ଜଣେ ବୃଦ୍ଧ ପହଞ୍ଚିଲେ ଗୁରୁଙ୍କ ପାଖରେ। ତାଙ୍କ ମନରେ ନାନା ପ୍ରକାର ବିରକ୍ତି ଭାବ। ସେ ଗୁରୁଙ୍କୁ କହିଲେ- ଆଜ୍ଞା, ମୋତେ ଜମାରୁ ଶାନ୍ତି ମିଳୁନାହିଁ। ମୁଁ ସାଦାସିଧା ଲୋକ। ମୁଁ ମୋ ବାଟରେ ଥାଏ। କିନ୍ତୁ ଅନ୍ୟମାନଙ୍କ ଯୋଗୁଁ ମୁଁ କଷ୍ଟ ପାଉଛି। ମୋ ପିଲାମାନେ ମୋ କଥା ମାନୁ ନାହାନ୍ତି। ମୋ ପଡ଼ୋଶୀ ମୋତେ ହଇରାଣ କରୁଛି। ମୋତେ କିଛି ହେଲେ ଭଲ ଲାଗୁନାହିଁ। 
ଏମିତି କଥା ଶୁଣିବା ପରେ ଗୁରୁ କହିଲେ- ବେଶ୍‌ ମୁଁ ତୁମକୁ ଗୋଟିଏ ସିଦ୍ଧ ପ୍ରାର୍ଥନା ଶିଖାଇ ଦେବି। ସେଇ ପ୍ରାର୍ଥନା ବୋଲିବା ପୂର୍ବରୁ ଯେଉଁମାନେ ତୁମ ଲାଗି ବଦଳି ଯାଆନ୍ତୁ ବୋଲି ଭାବିବ, ସେମାନେ ବଦଳି ଯିବେ; ଆପଣଙ୍କ ଜୀବନ ସହଜ ହୋଇଯିବ। 
ବୃଦ୍ଧ ପ୍ରାର୍ଥନାଟି ଶିଖି ଘରକୁ ଗଲେ ଏବ˚ ପ୍ରତି ଦିନ ସ˚ଧୢାରେ ତାହା ବୋଲିଲେ। ବୋଲିବା ଆଗରୁ ସେ ଅନ୍ୟମାନେ ଯେମିତି ହୁଅନ୍ତୁ ବୋଲି ଚାହାନ୍ତି ସେ କଥା ଈଶ୍ବରଙ୍କୁ ଜଣାଇଲେ। ବୃଦ୍ଧ ଆଶ୍ବସ୍ତ ହେଲେ କାରଣ ପ୍ରାର୍ଥନା କାମ କଲା। ତାଙ୍କ ପିଲା, ପରିବାରର ସଦସ୍ୟ, ପଡ଼ୋଶୀଙ୍କ ଭିତରେ ପରିବର୍ତ୍ତନ ଆସିଲା। 
କିନ୍ତୁ ପୁଣି ଦିନେ ବୃଦ୍ଧ ପହଞ୍ଚିଲେ ଗୁରୁଙ୍କ ପାଖରେ। ସେ କହିଲେ- ମହାତ୍ମା, ସିଦ୍ଧ ପ୍ରାର୍ଥନା ଲାଗି ମୁଁ ଆପଣଙ୍କ ପାଖରେ କୃତଜ୍ଞ। କିନ୍ତୁ କଥା ହେଲା, ମୋ ଜୀବନରେ ଆହୁରି କେତେ ‌େଲାକଙ୍କୁ ମୁଁ ଭେଟୁଛି। ସେମାନଙ୍କ ଆଚରଣ ଲାଗି ଇଲମ କ’ଣ? 
ଯେଉଁମାନଙ୍କୁ ସିନା ଜାଣିଛି ଚିହ୍ନିଛି ସେମାନେ ବଦଳନ୍ତୁ ବୋଲି ଈଶ୍ବରଙ୍କୁ ଗୁହାରି କରିବ। ଏମାନଙ୍କ ଲାଗି କ’ଣ କରିବି?
ଗୁରୁ କହିଲେ- ଯଦି ସମସ୍ୟାଟି ଏମିତି, ତେବେ ସମାଧାନ ହେଲା ଏବେ ପ୍ରାର୍ଥନା ବୋଲିବା ଆଗରୁ ଅନ୍ୟମାନଙ୍କ ବିଷୟରେ ମୁଣ୍ତ ନ ଖେଳାଇ ନିଜେ କେମିତି ବଦଳିବ ସେ କଥା କହି ପ୍ରାର୍ଥନା କର। 
ବୃଦ୍ଧ କହିଲେ- ତା’ ମାନେ ଦୋଷ ମୋ ଠାରେ?
ଗୁରୁ କହିଲେ- ଶତ ପ୍ରତିଶତ ଠିକ୍‌। ତୁମ ଭଳି ଲୋକଙ୍କ ପାଇଁ ଆଉ କୌଣସି ବାଟ ନାହିଁ। 

Advertisment