ଜଣେ ସଂଭ୍ରାନ୍ତ ବଂଶଜ ଯୁବକ ରାଜଧାନୀକୁ କର୍ମ ଅନ୍ବେଷଣରେ ବାହାରିଲେ। ବାଟରେ ଅନ୍ଧାର ହୋଇଗଲା। କେଉଁଠି ଆଶ୍ରୟ ନେବେ ବୋଲି ଚିନ୍ତା କଲା ବେଳକୁ କିଛି ପାଇଲେ ନାହିଁ। ସେତିକି ବେଳେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ତାଙ୍କୁ ନିଜ କୁଡ଼ିଆକୁ ଡାକି ନେଲେ। ଜନମାନବଶୂନ୍ୟ ନିକାଞ୍ଚନ ସ୍ଥାନରେ ଥିଲା ଏହି ଦରିଦ୍ର ବ୍ୟକ୍ତିଙ୍କ ବାସସ୍ଥାନ। ଯୁବକଙ୍କର ଯେମିତି କିଛି ଅସୁବିଧା ନ ହୁଏ, ସେଥିଲାଗି ସେ ନିଜେ ଉପାସ ରହିଲେ ଓ ବାହାରେ ଶୋଇଲେ, କିନ୍ତୁ ଯୁବକଙ୍କୁ ଖାଦ୍ୟ ଓ ଶଯ୍ୟା ଦେଲେ। ଗଲାବେଳେ ଯୁବକ କହିଲେ ଏ ଋଣ ଶୁଝିପାରିବି ନାହିଁ।
ଅନେକ ବର୍ଷ ବିତିଗଲା। ଯୁବକ ଜଣକ ଅତ୍ୟନ୍ତ ସଫଳ ହୋଇ ଶେଷରେ ରାଜାଙ୍କ ମନ୍ତ୍ରୀ ବି ହେଲେ। ତେବେ ସେ ସେଇ ରାତି କଥା ଭୁଲି ନ ଥିଲେ। ତେଣୁ ସେ ଏବେ ସ୍ଥିର କଲେ ଯେ ସେହି ଦରିଦ୍ର ଲୋକଙ୍କ ପାଖକୁ ଯିବେ; କାରଣ ଋଣ ଶୁଝିବାର ବେଳ ଉପନୀତ।
ଦିନେ ସେ ଏହି ଉଦ୍ଦେଶ୍ୟରେ ବାହାରିବା ପୂର୍ବରୁ ନିଜ ପିତାଙ୍କୁ ସେ ବିଷୟରେ କହିଲେ। ସେ କହିଲେ- ଏବେ ମୋର ଋଣ ଶୁଝିବାର ବେଳ। ସେ ଯାହା ଚାହିଁବେ ବା ମାଗିବେ, ତାହା ଦେବି।
ଏ କଥା ଶୁଣି ତାଙ୍କ ପିତା କହିଲେ- ଟିକେ ରହିଯାଅ ଓ ଶୁଣ। ଏହା ସତ ଯେ ତୁମେ ଏବେ ସବୁ କିଛି ଦେଇ ପାରିବ। କିନ୍ତୁ ସେ ଋଣ ଶୁଝିପାରିବ ନାହିଁ। କାରଣ ସେ ତୁମକୁ ଯେତେବେଳେ କିଛି ଦେଇଥିଲେ, ସେତିକି ବେଳେ ତାଙ୍କ ପାଖରେ କିଛି ହିଁ ନ ଥିଲା। ଏବେ କିନ୍ତୁ ତୁମେ ଯେତେବେଳେ ଦେବାକୁ ବାହାରିଛ, ତୁମ ପାଖରେ ସବୁ କିଛି ଅଛି। ତେଣୁ ତୁମେ ତାଙ୍କ ଉପରେ ଯେତେ ଯାହା ଅଜାଡ଼ି ଦେଲେ ବି ତାହା ଋଣ ଶୁଝିବାରେ ଗଣା ହେବ ନାହିଁ। ଆଉ ଗୋଟିଏ କଥା ହେଲା ତାଙ୍କ ଭଳି ଲୋକ ଯାହା ପାଇଥାନ୍ତି, ତାକୁ ଇଚ୍ଛାକୃତ ଭାବେ ବରଣ କରିଥାନ୍ତି। ତାଙ୍କୁ ଅଯାଚିତ ଭାବେ କିଛି େଦବାର ଧୃଷ୍ଟତା କରନାହିଁ।
ଯୁବକ ପଚାରିଲେ- ତେବେ, ମୁଁ କ’ଣ କରିବା ଉଚିତ?
ପିତା କହିଲେ- କେବଳ ଯାଅ ଓ ଜଣାଅ ଯେ ତୁମେ ତାଙ୍କ ଉପକାର ଭୁଲି ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ମନେ ରଖିବ। ତୁମେ ଜଣାଅ ଯେ ତୁମେ କୃତଜ୍ଞ।
କଥାଟିଏ-ଯାଯାବର: କୃତଜ୍ଞତା ଜ୍ଞାପନ
ଜଣେ ସଂଭ୍ରାନ୍ତ ବଂଶଜ ଯୁବକ ରାଜଧାନୀକୁ କର୍ମ ଅନ୍ବେଷଣରେ ବାହାରିଲେ। ବାଟରେ ଅନ୍ଧାର ହୋଇଗଲା। କେଉଁଠି ଆଶ୍ରୟ ନେବେ ବୋଲି ଚିନ୍ତା କଲା ବେଳକୁ କିଛି ପାଇଲେ ନାହିଁ। ସେତିକି ବେଳେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ତାଙ୍କୁ ନିଜ କୁଡ଼ିଆକୁ ଡାକି ନେଲେ।
/sambad/media/media_files/4gXaeJpVRwjMhCybVeWv.jpg)