ଜଣେ ରାଜପୁତ୍ର ମାତ୍ରାଧିକ ଗେଲବସରିଆ ହୋଇ ବଢ଼ିଥିଲେ। କ୍ରମେ ସେ ରାଜା ହେଲେ, କିନ୍ତୁ ଅତି ସୁକୁମାରିଆ ରାଜାଟିଏ ହେଲେ। 
ଦୁର୍ଭାଗ୍ୟକୁ ଥରେ ରାଜ୍ୟରେ ବିଦ୍ରୋହ ହେଲା। ରାଜପ୍ରାସାଦର କିଛି ଭୃତ୍ୟ ଅତି କଷ୍ଟରେ ନୂଆ ରାଜାଙ୍କୁ ଏକ ଜଙ୍ଗଲରେ ଛାଡ଼ି କହିଲେ- ମଣିମା ଏବେ ନିଜକୁ ବଞ୍ଚାନ୍ତୁ। 
ସୁକୁମାରିଆ ରାଜା ଜାଣିଲେ ଯେ ମୃତ୍ୟୁ ନିଶ୍ଚିତ।
ଜଙ୍ଗଲ ଭିତରେ ଥକ୍କା ହୋଇ ବସିଥିବା ବେଳେ ଜଣେ ଦୀର୍ଘକାୟ ଲୋକ ଆସୁଥିବା ଦେଖିଲେ। ରାଜା ତାଙ୍କ ପାଦ ତଳେ ପଡ଼ି ତାଙ୍କୁ ରକ୍ଷା କରିବାକୁ ଅନୁରୋଧ କଲେ। 
ଆଗନ୍ତୁକ କହିଲେ- ଭୟ କରନ୍ତୁ ନାହିଁ। ମୁଁ ଆପଣଙ୍କୁ ଠିକ୍‌ ଚିହ୍ନିପାରିଛି। ଆମେ ବଣୁଆ ଜାତି ଚିର ଦିନ ରାଜାଙ୍କ ଅନୁଗତ। କିନ୍ତୁ ଏ ସ୍ଥାନ ସୁରକ୍ଷିତ ନୁହେଁ। ଆମକୁ ଅନେକ ବାଟ ଯିବାକୁ ହେବ। 
ରାଜା ବିକଳ ଦିଶିଲେ। ଆଗନ୍ତୁକ କହିଲେ- ମଣିମା, ଆପଣ ମୋ କାନ୍ଧରେ ବସନ୍ତୁ। ମୁଁ ନେଇଯିବି। 
ତା’ ପରେ ରାଜାଙ୍କୁ କାନ୍ଧରେ ବସାଇ ସେଇ ବ୍ୟକ୍ତି ଆଗକୁ ଚାଲିଲେ। କେତେ ଯେ ବାଟ ଚାଲିଲେ ତା’ର ହିସାବ ନାହିଁ। ଦିନ ଯାକ ଚାଲିବା ପରେ ସେ ସ˚ଧୢାରେ ଅଟକିଲେ ଏବ˚ ରାଜାଙ୍କ ସକାଶେ ଖାଦ୍ୟର ବ୍ୟବସ୍ଥା ବି କଲେ। ପୁଣି ପର ଦିନ ସକାଳୁ ଯାତ୍ରା। 
ନିରାପଦ ଜାଗରେ ରାଜା ପହଞ୍ଚିଲେ। ସେଠି ମଧ୍ୟ ଏହି ବ୍ୟକ୍ତି ରାଜାଙ୍କ ସେବାରେ ଲାଗିଲେ। ଏଇ ଭିତରେ କିନ୍ତୁ ରାଜା ତାଙ୍କୁ ମିତ୍ର ବୋଲି ଡାକିବା ଆରମ୍ଭ କରିଦେଇଥିଲେ। 
ଦିନେ ସ˚ଧୢାରେ ରାଜା ପଚାରିଲେ- ମିତ୍ର, ଅନେକ ଦିନ ହେଲା ଆପଣ ମୋ ପାଇଁ କଷ୍ଟ କରିଚାଲିଛନ୍ତି। ଆପଣ କଷ୍ଟ ସହୁଛନ୍ତି କେମିତି?
ସେ କହିଲେ- ମୋ ବାପା ମୋତେ ପିଲାଦିନେ ଗୋଟିଏ କଥା କହିଥିଲେ। ମଣିଷର ଶକ୍ତି ଅସୀମ। ତେଣୁ ମରିଯିବ ପଛକେ ହାରିବ ନାହିଁ। ତେଣୁ କଷ୍ଟ ବିଷୟରେ ଚିନ୍ତା କରିବା ନାହିଁ। କଷ୍ଟ ଠାରୁ ହାରିବାର ପ୍ରଶ୍ନ ନାହିଁ।
ଏହା ରାଜାଙ୍କୁ ପ୍ରଭାବିତ କଲା। ପର ଦିନ ସକାଳେ ରାଜା କହିଲେ-ମିତ୍ର ଆଜି ଠାରୁ ଆମେ ଦୁହେଁ ଖାଦ୍ୟ ସନ୍ଧାନରେ ଯିବା।