ଜଣେ ପ୍ରସିଦ୍ଧ ଗୁରୁ ଥିଲେ। ସେ ଥିଲେ ସତ୍ୟନିଷ୍ଠ ଏବ˚ ଅତ୍ୟନ୍ତ ପୁଣ୍ୟବନ୍ତ ବ୍ୟକ୍ତିତ୍ବ। ଥରେ ଗୁରୁ ଏକ ସାଧନା ଆରମ୍ଭ କରିବାକୁ ମନସ୍ଥ କଲେ। ତାହା ଥିଲା ଗୋଟିଏ ପ୍ରକୋଷ୍ଠ ଭିତରେ ଏକୁଟିଆ ରହି ମାସଟିଏ କାଳ ଗଭୀର ଧୢାନସ୍ଥ ରହିବା। ଯେଉଁ ଦିନ ଗୁରୁ ସାଧନା ଆରମ୍ଭ କରିବାକୁ ଯାଉଛନ୍ତି, ସେ ଦିନ ଦୂର ଗାଁରୁ ଜଣେ ଅନୁଗାମୀ ତାଙ୍କୁ ଦେଖା କରିବାକୁ ଆସିଲେ। ଗୁରୁଙ୍କ ନିକଟକୁ ଖବର ପଠାଇ ସେ ଅପେକ୍ଷା କଲେ। ଗୁରୁ ମଧୢ ଭିତରୁ ଖବର ପଠାଇଲେ- ଅପେକ୍ଷା କରନ୍ତୁ। ମୁଁ ଆସୁଛି।
କିନ୍ତୁ ଭିତରେ କୌଣସି କାମରେ ବ୍ୟସ୍ତ ରହି ଗୁରୁ ଏ କଥା ଭୁଲିଗଲେ ଏବ˚ ମାସଟିଏ କାଳ ଲାଗି ତାଙ୍କ ସାଧନା ଆରମ୍ଭ କରିଦେଲେ। ମାସଟିଏ ବିତିଗଲା ପରେ ଗୁରୁ ଯେତେବେଳେ କୋଠରିରୁ ବାହାରକୁ ଆସିଲେ, ତାଙ୍କୁ ଭେଟିବାକୁ ଅନେକ ଶିଷ୍ୟ ତଥା ଅନୁଗାମୀ ଆସି ରୁଣ୍ତ ହୋଇଥିଲେ। ଏତିକି ବେଳେ ଗୁରୁଙ୍କର ମନେ ପଡ଼ିଗଲା ଯେ ମାସଟିଏ ଆଗରୁ ଜଣେ କେହି ତାଙ୍କୁ ଦେଖା କରିବାକୁ ଆସିଥିଲା ଓ ଗୁରୁ ତାଙ୍କୁ ଦେଖା କରିବାକୁ କଥା ଦେଇଥିଲେ।
ସ୍ବାଭାବିକ ଭାବେ ଗୁରୁ ଭାବିଲେ ଯେ ସେ ବ୍ୟକ୍ତି ବିରକ୍ତ ହୋଇ ଫେରିଯାଇଥିବେ। ତେବେ ସେ ଜଣେ ଶିଷ୍ୟଙ୍କୁ ଏ ବାବଦରେ ପଚାରିଲେ।
ଶିଷ୍ୟ କହିଲେ- ମହାତ୍ମା, ସେ ବ୍ୟକ୍ତି ସେଇ ଦିନ ଠାରୁ ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି।
ଏହା ଶୁଣି ଗୁରୁ ବିଚଳିତ ହୋଇ ସେଇ ବ୍ୟକ୍ତିଙ୍କ ପାଖକୁ ଯାଇ କ୍ଷମା ପ୍ରାର୍ଥନା ପୂର୍ବକ କହିଲେ- ମୁଁ ଦୁଃଖିତ। ସେଇ ବ୍ୟକ୍ତି ସାଧୁଙ୍କୁ ଅଧାରୁ ବନ୍ଦ କରି ଦେଇ କହିଲେ- ମହାତ୍ମା ଆପଣ ଜଣେ ସତ୍ୟନିଷ୍ଠ ଓ ବଚନସିଦ୍ଧ ବ୍ୟକ୍ତି। ଆପଣ କଥା ଦେଇଥିଲେ ମୋତେ ଭେଟିବା ଲାଗି। ମୁଁ ଫେରି ଯାଇଥିଲେ ଆପଣ ବଚନଚ୍ୟୁତ ହୋଇଯାଇ ନ ଥାଆନ୍ତେ?
ଗୁରୁ ତାଙ୍କୁ ନିଜ ଆଡ଼କୁ ଭିଡ଼ି ଆଣି କହିଲେ- ଆପଣଙ୍କ ଅପେକ୍ଷା ମଧ୍ୟ ଏକ ସାଧନା ଯାହା ମୋ ସାଧନା ସହିତ ସମାନ। କିନ୍ତୁ ଆପଣଙ୍କ ଉଦ୍ଦେଶ୍ୟ ମୋ ଠାରୁ ମହତ୍ତର।
କଥାଟିଏ-ଯାଯାବର: ଅପେକ୍ଷାର ଉଦ୍ଦେଶ୍ୟ
ଜଣେ ପ୍ରସିଦ୍ଧ ଗୁରୁ ଥିଲେ। ସେ ଥିଲେ ସତ୍ୟନିଷ୍ଠ ଏବ˚ ଅତ୍ୟନ୍ତ ପୁଣ୍ୟବନ୍ତ ବ୍ୟକ୍ତିତ୍ବ। ଥରେ ଗୁରୁ ଏକ ସାଧନା ଆରମ୍ଭ କରିବାକୁ ମନସ୍ଥ କଲେ। ତାହା ଥିଲା ଗୋଟିଏ ପ୍ରକୋଷ୍ଠ ଭିତରେ ଏକୁଟିଆ ରହି ମାସଟିଏ କାଳ ଗଭୀର ଧୢାନସ୍ଥ ରହିବା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)