ଦିନେ ଜଣେ ଗୁରୁ ଶିଷ୍ୟମାନଙ୍କୁ ଉତ୍ତମ ଆଚାର-ବ୍ୟବହାର ସ˚ପର୍କରେ ଶିକ୍ଷା ଦେଉଥିଲେ। ଏହି କ୍ରମରେ ଆସିଲା ‘କ୍ରୋଧ’ ପ୍ରସଙ୍ଗ। କୁରୁ କହିଲେ, ଯଦି ବଡ଼ ହେବାକୁ ଚାହୁଁଛ, କ୍ରୋଧ ଠାରୁ ଦୂରେଇ ରହିବା ଶିଖ। କ୍ରୋଧ ମଣିଷକୁ ଅନ୍ଧ କରିଦିଏ; ପାଗଳ କରିଦିଏ; ଅବିବେକୀ କରିଦିିଏ। କ୍ରୋଧ ପ୍ରଭାବରେ ମଣିଷ ନିଜ ଅଜ୍ଞାତରେ କ’ଣ ନାଇଁ କ’ଣ କରିବସେ। 
ପର ଦିନ ଗୁରୁ ନିଜ ପ୍ରଧାନ ଶିଷ୍ୟକୁ କାଲି ମୋ ଶିକ୍ଷାରୁ କ’ଣ ବୁଝିଛ ବୋଲି ପଚାରିଲେ। ଶିଷ୍ୟ କହିଲେ ଯେ ସେ ବୁଝିବାକୁ ପ୍ରଯତ୍ନ କରୁଛନ୍ତି, ଆସନ୍ତାକାଲି କହିବେ। ପର ଦିନ ଗୁରୁଙ୍କ ସେହି ପ୍ରଶ୍ନ ଓ ଶିଷ୍ୟଙ୍କ ସମାନ ଉତ୍ତର। ଏ ଭଳି ପ୍ରତି ଦିନ ଶିଷ୍ୟ ଜଣକ କହୁଥିଲେ ‘ଆସନ୍ତା କାଲି’ କହିବି। ଏହା ଶୁଣି ଶୁଣି ଦିନେ ଗୁରୁ କ୍ରୋଧରେ ଅଧୀର ହୋଇପଡ଼ିଲେ ଓ ଶିଷ୍ୟଙ୍କୁ ଭର୍ତ୍ସନା କରିବା ଆରମ୍ଭ କରିଦେଲେ। 
ଶିଷ୍ୟ ଜଣକ ଶାନ୍ତ ଭାବେ କହିଲେ- ଗୁରୁଦେବ, ଆପଣ ଦେଇଥିବା ଉପଦେଶକୁ ମୁଁ କାର୍ଯ୍ୟରେ ପାଳନ କରିବାର ଅଭ୍ୟାସ କରୁଛି। ଖାଲି ମନେ ରଖିଲେ ଚଳିବ ନାହିଁ। ପାଳନ ନ କଲେ ସବୁ ଉପଦେଶ ମୂଲ୍ୟହୀନ। 
ଶିଷ୍ୟଙ୍କଠାରୁ ଏହା ଶୁଣି ଗୁରୁ କୃତକୃତ୍ୟ ହେଲେ। ସେ କହିଲେ-କେବଳ ତୁମ ଭଳି ଶିଷ୍ୟ ଏହାର ପ୍ରମାଣ ଯେ ମୋ ଶିକ୍ଷା ବ୍ୟର୍ଥ ଯାଇନାହିଁ।