ଦୁଇ ଜଣ ପ୍ରତିବେଶୀଙ୍କ ଭିତରେ ବନ୍ଧୁତା ହେଲା। ସେମାନଙ୍କ ଭିତରୁ ଜଣେ ନିଜକୁ ଭାରି ଧର୍ମବିଶ୍ବାସୀ ବୋଲି କହୁଥିଲେ। ଲୋକେ ବି ସେୟା କହୁଥିଲେ, କାରଣ ସେ ଅନେକ ସମୟ ପୂଜା କରିବାରେ, ଯଜ୍ଞ ଆଦି କରିବାରେ ବ୍ୟୟ କରୁଥିଲେ। କିନ୍ତୁ ତାଙ୍କର ପ୍ରତିବେଶୀ ଥିଲେ ପୂରା ଓଲଟା। ତାଙ୍କ ଘରେ କୌଣସି ଠାକୁରଙ୍କ ଫଟୋଟିଏ ନ ଥିଲା। ସେ କେତେବେଳେ ମନ୍ଦିର ଯାଉ ନ ଥିଲେ। ଘରେ ତାଙ୍କର ବୃଦ୍ଧ ପିତା ଅସୁସ୍ଥ ହୋଇ ସ˚ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ତାଙ୍କର ସେବାରେ ପ୍ରତିବେଶୀଙ୍କ ଅଧିକା˚ଶ ସମୟ କଟୁଥିଲା। ପୂଜା ପାଠ କରିବାକୁ ତାଙ୍କ ପାଖରେ ସମୟ ନ ଥିଲା।
ଦିନେ ଧର୍ମପରାୟଣ ବନ୍ଧୁ ପ୍ରତିବେଶୀଙ୍କୁ କହିଲେ- ବନ୍ଧୁ, ଆପଣ କେବେ ହେଲେ ପୂଜା ପାଠ କରିବା ବା କେବେ ହେଲେ ମନ୍ଦିର ଯିବା ମୁଁ ଦେଖୁନାହିଁ। ଆପଣ କ’ଣ ନାସ୍ତିକ? ମୋ ମତରେ ସମସ୍ତେ ଟିକିଏ ଟିକିଏ ପୂଜାପାଠ କରିବା ଦରକାର। ଅନ୍ତତଃ ମନକୁ ଶୁଦ୍ଧ କରିବା ଲାଗି ତାହା ଲୋଡ଼ା।
ଏହା ଶୁଣି ପ୍ରତିବେଶୀ କହିଲେ- ମୁଁ ବି ଆଜ୍ଞା ପୂଜା କରେ। କିନ୍ତୁ ଲୋକେ ସାଧାରଣତଃ ଚିତ୍ରପଟକୁ ପୂଜା କରନ୍ତି। କିନ୍ତୁ ମୁଁ ଚରିତ୍ରର ପୂଜା କରେ। ଅନେକଙ୍କ ଭଳି ମୁଁ ବି ଜଣେ ରାମଭକ୍ତ। କିନ୍ତୁ ଅଧିକା˚ଶ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଚିତ୍ରପଟ ବା ପିତୁଳାକୁ ପୂଜା କରନ୍ତି। ମୁଁ କିନ୍ତୁ ପ୍ରଭୁ ରାମଚନ୍ଦ୍ରଙ୍କ ଚରିତ୍ର, ତାଙ୍କ ନିଃସର୍ତ୍ତ ପିତୃଭକ୍ତିକୁ ପୂଜା କରେ। ମୁଁ ଭାବେ ତାହା ପ୍ରକୃତ ଭାବେ ପୂଜନର ଯୋଗ୍ୟ।
କଥାଟିଏ-ଯାଯାବର: ପୂଜନର ଯୋଗ୍ୟ
ଦୁଇ ଜଣ ପ୍ରତିବେଶୀଙ୍କ ଭିତରେ ବନ୍ଧୁତା ହେଲା। ସେମାନଙ୍କ ଭିତରୁ ଜଣେ ନିଜକୁ ଭାରି ଧର୍ମବିଶ୍ବାସୀ ବୋଲି କହୁଥିଲେ। ଲୋକେ ବି ସେୟା କହୁଥିଲେ, କାରଣ ସେ ଅନେକ ସମୟ ପୂଜା କରିବାରେ, ଯଜ୍ଞ ଆଦି କରିବାରେ ବ୍ୟୟ କରୁଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)