ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ପଡ଼ୋଶୀ ଫଜଲୁ ପଚାରିଲା- ଚିନ୍ତାରେ ଦିନ କଟୁଛି। ରାତିରେ ନିଦ ହେଉନାହିଁ। ତୁମର ବି ତ ଅନେକ ସମସ୍ୟା। କିନ୍ତୁ ତୁମେ ବେଫିକର ଅଛ କେମିତି?
ନସିରୁଦ୍ଦିନ କହିଲେ- ମୋର ଗୁରୁ ହେଉଛି ମୋ ଗଧ। କେମିତି ବିନା ଚିନ୍ତାରେ ରହିବି ସେ ଶିକ୍ଷାଟି ମୁଁ ତା’ଠାରୁ ପାଇଛି।
ଫଜଲୁ କହିଲା- ତାହା ହେଲେ ସେ କଥା ମୋେତ କୁହ!
ନସିରୁଦ୍ଦିନ କହିଲେ- ଗଧଟି କିଣିଲା ପରେ ଯାଇ ଜାଣିଲି ଯେ ସେଟା ମହା ଟିଙ୍ଗା ଓ ଜିଦିଆ। ତା’ ଉପେର ବସି ତାକୁ ଚଳାଇବାକୁ ଯେତେ ଚେଷ୍ଟା କଲେ ବି ସେ ତୁମ ଇଚ୍ଛାରେ ଚାଲିବ ନାହିଁ। ତା’ର ଇଚ୍ଛା ଯୁଆଡ଼େ, ସେ ସେଇ ବାଟେ ଯିବ। ତାକୁ ସାବାଡ଼ କରିବା ଲାଗି ବହୁତ ଉପାୟ କଲି। କିନ୍ତୁ କିଛି ଲାଭ ହେଲା ନାହିଁ। ବରଂ ଅପଦସ୍ଥ ହେଲି। ବଜାର ପାଖରେ ଲୋକ ଟାହି ଟାପରା କଲେ ଓ କହିଲେ- ଦେଖ ନସିରୁଦ୍ଦିନକୁ, ଗଧଟିଏ ବି ଜବତ କରି ପାରୁନାହିଁ। ଏମିତି ହେଲା ଯେ ପିଲାମାନେ ବି ମୋ ପଛରେ ତାଳି ମାରି ହସିଲେ। ଏ ଅବସ୍ଥାରେ ବାଟ ପାଇଲି।
ଫଜଲୁ ଆଗ୍ରହର ସହିତ କହିଲା- ଭାଇ କହ ସେ ବାଟଟି କ’ଣ?
ନସିରୁଦ୍ଦିନ କହିଲେ- ଏବେ ମୁଁ ମୋ ଇଚ୍ଛାରେ କୋଉଠିକୁ ଯାଉନାହିଁ। ଗଧ ଯୁଆଡ଼େ ନେଉଛି, ମୁଁ ଯାଉଛି। ବଜାର ଯିବା ଇଚ୍ଛାରେ ବାହାରି ଶ୍ମଶାନରେ ପହଞ୍ଚିଲେ ବି କିଛି ଭାବୁନାହିଁ। କାରଣ ସେଥିରେ ଅନ୍ତତଃ ଗଧକୁ ମଣ କରିବାକୁ ପଡୁନାହିଁ। ଆରାମରେ ବସି ଯାଉଛି।
ଫଜଲୁ ଆଚମ୍ବିତ ହୋଇ ଚାହିଁଲା।
ନସିରୁଦ୍ଦିନ କହିଲେ- ଦୋସ୍ତ, ଯେମିତି ଯାହା ଘଟୁଛି ସେଥିରେ ଭାସ, କିଛି ଚିନ୍ତା ରହିବ ନାହିଁ।
କଥାଟିଏ-ଯାଯାବର: ନସିରୁଦ୍ଦିନ ଫର୍ମୁଲା
ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ପଡ଼ୋଶୀ ଫଜଲୁ ପଚାରିଲା- ଚିନ୍ତାରେ ଦିନ କଟୁଛି। ରାତିରେ ନିଦ ହେଉନାହିଁ। ତୁମର ବି ତ ଅନେକ ସମସ୍ୟା। କିନ୍ତୁ ତୁମେ ବେଫିକର ଅଛ କେମିତି?
/sambad/media/media_files/4gXaeJpVRwjMhCybVeWv.jpg)