ଥରେ ସୈତାନ ଆରାମରେ ବସିଥିବା ବେଳେ ତା’ର ଗୋଟିଏ ଚେଲା ଦୌଡ଼ି ଆସି କହିଲା- ଶୀଘ୍ର କିଛି କର, ଶୀଘ୍ର କିଛି କର!
ସୈତାନ ଅବିଚଳିତ ଭାବେ କହିଲା- କାହିଁକି ତନ୍ଦରା ହଉଚୁ? କ’ଣ ହେଲା? ଚେଲା କହିଲା- ପୁଣି ଜଣେ ବୁଦ୍ଧ ପୁରୁଷ ସତ୍ୟ ଉଦ୍ଘାଟନ କରି ପକାଇଲେଣି।
ସୈତାନ ହୋ ହୋ ହୋଇ ହସିଲା ଏବଂ କହିଲା- ତୁ ଟା ମୂର୍ଖ! କିଛି ଭୟ କରିବାର ନାହିଁ। କାରଣ ପ୍ରଥମ କଥା ହେଲା ସେ ପ୍ରାପ୍ତ ହୋଇଥିବା ପରମ ସତ୍ୟ ବିଷୟରେ ସେ ଯେତେବେଳେ କହିବା ଆରମ୍ଭ କରିବ, ତତ୍କ୍ଷଣାତ୍ ଶାସ୍ତ୍ର ଜ୍ଞାନୀମାନେ ତାକୁ ବିରୋଧ କରିବେ, ତାକୁ କୁହାଇ ଦେବେ ନାହିଁ ଓ ସେ ଧର୍ମ ଦ୍ରୋହ କରିଛି ବୋଲି କହିବେ। ସବୁ ବୁଦ୍ଧ ପୁରୁଷଙ୍କ ସହିତ ତାହା ହିଁ ହୋଇଛି। ତେଣୁ ଆମର ଅଧା ଚିନ୍ତା ଗଲା।
ବାକୀ ଅଧା ଚିନ୍ତା ରହିଲା ଯଦି କୌଣସି ବୁଦ୍ଧ ପୁରୁଷଙ୍କୁ ଲୋକେ ଗ୍ରହଣ କରିନିଅନ୍ତି, ତେବେ କ’ଣ ହେବ? ତାହା ହେଲେ ଏୟା ହେବ ଯେ ଲୋକେ ତାଙ୍କୁ ଅନୁସରଣ ଓ ଅନୁକରଣ କରିବେ। ସେହି ଲୋକଙ୍କ ମଧ୍ୟରେ ଥିବେ ନିର୍ବୋଧ, ପଳାୟନବାଦୀ, ସୁବିଧାବାଦୀ, କୁଚକ୍ରୀ ଇତ୍ୟାଦି; କଦବା କ୍ବଚିତ୍ ଜଣେ ଅଧେ ଥିବେ ସେଭଳି ପରମ ସତ୍ୟକୁ ନିଜ ଜୀବନରେ ଅନୁଭବ କରିବା ଲାଗି ପ୍ରୟାସୀ ସୁପୁରୁଷ। ତେଣୁ ସେମାନଙ୍କୁ ବାଦ ଦିଅ। ଏବେ ରହିଲେ ଏହି ଅନୁସରଣକାରୀ ଓ ଅନୁକରଣକାରୀ, ଯେଉଁମାନେ ଯଥାଶୀଘ୍ର ବୁଦ୍ଧ ପୁରୁଷଙ୍କ ବାଣୀକୁ ଭୁଲିଯିବେ, କିନ୍ତୁ ତାଙ୍କ ନାମ ନେଇ ଅନ୍ୟ ବୁଦ୍ଧ ପୁରୁଷମାନଙ୍କ ଅନୁଗାମୀମାନଙ୍କ ସହିତ କଳହ ଓ ସଂଘର୍ଷରେ ଲିପ୍ତ ହେବେ। ବୁଦ୍ଧ ପୁରୁଷମାନଙ୍କ ଅନୁଗାମୀମାନେ ପୃଥିବୀକୁ ଯେତିକି ରକ୍ତରଂଜିତ କରିଛନ୍ତି, ସେମିତି ଆଉ କେହି କରି ନାହାନ୍ତି। ତେଣୁ, ଆମ ବେପାର ସବୁବେଳେ ଚାଲିବ। ତେଣୁ ଚିନ୍ତା କରନାହିଁ। ମୋ ପାଖେର ବସ।
କଥାଟିଏ-ଯାଯାବର: ସୈତାନ ଓ ଚେଲା
ଥରେ ସୈତାନ ଆରାମରେ ବସିଥିବା ବେଳେ ତା’ର ଗୋଟିଏ ଚେଲା ଦୌଡ଼ି ଆସି କହିଲା- ଶୀଘ୍ର କିଛି କର, ଶୀଘ୍ର କିଛି କର! ସୈତାନ ଅବିଚଳିତ ଭାବେ କହିଲା- କାହିଁକି ତନ୍ଦରା ହଉଚୁ?
/sambad/media/media_files/4gXaeJpVRwjMhCybVeWv.jpg)