟହରା ହୋଇଗଲେ। କିନ୍ତୁ ତପସ୍ୟାରୁ ଉଠି ସେ ଦେଖିଲେ ଯେ ଏତେ ବର୍ଷ ବିତି ଯାଇଥିଲେ ବି ତାଙ୍କର ଶରୀରର କାନ୍ତି ଆହୁରି ଦାଉଦାଉ ହୋଇ ଜଳୁଛି। କିନ୍ତୁ ଯୁବକ ମନେ ମନେ ଭାବିଲେ- ଏହାର ଅର୍ଥ ଅଖଣ୍ତ ଯୌବନ ସକାଶେ ମୋତେ ସାରା ଜୀବନ ତପସ୍ୟାରେ ବସିବାକୁ ହେବ। ଯେଉଁ ଯୌବନକୁ ଉପଭୋଗ କରାଯାଇ ପାରିବ ନାହିଁ, ସେମିତି ଯୌବନ ଥାଇ ଲାଭ କ’ଣ?
ସେ ପୁଣି ଗୁରୁଙ୍କ ପାଖକୁ ଗଲେ। ସେ କହିଲେ- ଭଗବାନ ତ ଚାହାନ୍ତି ସମସ୍ତେ ଅଖଣ୍ତ ଯୌବନର ଅଧିକାରୀ ହୁଅନ୍ତୁ। କିନ୍ତୁ ତାହା ସମ୍ଭବ ହୋଇପାରୁ ନାହିଁ।
ଯୁବକ ପଚାରିଲେ- କାହିଁକି?
ଗୁରୁ କହିଲେ- ତୁମେ ଆଖି ବୁଜି ଘଡ଼ିଏ ବସ, ବୁଝିପାରିବ। କ୍ଷଣିକ ଭିତରେ ଯୁବକ ପହଞ୍ଚିଗଲେ ଏକ ବିଚିତ୍ର ସ୍ଥାନରେ। ସେଠି ଠିଆ ହୋଇଥିଲେ ଜଣେ ସୁଦର୍ଶନ ପୁରୁଷ। ତାଙ୍କ ଶରୀରରେ ବିଦ୍ଧ ହେଉଥିଲା ଅସ˚ଖ୍ୟ ତୀର। ସେ ସବୁ ତୀରକୁ ଆଖି ପିଛୁଳାକେ ଭିଡ଼ିଆଣି ଏକ ଧନୁରେ ଯୋଖି ପୁଣି ମାରି ଦେଉଥିଲେ। ଯୁବକ ଚାରିଆଡ଼କୁ ଚାହିଁଲେ। କିନ୍ତୁ ସେ ଦିବ୍ୟ ପୁରୁଷ କାହାକୁ ଶର ବିନ୍ଧୁଛନ୍ତି ସେ କଥା ଜାଣିପାରିଲେ ନାହିଁ।
ଗୁରୁ ବୁଝେଇଦେଲେ- ୟେ ହେଉଛନ୍ତି ନ୍ୟାୟଦାତା ଈଶ୍ବର। ମର୍ତ୍ତ୍ୟରେ ଯିଏ ଯାହାକୁ ଶାରୀରିକ ବା ମାନସିକ ଭାବେ ଆଘାତ ଦିଏ, ସେ ସବୁ ତୀର ଭଳି ଆସି ଏହାଙ୍କୁ ବିଦ୍ଧ କରୁଛି। ଯାହା ଯାହା ତୀର ତାଙ୍କୁ ବିଦ୍ଧ କରୁଛି ସେ ସେ ସବୁକୁ ନିଜ ଧନୁରେ ଯୋଖି ସେମାନଙ୍କ ଉପରେ ପୁଣି ପ୍ରହାର କରୁଛନ୍ତି। ଦିବ୍ୟ ପୁରୁଷ ତୁମକୁ ଯେଉଁ ପ୍ରତି ଆଘାତ କରନ୍ତି, ତାହା ତୁମ ଶରୀର ଓ ମନକୁ ଅଦୃଶ୍ୟ ତୀର ଭଳି ବିଦ୍ଧ କରୁଛି। ଏହି ଆଘାତ ମନୁଷ୍ୟକୁ ଅହରହ ମୃତ୍ୟୁ ପଥଗାମୀ କରାଉଛି, ଜରାଗ୍ରସ୍ତ କରାଉଛି।
ଯୁବକ ପଚାରିଲେ- ତେବେ ମୁଁ କ’ଣ କେବେ ଅଖଣ୍ତ ଯୌବନ ପାଇବି ନାହିଁ?
ଗୁରୁ କହିଲେ- ପାଇବ। ତୁମେ ଯଦି କାହାକୁ କୌଣସି ପ୍ରକାରେ ଟିକିଏ ବି ଆଘାତ ପହଞ୍ଚାଇବ ନାହିଁ, ତେବେ ପାଇବ। ତା’ ନ ହେଲେ ଅହରହ ତପସ୍ୟାରତ ରହିଲେ ପାଇବ। ଯୌବନ ପାଇ ଉପଭୋଗ କରିବାକୁ ଚାହିଲେ ଯୌବନ ଅଖଣ୍ତ ରହିବ ନାହିଁ।
କଥାଟିଏ-ଯାଯାବର: ଯୌବନ ଓ ଉପଭୋଗ
ଜଣେ ଯୁବକ ଅଖଣ୍ତ ଯୌବନର ଅଧିକାରୀ ହେବାକୁ ଚାହିଲା। ସେଥିପାଇଁ ସେ ଜଣେ ଗୁରୁଙ୍କ ପାଖକୁ ଗଲା। ଗୁରୁ ସବୁ ଶୁଣି କହିଲେ- ତପସ୍ୟା କଲେ ତୁମେ ତାହା ପାଇବ। ଯୁବକ ତପସ୍ୟା କରିବାକୁ ବସିଗଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)