ନସିରୁଦ୍ଦିନ ଥରେ ବିଚାରକ ସ୍ଥାନରେ ଥାଆନ୍ତି। ଏଇ ସମୟରେ ଜଣେ ଲୋକ ବ୍ୟତିବ୍ୟସ୍ତ ହୋଇ ତାଙ୍କ ପାଖରେ ପହଞ୍ଚିଲା। ସେ ନସିରୁଦ୍ଦିନଙ୍କୁ କହିଲା- ଧର୍ମାବତାର ବିଚାର କରନ୍ତୁ। ଅମକ ଲୋକ ବିନା କାରଣରେ ମୋ ପତ୍ନୀକୁ ଚଟକଣା ମାରିଲା।
ନସିରୁଦ୍ଦିନ କହିଲେ- ପ୍ରଥମେ ତୁମେ କୁହ ଯେ ତୁମେ ଭଗବାନଙ୍କ ବିଚାର ଚାହଁ ନା ମଣିଷଙ୍କ ବିଚାର?
ଲୋକଟି କହିଲା- ମୋତେ ଭଗବାନଙ୍କ ନ୍ୟାୟ ଦରକାର।
ନସିରୁଦ୍ଦିନ କହିଲେ- ତାହା ହେଲେ ତୁମେ ସେଇ ଲୋକର ପତ୍ନୀର ଗାଲରେ ଚଟକଣାଟିଏ ମାରିଦେଇ ଆସ।
ଲୋକଟି ଏହା ଶୁଣି ଦୌଡ଼ିଲା ଏବ˚ ସେଇ ଲୋକର ପତ୍ନୀର ଗାଲରେ ଚଟକଣାଟିଏ ବସାଇ ଦେଲା। ତା’ର ରାଗ ଶାନ୍ତ ହେଲା। କିନ୍ତୁ ପରିସ୍ଥିତି ଜଟିଳ ହେଲା। କାରଣ ପ୍ରଥମେ ଚଟକଣା ମାରିଥିବା ଲୋକ ନସିରୁଦ୍ଦିନଙ୍କ ପାଖକୁ ଯାଇ ତାଙ୍କ ଠାରୁ ବି ଭଗବାନଙ୍କ ବିଚାର ମାଗି ତା’ ପତ୍ନୀକୁ ଚଟକଣା ମାରିଥିବା ଲୋକର ଘରକୁ ଗଲା ଏବଂ ତା’ ପତ୍ନୀର ଗାଲରେ ଆଉ ଥରେ ଚଟକଣା କଷିଦେଲା। ଶେଷରେ ଏମିତି ସ୍ଥିତି ହେଲା ଯେ ଦୋଷ କରିଥିବା ଲୋକେ ଦଣ୍ତ ନ ପାଇ ସେମାନଙ୍କ ପତ୍ନୀମାନେ ଚଟକଣା ଖାଇ ଖାଇ ବେହାଲ ହୋଇପଡ଼ିଲେ।
ଏହା ଦେଖି ନସିରୁଦ୍ଦିନଙ୍କ ବିରୋଧରେ ଲୋକେ ତାତି ଉଠିଲେ। ସେ ବିଚଳିତ ହୋଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ କହିଲେ- ମୋ କଥାର ମର୍ମ ବୁଝ। ଆମେ ଭଗବାନଙ୍କୁ ସଦାବେଳେ କହୁ ଯେ ତୁମେ ଯଦି ସତରେ ଥିବ, ତେବେ ସେ ମୋ ପ୍ରତି ଯେଉଁ ଅନ୍ୟାୟ କରିଛି ସେ ନିଜେ ସେଭଳି ଭୋଗିବ। ତେଣୁ ମୁଁ ଭଗବାନଙ୍କ ନ୍ୟାୟରେ ବିଚାର କଲି ଯେ ଜଣେ ମୋ ସ୍ତ୍ରୀକୁ ଚଟକଣା ମାରିଥିବାରୁ ମୁଁ ଯେମିତି କଷ୍ଟ ପାଇଲି, ତା’ ସ୍ତ୍ରୀକୁ ମୁଁ ବି ଚଟକଣା ମାରି ତାକୁ ସେଭଳି କଷ୍ଟ ଦେବି। କିନ୍ତୁ ତୁମମାନଙ୍କୁ ଭଗବାନଙ୍କ ବିଚାର ଭଲ ଲାଗୁନାହିଁ। ତେଣୁ ଏବେ ମଣିଷ ବିଚାରରେ ନ୍ୟାୟ ଦେଉଛି ଯେ ଚଟକଣା ମାରିଥିବା ଏ ଦୁଇ ଜଣ ଲୋକଙ୍କୁ ଏବେ ଜେଲରେ ଠୁଙ୍କି ଦିଅ।
କଥାଟିଏ-ଯାଯାବର: ଦୁଇ ପ୍ରକାର ବିଚାର
ନସିରୁଦ୍ଦିନ ଥରେ ବିଚାରକ ସ୍ଥାନରେ ଥାଆନ୍ତି। ଏଇ ସମୟରେ ଜଣେ ଲୋକ ବ୍ୟତିବ୍ୟସ୍ତ ହୋଇ ତାଙ୍କ ପାଖରେ ପହଞ୍ଚିଲା। ସେ ନସିରୁଦ୍ଦିନଙ୍କୁ କହିଲା- ଧର୍ମାବତାର ବିଚାର କରନ୍ତୁ। ଅମକ ଲୋକ ବିନା କାରଣରେ ମୋ ପତ୍ନୀକୁ ଚଟକଣା ମାରିଲା।
/sambad/media/media_files/4gXaeJpVRwjMhCybVeWv.jpg)