ଗୋଟିଏ ଦପ୍ତରକୁ ନୂଆ ଅଧିକାରୀ ଆସିଲେ। ତାଙ୍କ ପୂର୍ବରୁ ଥିବା ଅଧିକାରୀ ଖୁବ୍ ତୋଷାମଦପ୍ରିୟ ଥିଲେ। ଦପ୍ତରର କିଛି ତୋଷାମଦିଆ ତାଙ୍କୁ ଘେରି ବସୁଥିଲେ। ସେଇମାନଙ୍କ କଥା ଚାଲୁଥିଲା। ନୂଆ ଅଧିକାରୀ ଜଣକ କେମିତି ତାହା ଜାଣିବାର ଉପାୟ ନ ଥିଲା। ତଥାପି ତୋଷାମଦିଆମାନେ କହୁଥିଲେ- ତେଲ ମାରି ଜାଣିଲେ ଭଗବାନ ବି ତୁମ କଥାରେ ଉଠବସ୍ ହେବେ।
ତେଣୁ ନୂଆ ଅଧିକାରୀଙ୍କୁ ବି ତୋଷାମଦିଆମାନେ ଘେରି ବସିଲେ। କିନ୍ତୁ କିଛି ଦିନ ପରେ ନୂଆ ଅଧିକାରୀ ଜଣକ ଏମିତି କିଛି ପଦକ୍ଷେପ ନେଲେ ଯାହା ଦପ୍ତରରେ ମନ ଦେଇ କାମ କରୁଥିବା ଲୋକଙ୍କ ଲାଗି ଉତ୍ସାହପ୍ରଦ ଥିଲା। ତୋଷାମଦିଆମାନେ ସେଠି ବହୁତ ସମୟ ବ୍ୟୟ କରିବା ସତ୍ତ୍ବେ ସେମାନଙ୍କର କିଛି ଲାଭ ହେଲା ନାହିଁ।
ଦିନେ ଅଧିକାରୀ ଜଣକ ଦପ୍ତରରେ ଏକ ବୈଠକ ଡାକିଲେ। ସେଠାରେ ସେ ତାଙ୍କ ପିଲା ଦିନେ ବାପାଙ୍କ ଠାରୁ ଶୁଣିଥିବା କଥାଟିଏ କହିଲେ। ସେ କହିଲେ ଯେ ଯଦି କେହି ତୁମକୁ ପ୍ରଶ˚ସା କଲାବେଳେ ତୁମ ସହ ତୁଳନା କରି ଅନ୍ୟକୁ ଛୋଟ କରିଥାଏ, ତେବେ ତା’ ଠାରୁ ଦୂରେଇ ରହିବ। କାରଣ ତାହା ହେଉଛି ତୋଷାମଦିଆଙ୍କ ସ୍ବଭାବ।
ଏହା ପରେ ସେ ଅନେକ କିଛି କହିଲେ। କିନ୍ତୁ ତୋଷାମଦିଆମାନଙ୍କ କାନରେ ଅନ୍ୟ କିଛି ପଶୁ ନ ଥିଲା। କାରଣ ସେମାନେ ତାହା ହିଁ କରି ଅଧିକାରୀଙ୍କ ମନ ଜିଣିବାକୁ ଚାହୁଁଥିଲେ। ସେମାନେ କହୁଥିଲେ ଯେ ପୂର୍ବତନ ସମସ୍ତ ଅଧିକାରୀଙ୍କ ତୁଳନାରେ ଏବର ଅଧିକାରୀ ଜଣକ ହେଉଛନ୍ତି ଅଧିକ ଦକ୍ଷ, ଅଧିକ ଭଲ ଏବଂ ଅଧିକ ସୁଗୁଣର ଅଧିକାରୀ।
ତୋଷମେଦିଆମାନେ ଭାବୁଥିଲେ ଯେ ଏଭଳି ସୂକ୍ଷ୍ମ ପ୍ରଭେଦ କଥା ସେମାନେ ଚିନ୍ତା କରି ନ ଥିଲେ କାହିଁକି?
କଥାଟିଏ-ଯାଯାବର: ପ୍ରଶଂସା ଓ ତୋଷାମଦ
ଗୋଟିଏ ଦପ୍ତରକୁ ନୂଆ ଅଧିକାରୀ ଆସିଲେ। ତାଙ୍କ ପୂର୍ବରୁ ଥିବା ଅଧିକାରୀ ଖୁବ୍ ତୋଷାମଦପ୍ରିୟ ଥିଲେ। ଦପ୍ତରର କିଛି ତୋଷାମଦିଆ ତାଙ୍କୁ ଘେରି ବସୁଥିଲେ। ସେଇମାନଙ୍କ କଥା ଚାଲୁଥିଲା। ନୂଆ ଅଧିକାରୀ ଜଣକ କେମିତି ତାହା ଜାଣିବାର ଉପାୟ ନ ଥିଲା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)