ଥରେ ଉଜ୍ବେକିସ୍ତାନ ରାଜା ତାଙ୍କ ପାରିଷଦ ନସିରୁଦ୍ଦିନଙ୍କୁ କହିଲେ- ମୁଲ୍ଲା ଯେତେବେଳେ ମୁଁ ଦେଖୁଛି, ତୁମେ ଦରିଦ୍ର ହୋଇ ରହିଛ। ଯେତେ ଯାହା ତୁମକୁ ଦେଲେ ବି ସେସବୁ କାହାକୁ ଦେଇ ଦଉଛ ବା ଖର୍ଚ୍ଚ କରି ପକାଉଛ! ଏମିତି କାହିଁକି?
ନସିରୁଦ୍ଦିନ କହିଲେ- ମହାରାଜ, ଆପଣ ଏତେ ସ˚ପତ୍ତି ରଖିଛନ୍ତି, ହେଲେ ଲାଭ କ’ଣ?
ରାଜା କହିଲେ- ଲାଭ କ’ଣ? ବୁଝିଲ ବାବୁ, ଧନ ଥିଲେ ତୁମେ ଯାହା ଚାହିଁବ ତାହା କରିପାରିବ।
ନସିରୁଦ୍ଦିନ କହିଲେ- ଯଦି ସେମିତି କଥା, ତେବେ ମହାରାଜ ମୋର ଗୋଟିଏ ଛୋଟ କାମ କରି ଦିଅନ୍ତୁ। ମୋ ସାଙ୍ଗ ଅବଦୁଲ ଦର୍ଜୀ ଦୁଇ ମାସ ତଳେ ମରିଗଲା। ମୁଁ ତା’ ଠାରୁ ଛୁଞ୍ଚିଟିଏ ଧାରରେ ଆଣିଥିଲି। ଏବେ ସେ ପ୍ରତିଦିନ ମୋତେ ସ୍ବପ୍ନରେ ଦେଖା ଦେଇ କହୁଛି ଯେ ମୋ ଛୁଞ୍ଚି ଫେରା। ସ୍ବର୍ଗରେ ଛୁଞ୍ଚି ମିଳୁନି। ଏବେ ମୁଁ କରିବି କ’ଣ? ହଜୁର, ଆପଣ ଏ ବ୍ୟବସ୍ଥା କରି ଦିଅନ୍ତେନି?
ରାଜାଙ୍କ ବୁଦ୍ଧି ହଜିଗଲା। ସେ କହିଲେ ଏଇଟା ସମ୍ଭବ ନୁହେଁ। ପରଲୋକକୁ ଏ ଲୋକରୁ ଜିନିଷ ଯାଇ ପାରିବ ନାହିଁ।
ନସିରୁଦ୍ଦିନ କହିଲେ- ତେବେ ସାରା ଜୀବନ ଖଟେଇ ଏ ଲୋକରେ ଧନ ଜମାଇବାର କାରଣଟା କ’ଣ?
ରାଜା ନିରୁତ୍ତର ରହିଲେ।
ନସିରୁଦ୍ଦିନ କହିଲେ- ଆପଣ ଯାହାକୁ ସ˚ପତ୍ତି ବୋଲି କହୁଛନ୍ତି ମୁଁ ତାକୁ ବିପତ୍ତି ବୋଲି କହେ। କାରଣ ଆପଣ ରାଜା ହୋଇ ବି ଧନ କାଳେ ଚୋରି ହୋଇଯିବ ବୋଲି ଶହେ ସରିକି ସିପାହି ଜଗାଇଛନ୍ତି। ଝରକା କବାଟ ବନ୍ଦ କରି ଶୋଉଛନ୍ତି। ମୋ ଘରକୁ ଚାଲନ୍ତୁ ଦେଖିବେ ମୁଁ କେମିତି ଝରକା କବାଟ ଖୋଲି ନିର୍ଭୟରେ ମହାରାଜାଙ୍କ ଭଳି ଚାରି କାତ ମେଳାଇ ଶୋଉଛି। ସ˚ପତ୍ତି ହେଉଛି ଏମିତି ଚିଜ ଆପଣଙ୍କ ସହିତ ମଲା ପରେ ଯିବ ନାହିଁ ଓ ବଞ୍ଚିଥିବା ବେଳେ ଶାନ୍ତିରେ ଶୁଆଇ ଦେବ ନାହିଁ।
କଥାଟିଏ-ଯାଯାବର: ସଂପତ୍ତିର ପରିଭାଷା
ଥରେ ଉଜ୍ବେକିସ୍ତାନ ରାଜା ତାଙ୍କ ପାରିଷଦ ନସିରୁଦ୍ଦିନଙ୍କୁ କହିଲେ- ମୁଲ୍ଲା ଯେତେବେଳେ ମୁଁ ଦେଖୁଛି, ତୁମେ ଦରିଦ୍ର ହୋଇ ରହିଛ। ଯେତେ ଯାହା ତୁମକୁ ଦେଲେ ବି ସେସବୁ କାହାକୁ ଦେଇ ଦଉଛ ବା ଖର୍ଚ୍ଚ କରି ପକାଉଛ! ଏମିତି କାହିଁକି?
/sambad/media/media_files/4gXaeJpVRwjMhCybVeWv.jpg)