ଗୋଟିଏ ଶକ୍ତିଶାଳୀ ବାଜ ପକ୍ଷୀ ଥିଲା। ସେ ଉଚ୍ଚ ଆକାଶରୁ ଝା˚ପ ମାରି ନଦୀରେ ପହଁରି ଯାଉଥିବା ମାଛଙ୍କୁ ଟେକି ନେଇ ପାରୁଥିଲା। ତେଣୁ ସମସ୍ତେ ତା’ର ବହୁତ ପ୍ରଶ˚ସା କରୁଥିଲେ। ଏହା ଦେଖି ଆଉ ଗୋଟିଏ ବାଜ ପକ୍ଷୀ କହିଲା- ମୁଁ ବି ତା’ ଭଳି କରିବି। ଏହା କହି ସେ ସେହି ଶକ୍ତିଶାଳୀ ବାଜପକ୍ଷୀକୁ ଅନୁକରଣ କରିବାକୁ ଲାଗିଲା। ଦିନେ ସେ ବି ଉଚ୍ଚ ଆକାଶରୁ ନଦୀ ଭିତରକୁ ଝାପ˚ ମାରି ପହଁରୁ ଥିବା ମାଛ ପିଠିରେ ନଖ ଗଳାଇ ଦେଲା ସତ କିନ୍ତୁ ଟେକି ନେଇ ଉଡ଼ିପାରିଲା ନାହିଁ। କାରଣ ତା’ର ସେଇ ଶକ୍ତିଶାଳୀ ବାଜ ପକ୍ଷୀ ଭଳି ଶକ୍ତି, ସାମର୍ଥ୍ୟ ବା କୌଶଳ ନ ଥିଲା। ତେଣୁ ସେ ପାଣିରେ ବୁଡ଼ି ମଲା। 
କଥାଟି କହି ସାରି ଶିକ୍ଷକ କହିଲେ- ଆମ ପ୍ରତ୍ୟେକଙ୍କ ଜୀବନ ହେଉଛି ଭଗବାନଙ୍କ ଦ୍ବାରା କରାଯାଉଥିବା ଗୋଟିଏ ପରୀକ୍ଷା। କିନ୍ତୁ ଏ ପରୀକ୍ଷାରେ କପି ଚଳେ ନାହିଁ। କାରଣ ଭଗବାନ ପ୍ରତ୍ୟେକଙ୍କ ଲାଗି ଅଲଗା ଅଲଗା ପ୍ରଶ୍ନପତ୍ର ରଖିଥାନ୍ତି। ତେଣୁ ତୁମେ ତୁମ ନିଜ ବାଟରେ ଚାଲି ବଡ଼ ହେବାକୁ ଚେଷ୍ଟା କର, କାହାକୁ ଅନୁକରଣ କରନାହିଁ। 
ଗପଟି କହି ସାରି ଶିକ୍ଷକ ପିଲାମାନଙ୍କୁ ପଚାରିଲେ- ଏହି ଗପର ମର୍ମ କ’ଣ କହିଲ ଦେଖି?
ଜଣେ ପିଲା କହିଲା- ଆମେ ସମସ୍ତେ ଗୋଟିଏ ବୟସର ଓ ଗୋଟିଏ ପ୍ରକାର ହୋଇଥିଲେ ହେଁ ନିଜ ନିଜ ଗୁଣ ପାଇଁ ଅନ୍ୟ ଠାରୁ ଭିନ୍ନ। ତେଣୁ ନିଜେ କ’ଣ କରିପାରିବା ତାହା ଠଉରାଇ ସେଥିରେ ଉନ୍ନତି ଆଣିବା ଉଚିତ। ଅନ୍ୟକୁ ଅନୁକରଣ କଲେ ସଫଳତା ମିଳିବ ନାହିଁ। 
ଶିକ୍ଷକ କହିଲେ- ଧନ୍ୟବାଦ। ଠିକ୍‌ ବୁଝିଛ। ତେଣୁ ସମସ୍ତେ ନିଜ ନିଜ ଭିତରେ ଥିବା ମଣିକୁ ଚିହ୍ନିବାର ଉଦ୍ୟମ କର ଓ ତାକୁ ଘଷିମାଜି ଉଜ୍ଜ୍ବଳ କର।

Advertisment