ଜଣେ ଯୁବକ ସଦ୍ଗୁରୁଙ୍କ ଅନ୍ବେଷଣରେ ବାହାରିଲେ। ଅନେକ ପରିଶ୍ରମ କଲା ପରେ ବି ସେ ସଦ୍ଗୁରୁଙ୍କୁ ପାଇଲେ ନାହିଁ। ପରିଶେଷରେ ଜଣେ ସନ୍ନ୍ୟାସୀ ତାଙ୍କୁ କହିଲେ- ତୁମେ ଯଦି ଅସଲ ଜ୍ଞାନର ଅନ୍ବେଷଣରେ ବାହାରିଛ, ତେବେ ମୋ ଗୁରୁଙ୍କ ପାଖକୁ ଯାଅ। ଏହା କହି ସେ ଯେଉଁ ଠିକଣା ବତାଇଲେ ତାକୁ ଅନୁସରଣ କରି ଯୁବକ ପହଞ୍ଚିଲା ଗୋଟିଏ ଶ୍ମଶାନରେ ଏବଂ ଶ୍ମଶାନରେ ମଡ଼ା ପୋଡୁଥିବା ବୃଦ୍ଧ ସେଇ ସଦ୍ଗୁରୁ ବୋଲି ସନ୍ନ୍ୟାସୀଜଣକ କହିଥିଲେ।
ବୃଦ୍ଧଙ୍କୁ ଯୁବକ ଜଣକ ନିଜର ଅଭିପ୍ରାୟ ଜଣାଇବା ପରେ ବୃଦ୍ଧ କିଛି ନ କହି କେବଳ ଏତିକି କହିଲେ- ଆସିଗଲ ଭଲ କଲ। ଏବେ ମଡ଼ା ପୋଡ଼ା କାମରେ ଲାଗିଯାଅ।
ଯୁବକ ଏତାଦୃଶ କାର୍ଯ୍ୟ ଲାଗି ପ୍ରସ୍ତୁତ ହୋଇ ଆସି ନ ଥିଲା। କିନ୍ତୁ କରେ କ’ଣ? ସନ୍ନ୍ୟାସୀଙ୍କ କଥାକୁ ମନେ ପକାଇ ଭାଗ୍ୟକୁ ଆଦରି ମଡ଼ା ପୋଡ଼ା କାର୍ଯ୍ୟ ଆରମ୍ଭ କଲା।
ପ୍ରତି ଦିନ ଶବ ସତ୍କାରରେ ସହାୟତା କରୁଥିବା ବେଳେ ସେ ହଠାତ୍ ନିଜ ଚେତନାରେ ଏକ ପରିବର୍ତ୍ତନ ଲକ୍ଷ୍ୟ କଲା। ସେ ଏଣିକି ମୃତ୍ୟୁ ଦୂତଙ୍କୁ ଦେଖିପାରୁଥିଲା। ସେ ଦେଖୁଥିଲା ଯେ ମୃତ୍ୟୁର ଦୂତ ପ୍ରତି ବ୍ୟକ୍ତିର କାନ୍ଧରେ ସବାର ହୋଇଛନ୍ତି। କିନ୍ତୁ ବିସ୍ମୟକର କଥା ଯେ ଶବ ସତ୍କାର ବେଳେ ସେଠାକୁ ଆସୁଥିବା ଲୋକେ ଯଦିଓ ମୃତ୍ୟୁର ବାସ୍ତବତା ସହିତ ଅନ୍ତରଙ୍ଗ ଭାବେ ପରିଚିତ ହେଉଛନ୍ତି, ତଥାପି କେହି କେବେ ଭାବୁ ନାହାନ୍ତି ଯେ ସେ ସମସ୍ତଙ୍କ କାନ୍ଧରେ ମୃତ୍ୟୁର ଦୂତ ସବାର ହୋଇ ବସିଛି। ଏହି ଚେତନା ଯୁବକ ଭିତରେ ଏକ ପରିବର୍ତ୍ତନ ଆଣିଲା। ସେ ଏଣିକି ମୃତ୍ୟୁର ଦୂତକୂ ଜଣେ ବନ୍ଧୁ ଭାବେ ଦେଖିପାରୁଥିଲା। ମୃତ୍ୟୁ ନାମକ ଚିରନ୍ତନ ସତ୍ୟର ଉପଲବ୍ଧିରେ ହିଁ ତା’ର ପ୍ରଜ୍ଞା ଆଲୋକ ପ୍ରଜ୍ଜ୍ବଳିତ କରିବାକୁ ଲାଗିଲା। ଜୀବନକୁ ମୃତ୍ୟୁ ସହିତ ହୃଦୟଙ୍ଗମ କରିବା ହିଁ ଥିଲା ପ୍ରକୃତ ଜ୍ଞାନର ସୂତ୍ର।
କଥାଟିଏ-ଯାଯାବର: ପ୍ରକୃତ ଜ୍ଞାନର ସୂତ୍ର
ଜଣେ ଯୁବକ ସଦ୍ଗୁରୁଙ୍କ ଅନ୍ବେଷଣରେ ବାହାରିଲେ। ଅନେକ ପରିଶ୍ରମ କଲା ପରେ ବି ସେ ସଦ୍ଗୁରୁଙ୍କୁ ପାଇଲେ ନାହିଁ। ପରିଶେଷରେ ଜଣେ ସନ୍ନ୍ୟାସୀ ତାଙ୍କୁ କହିଲେ- ତୁମେ ଯଦି ଅସଲ ଜ୍ଞାନର ଅନ୍ବେଷଣରେ ବାହାରିଛ, ତେବେ ମୋ ଗୁରୁଙ୍କ ପାଖକୁ ଯାଅ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)