ଜଣେ ଗୁରୁ ଥିଲେ। ତାଙ୍କ ଆଶ୍ରମରେ ରହିବା ଲାଗି ଜୁଟିଲା ଜଣେ ଯୁବକ। ଗୁରୁ ତାକୁ ପାଇଗଲା ପରେ ସାଙ୍ଗେ ସାଙ୍ଗେ ତାକୁ ନିଜ କାମରେ ଲଗାଇ ଦେଲେ। ଯୁବକଟି ଗୁରୁଙ୍କ କଥା ମାନି ସବୁ କାମ କଲା। ଗୁରୁ ଥିଲେ କ୍ଷଣକୋପୀ। କଥା କଥାକେ ସେ ସେଇ ଯୁବକ ଉପରେ ବିରକ୍ତ ହେଉଥିଲେ। ଯେଉଁ କଥା କହିଲେ ମରମକୁ ବାଧିବ ସେ ସେଇ କଥା କହି ଅପମାନିତ କରୁଥିଲେ।
କିନ୍ତୁ ଯୁବକ ଥିଲା ଧୈର୍ଯ୍ୟର ପାହାଡ଼। ସେ ଗୁରୁଙ୍କ କଥା ଶୁଣି ନିରବ ରହୁଥିଲା। କେବଳ ନିରବ ରହୁ ନ ଥିଲା, ଗୁରୁଙ୍କ କଥାକୁ ବି ଧରୁ ନ ଥିଲା। ସେ ସଦାବେଳେ ସ୍ବାଭାବିକ ଅବସ୍ଥାରେ ରହୁଥିଲା।
ଏମିତି ଦିନ ଗଡ଼ିଗଲା। ଥରେ ଯୁବକର ଜଣେ ମିତ୍ର ଆସିଲା। ମିତ୍ରଜଣକ ଆଶ୍ରମରେ କିଛି ଦିନ ଅବସ୍ଥାନ କରୁ ବୋଲି ଯୁବକ ଗୁରୁଙ୍କ ଠାରୁ ଅନୁମତି ଭିକ୍ଷା କଲା। ମିତ୍ର ସମକ୍ଷରେ ଗୁରୁ ତାକୁ କହିଲେ- ତୁ ତ ଏଠି ରହି ମୋର ଅନ୍ନ ଧ୍ବ˚ସ କରୁଛୁ। ପୁଣି ତୋ ବନ୍ଧୁକୁ ଜୁଟାଉଛୁ। ଏଠି କେହି ରହି ପାରିବେ ନାହିଁ।
ଏ କଥା ଯୁବକକୁ ବହୁତ ବାଧିଲା। ପୁଣି ମିତ୍ର ଆଗରେ ଏଭଳି ଅପମାନ ତାକୁ ମର୍ମାହତ କଲା। ସେ କିଛି କହିଲା ନାହିଁ। ମିତ୍ର ଜଣକ ବି ସେଠି ଆଉ କ୍ଷଣେ ରହିବା ଲାଗି ଇଚ୍ଛା ପ୍ରକାଶ ନ କରି ଯିବାକୁ ବାହାରିଲା। ସେ କହିଲା- ତୁମେ ଯାହାଙ୍କୁ ଗୁରୁ ବୋଲି କହୁଛ, ସେ ଅସଲରେ ଗୁରୁ ନୁହେଁ। ସେ ଗୋଟିଏ ପକ୍କା ସୈତାନ୍। ତୁମେ ତୁରନ୍ତ ଏ ଜାଗା ଛାଡ଼।
ଯୁବକ ମନରେ ବି ସେଇ କଥା ଉଠିଲା। କିଛି ସମୟ ପରେ ପୁଣି ଗୁରୁ ରାଗ ଗରଗର ହୋଇ କିଛି କହିଲା ବେଳକୁ ଯୁବକ ଭଲ କରି ଦୁଇ ପଦ ଶୁଣାଇ ଦେଇ କହିଲା- ମୁଁ ଯାଉଛି, ଏଠି କ୍ଷଣେ ରହିବି ନାହିଁ।
ହଠାତ୍ ଗୁରୁ ଶାନ୍ତ ପଡ଼ିଗଲେ ଏବ˚ ହସିଲେ। ସେ କହିଲେ- ବାବୁ, ମୁଁ ସେଇ କଥା ଦେଖୁଥିଲି। ମୁଁ ଦେଖୁଥିଲି ତୁ କେତେ ଶକ୍ତିଶାଳୀ। ତୁ ବେଶ୍ ଶକ୍ତିଶାଳୀ ବୋଲି ଏତେ ଅପମାନ ସହି ପାରୁଥିଲୁ।
ଯୁବକ ଏବେ ରହିଗଲା। ଗୁରୁଙ୍କ ପରୀକ୍ଷାକୁ ସେ ବୁଝିପାରିଲା।
କଥାଟିଏ-ଯାଯାବର: ଗୁରୁ ପରୀକ୍ଷା
ଜଣେ ଗୁରୁ ଥିଲେ। ତାଙ୍କ ଆଶ୍ରମରେ ରହିବା ଲାଗି ଜୁଟିଲା ଜଣେ ଯୁବକ। ଗୁରୁ ତାକୁ ପାଇଗଲା ପରେ ସାଙ୍ଗେ ସାଙ୍ଗେ ତାକୁ ନିଜ କାମରେ ଲଗାଇ ଦେଲେ। ଯୁବକଟି ଗୁରୁଙ୍କ କଥା ମାନି ସବୁ କାମ କଲା। ଗୁରୁ ଥିଲେ କ୍ଷଣକୋପୀ।