ଥରେ ଗୋଟିଏ କାରାଗାରରେ ବନ୍ଦୀ ଥିବା ଦୁଇ ଜଣଙ୍କୁ ଏକା ଦିନ ଫାଶୀ ମିଳିବାର ହେଲା। ସେମାନଙ୍କ ଭିତରୁ ଜଣେ ଥିଲା ସ˚ପୂର୍ଣ୍ଣ ପାପୀ ଏବ˚ ଆର ଜଣକ ସ˚ପୂର୍ଣ୍ଣ ପୁଣ୍ୟବନ୍ତ, ଯାହାଙ୍କୁ ଭୁଲ୍ ବୁଝାମଣା ସ୍ବରୂପ ଏ ଚରମ ଦଣ୍ତ ଭୋଗିବାକୁ ପଡୁଥିଲା। ସେମାନଙ୍କ ଫାଶୀ ପାଇବାର ସମୟ ଆସିବା ପୂର୍ବରୁ ବିଧି ମୁତାବକ ଜଣେ ଯୁବ ବ୍ରାହ୍ମଣଙ୍କୁ ଡକାଗଲା ଏବ˚ ଉଭୟଙ୍କ ଠାରୁ ପଶ୍ଚାତ୍ତାପର ଶେଷ କଥା ଶୁଣି ସେମାନଙ୍କ ଲାଗି ପ୍ରାର୍ଥନା କରିବାକୁ କୁହାଗଲା।
ବ୍ରାହ୍ମଣ ପ୍ରଥମେ ପାପୀ ରହୁଥିବା କୋଠରିକୁ ଗଲେ। ପାପୀ ସ˚ପୂର୍ଣ୍ଣ ବିଷାଦଗ୍ରସ୍ତ ଥିଲା। ସେ କହିଲା- ମୁଁ ଜୀବନ ଯାକ କେବଳ ଆନନ୍ଦ ମତ୍ତ ହେବା ମାର୍ଗରେ ଧାଇଁ ପାପ ତକ ଅର୍ଜିଲି। ଏବେ ମୋ ଶେଷ ସମୟରେ ମୁଁ ଭାବୁଛି ଟିକିଏ ପୁଣ୍ୟ କରିଥାଆନ୍ତି କି?
ତା’ ପରେ ବ୍ରାହ୍ମଣ ଗଲେ ପୁଣ୍ୟବନ୍ତ ବ୍ୟକ୍ତିଙ୍କ ପ୍ରକୋଷ୍ଠକୁ। ସେ ବି ବିଷାଦଗ୍ରସ୍ତ ଦିଶୁଥିଲେ। ସେ ପଶ୍ଚାତ୍ତାପ ସ୍ବରୂପ କହିଲେ- ଜୀବନ ସାରା ନିଜକୁ କଠୋର ପରୀକ୍ଷା ଭିତରେ ରଖି ସବୁ ସୁଖ ଠାରୁ ଦୂରରେ ରହି ମୁଁ କ’ଣ ପାଇଲି? ମୋ ମନରେ ଅବସୋସ ରହିଗଲା। କେବେ ବି ସୁଖ ଭୋଗ କରିପାରିଲି ନାହିଁ।
ଏ କଥାରେ ଯୁବ ବ୍ରାହ୍ମଣ ବିଚଳିତ ବୋଧ କଲେ। ସେ ଗୁରୁଙ୍କ ପାଖକୁ ଯାଇ ପଚାରିଲେ- ଆଜ୍ଞା, ଏଠି ତ ପାପୀ ଓ ପୁଣ୍ୟାତ୍ମା ସମସ୍ତେ ନିଜ ନିଜ ଆଚରଣ ଲାଗି ପଶ୍ଚାତ୍ତାପ କରୁଛନ୍ତି? ତେବେ କେଉଁ ବାଟଟି ତାହା ହେଲେ ପ୍ରକୃଷ୍ଟ ପନ୍ଥା?
ଗୁରୁ ଯୁବ ବ୍ରାହ୍ମଣଙ୍କ ଠାରୁ ସବୁ କିଛି ସବିସ୍ତାରେ ଶୁଣିବା ପରେ କହିଲେ- ଏଥିରେ ବିସ୍ମିତ ହେବାର କିଛି ନାହିଁ। ମୁଁ ସଦାବେଳେ କହେ ଓ ଆଜି ବି କହୁଛି ପ୍ରକୃଷ୍ଟ ପନ୍ଥା ହେଉଛି ମଧୢମ ପନ୍ଥା। ତାହା ହିଁ ଉଚିତ ମାର୍ଗ।
ପ୍ରକୃଷ୍ଟ ପନ୍ଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)