ସୃଷ୍ଟି ଆରମ୍ଭ ବେଳର କଥା। ମନୁଷ୍ୟ ସମେତ ସବୁ ପ୍ରାଣୀଙ୍କ ସକାଶେ ଈଶ୍ବର ସୂର୍ଯ୍ୟଙ୍କ ଠାରୁ ଜ୍ୟୋତି ଆଣି ଦୁଇଟି ଚକ୍ଷୁର କଳ୍ପନା କଲେ। ଚକ୍ଷୁ ଦ୍ବୟ ମାଧ୍ୟମରେ ପ୍ରାଣୀମାନେ ସବୁ କିଛି ଦେଖି ପାରିଲେ। କିନ୍ତୁ, ତା’ ସତ୍ତ୍ବେ ମଣିଷଙ୍କୁ ଅନ୍ଧତ୍ବରୁ ମୁକ୍ତି ମିଳିଲା ନାହିଁ। ଲୋଭ, ମୋହ ଓ ମାୟା ଦ୍ବାରା ମଣିଷ ଅନ୍ଧ ହୋଇ ରହିଲା।
ମଣିଷମାନେ ପୁଣି ଈଶ୍ବରଙ୍କୁ ଭେଟିଲେ। ଈଶ୍ବର କହିଲେ, ‘ତୁମେ ମଣିଷମାନେ ସବୁବେଳେ ଅସନ୍ତୁଷ୍ଟ। ମୁଁ ସମସ୍ତଙ୍କ ଲାଗି ସବୁ ବ୍ୟବସ୍ଥା କରିଛି। ଆଉ କିଛି କରାଯାଇ ପାରିବ ନାହିଁ। ତୁମେମାନେ ଏବେ ଖୋଜ! ଖୋଜିଲେ ପାଇବ।
ମଣିଷମାନେ ହତାଶ ହୋଇ ଫେରିଲେ। କିନ୍ତୁ ଜଣେ ଅଧେ କେହି ଭାବିଲେ, ‘ଈଶ୍ବର ତ ମିଛ କହି ନ ଥିବେ। ତେଣୁ ଆମକୁ ଖୋଜିବାକୁ ହେବ। ଆମ ଭିତରେ ଈଶ୍ବର ଦେଇଥିବା ବ୍ୟବସ୍ଥାକୁ ଖୋଜି ଠାବ କରିବାକୁ ହେବ।’
ସେମାନେ ସେହି ଉଦ୍ୟମରେ ମଗ୍ନ ହୋଇଗଲେ। ନିରନ୍ତର ଅନ୍ବେଷଣରୁ ଫଳ ମିଳିଲା। କିଛି କାଳ ପରେ କାହା କାହା ଅନ୍ତରରେ ଦୀପ ଜଳି ଉଠିଲା। ଅନ୍ତର ଆଲୋକିତ ହୋଇଗଲା। ସେମାନେ ଅନ୍ଧତ୍ବରୁ ମୁକ୍ତ ହୋଇଗଲେ। ସେମାନେ ଗୌତମ ବୁଦ୍ଧ ବା ମହାବୀର ବା ନାନକ ବା ଯୀଶୁ ବା କବୀର ବା ସୁର ଦାସ ବା ଏକନାଥ ଭାବେ ପରିଚିତ ହେଲେ। ସେମାନେ ସମସ୍ତଙ୍କୁ କହିଗଲେ, ‘ଆମେ ପାଇଛୁ। ତୁମେମାନେ ବି ପାଇବ। ତୁମ ସମସ୍ତଙ୍କ ଭିତରେ ଈଶ୍ବର ସେମିତି ଦୀପ ରଖି ଦେଇ ଯାଇଛନ୍ତି। ତୁମ ଅନ୍ତର ବି ଆଲୋକିତ ହୋଇଯିବ। କେବଳ ନିଷ୍ଠାର ସହିତ ଖୋଜ।’
କଥାଟା ସତ। ଯିଏ ଖୋଜେ, ସେ ହିଁ ପାଏ।
କଥାଟିଏ-ଯାଯାବର: ଯିଏ ଖୋଜେ, ସିଏ ପାଏ
ସୃଷ୍ଟି ଆରମ୍ଭ ବେଳର କଥା। ମନୁଷ୍ୟ ସମେତ ସବୁ ପ୍ରାଣୀଙ୍କ ସକାଶେ ଈଶ୍ବର ସୂର୍ଯ୍ୟଙ୍କ ଠାରୁ ଜ୍ୟୋତି ଆଣି ଦୁଇଟି ଚକ୍ଷୁର କଳ୍ପନା କଲେ। ଚକ୍ଷୁ ଦ୍ବୟ ମାଧ୍ୟମରେ ପ୍ରାଣୀମାନେ ସବୁ କିଛି ଦେଖି ପାରିଲେ।
/sambad/media/media_files/4gXaeJpVRwjMhCybVeWv.jpg)