ଦୁଇ ସାଙ୍ଗ ଥିଲେ। ଜୟ ଓ ବିଜୟ। ଥରେ ସ୍କୁଲ ଛୁଟି ହେବା ପରେ ଦୁହେଁ ସ୍ଥିର କଲେ ଯେ ଗଛ ଚଢ଼ିବେ। କାଳେ ଘରେ କେହି ଦେଖି ବିରକ୍ତ ହେବେ, ସେ ଦୁହେଁ ଏକ ନିକାଞ୍ଚନ ସ୍ଥାନକୁ ଚାଲିଗଲେ ଏବ˚ ଗଛ ଚଢ଼ିଲେ।
କିନ୍ତୁ ସେ ଦିନ ଦୁର୍ଭାଗ୍ୟ ଥିଲା। ସେମାନେ ଯେଉଁ ଡାଳକୁ ଚଢ଼ିଗଲେ ତାହା କୌଣସି କାରଣରୁ ଦୁର୍ବଳ ଥିଲା। ସୁତରା˚, ଡାଳଟି ଭାଙ୍ଗିଗଲା ଏବ˚ ଦୁହେଁ ତଳେ ପଡ଼ି ଆହତ ହେଲେ। କିଛି ଲୋକଙ୍କ ଦ୍ବାରା ବୁହା ହୋଇ ସେମାନେ ଡାକ୍ତରଖାନାକୁ ଗଲେ ଓ ଚିକିତ୍ସା ପରେ ଘରକୁ ଫେରିଲେ। ଘରର ଗୁରୁଜନମାନେ ଦୁହିଁଙ୍କ ଉପରେ ବିରକ୍ତ ହେଲେ। କିଛି ଦିନ ପରେ ଜୟ ଓ ବିଜୟ ସ˚ପୂର୍ଣ୍ଣ ସୁସ୍ଥ ହୋଇଗଲେ। ଏଥର ଜୟର ବାପା ତାକୁ କହିଲେ- ଖବରଦାର, ଆଉ ଥରେ ଯଦି ତୁ ଗଛରେ ଚଢ଼ିଥିବା କଥା ମୁଁ ଶୁଣେ। ତୋର ଗୋଡ଼ ଭାଙ୍ଗି ଦେବି। ତେଣୁ ଜୟ ଗଛ ଚଢ଼ିବ କ’ଣ, ଗଛ ପାଖକୁ ବି ଗଲା ନାହିଁ। କିନ୍ତୁ ସେ ଦେଖିଲା ବିଜୟ ଗଛ ଚଢୁଛି। ସେ ବିସ୍ମିତ ହେଲା ଏବ˚ ଦିନେ ତାକୁ ପଚାରିଲା- ସାଙ୍ଗ, ତୋତେ ଘରେ ଗଛ ଚଢ଼ିବାକୁ ମନା କରି ନାହାନ୍ତି?
ବିଜୟ କହିଲା- ମୋର ଏ ଅବସ୍ଥା ଦେଖି ବାପା ରାଗିଲେ ସତ, କିନ୍ତୁ କହିଲେ ଏଣିକି ଗଛ ଚଢ଼ିଲା ବେଳେ କେଉଁ ଡାଳ ଭଲ ତାହା ପରୀକ୍ଷା କରିନେବ। ଜୟ ଏହା ଶୁଣି ଚକିତ ହେଲା ଏବ˚ ନିଜ ଘରେ ସେଇ କଥା କହିଲା। ଦିନେ ଜୟର ବାପାଙ୍କ ସହିତ ବିଜୟର ବାପାଙ୍କ ଦେଖା ହେବାରୁ ସେ କହିଲେ- ବିଜୟ ଗଛ ଚଢୁଛି। ଆପଣ ମନା କରିନାହାନ୍ତି?
ବିଜୟର ବାପା କହିଲେ- କ’ଣ ମନା କରିବି? ଜୀବନର ଅସୁମାରି ଦିଗ। ସେସବୁକୁ ତ ଆବିଷ୍କାର କରିବାକୁ ପଡ଼ିବ। ତେଣୁ ଗଛ ଚଢ଼ିବାରେ ପାରଙ୍ଗମ ହେବାରେ କୌଣସି ବାଧା ନାହିଁ। ସେ ବି ଗୋଟିଏ ବିଦ୍ୟା। କିନ୍ତୁ କେମିତି ନିର୍ଭୁଲ୍‌ ଭାବେ ଗଛ ଚଢ଼ିହେବ, ତାହା ହିଁ ଧେୢୟ ହେବା ଉଚିତ।